ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ପଞ୍ଚମ ଦିନରେ ଭାରତରେ 50 ହଜାରରୁ କମ୍ ନୂତନ ମାମଲା

● ଦେଶରେ ସକ୍ରିୟ କରୋନା ମାମଲା 4.9 ଲକ୍ଷରୁ କମ, ମୋଟ ପଜିଟିଭ୍ ମାମଲା 5.63%କୁ ହ୍ରାସ

Posted On: 12 NOV 2020 11:10AM by PIB Bhubaneshwar

କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ 24 ଘଣ୍ଟାରେ ନୂଆ କରୋନା ମାମଲା 50 ହଜାରକୁ ଅତିକ୍ରମ କରିନାହିଁ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 47,905 ଜଣ କୋଭିଡ-19 ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।

କ୍ରମାଗତ 40 ଦିନରେ ଦୈନିକ ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 52,718 ଜଣ ସୁସ୍ଥ ହୋଇଛନ୍ତି ।

ଏହି ଧାରା ଜାରି ଥିବାରୁ ଦେଶରେ ଏବେ ସକ୍ରିୟ ମାମଲା ହ୍ରାସ ପାଇ 4.98 ଲକ୍ଷରେ ରହିଛି । ଏହା ଦେଶର ମୋଟ କରୋନା ପଜିଟିଭ୍ ମାମଲାର 5.63% ହୋଇଥିବା ବେଳେ ଦେଶରେ ମୋଟ ସକ୍ରିୟ ମାମଲାର ସଂଖ୍ୟା 4,89,294, ଯାହାକି 5 ଲକ୍ଷରୁ ତଳେ ରହିଛି ।

ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ସୁସ୍ଥତା ହାର ବୃଦ୍ଧି ପାଇଛି । ଏହା ଏବେ 92.89% ରହିଛି । ମୋଟ ସୁସ୍ଥଙ୍କ ସଂଖ୍ୟା 80,66,501 । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 75,77,207ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 78% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 9164 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀରେ 7264 ଜଣ ଏବଂ କେରଳରେ 7252 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ପଜିଟିଭ୍ ମାମଲାରୁ 78% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏଠାରେ ଗୋଟିଏ ଦିନରେ ସର୍ବାଧିକ ନୂଆ 8593 ପଜିଟିଭ୍ ମାମଲା ଆସିଛି । ଏହା ପଛକୁ କେରଳରେ 7007 ଏବଂ ମହାରାଷ୍ଟ୍ରରେ 4907 ନୂଆ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 550 ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁହାର ରହିଛି 1.48% ।

ନୂଆ ମୃତ୍ୟୁ ମଧ୍ୟରୁ 80% ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ କେବଳ 22.7%, ଅର୍ଥାତ 125 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ 85 ଏବଂ ପଶ୍ଚିମବଙ୍ଗରେ 49 ମୃତ୍ୟୁ ହୋଇଛି ।

**********

 

 

 



(Release ID: 1672445) Visitor Counter : 190