ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ତିନିମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ

● 11 ସପ୍ତାହ ପରେ ସକ୍ରିୟ ମାମଲା 6.25 ଲକ୍ଷ

Posted On: 27 OCT 2020 11:41AM by PIB Bhubaneshwar

ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଗତ 24 ଘଣ୍ଟା ମଧ୍ୟରେ 36,500ରୁ କମ (36,470) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଗତ ଜୁଲାଇ 18ରେ 34,884 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ

ଅଧିକରୁ ଅଧିକ କରୋନା ସଂକ୍ରମିତ ଦୈନିକ ସୁସ୍ଥ ହେବା ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମ ହେବାରେ ଲାଗିଛି

ଆଉ ଏକ ଘଟଣା କ୍ରମରେ ସକ୍ରିୟ ମାମଲା ମଧ୍ୟ ଆଶାତୀତ 6.25 ଲକ୍ଷକୁ ହ୍ରାସ ପାଇଛି ଦେଶରେ ବର୍ତ୍ତମାନ 6,25,857 ଜଣ ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତଙ୍କ ମାତ୍ର 7.88 ପ୍ରତିଶତ ବୋଲି ଜଣାପଡିଛି

http://static.pib.gov.in/WriteReadData/userfiles/image/image001CN9D.jpg

ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ସଅଳ ଚିହ୍ନଟ, ଦେଶବ୍ୟାପୀ ବ୍ୟାପକ ନମୁନା ପରୀକ୍ଷା ଦକ୍ଷ ଚିକିତ୍ସା ଭଳି କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ରଣନୀତି ନିୟମାବଳୀଗୁଡିକର ଅନୁସରଣ ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି ଏହାଛଡା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କୋଭିଡ-19 ସଂଗ୍ରାମରେ ନିୟୋଜିତ ସମ୍ମୁଖ ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ନିଃସ୍ଵାର୍ଥପର ସେବା ଯୋଗୁଁ ଏହା ସମ୍ଭପର ହୋଇପାରିଛି

ଶତକଡା 35 ଭାଗ ସକ୍ରିୟ ମାମଲା ଦେଶର ମାତ୍ର 18ଟି ଜିଲ୍ଲାରୁ ଚିହ୍ନଟ ହୋଇଛି ସୁସ୍ଥତା ହାର ଅଧିକ ହେଉଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି

http://static.pib.gov.in/WriteReadData/userfiles/image/image002BA5J.jpg

ସୁସ୍ଥ ରୋଗୀଙ୍କ ସଂଖ୍ୟା 72 ଲକ୍ଷ (72,01,070) ଅତିକ୍ରମ କରିଥିବା ବେଳେ ସୁସ୍ଥତା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 65,75,213ରେ ଆଜି ପହଞ୍ଚିଛି

ଗତ 24 ଘଣ୍ଟା ମଧ୍ୟରେ 63,842 ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଦେଶରେ ଆରୋଗ୍ୟ ହାର 90.62 ପ୍ରତିଶତରେ ପହଞ୍ଚିଛି

ଶତକଡା 78 ଭାଗ ସୁସ୍ଥ ରୋଗୀ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ 9 ହଜାର ସୁସ୍ଥ ହୋଇଥିବା ବେଳେ ତାପଛକୁ କର୍ଣ୍ଣାଟକରୁ 8 ହଜାର ସୁସ୍ଥ ହୋଇଛନ୍ତି

http://static.pib.gov.in/WriteReadData/userfiles/image/image003B6DV.jpg

ଶତକଡା 76 ଭାଗ ନୂତନ ଭାବେ ଚିହ୍ନଟ ରୋଗୀ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ଜଣାପଡିଛି

କେରଳ ଓ ପଶ୍ଚିମବଙ୍ଗରେ 4 ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ 3 ହଜାରରୁ ଅଧିକ ଲେଖାଏଁ ଚିହ୍ନଟ ହୋଇଛନ୍ତି

http://static.pib.gov.in/WriteReadData/userfiles/image/image004TAPE.jpg

ଗତ 24 ଘଣ୍ଟା ମଧ୍ୟରେ 488 ଜଣ ସଂକ୍ରମିତଙ୍କ ପ୍ରାଣହାନୀ ହୋଇଥିବା ବେଳେ ସେଥିମଧ୍ୟରୁ ଶତକଡା 80 ଭାଗ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି କ୍ରମାଗତ ଭାବେ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା 500ରୁ କମ ରହିଛି

ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ 84 ଜଣଙ୍କ ମୃତ୍ୟୁ ଘଟିଛି

ମୃତ୍ୟୁ ହାର ଦେଶରେ ଶତକଡା 1.50 ପ୍ରତିଶତ ରେକର୍ଡ କରାଯାଇଛି

http://static.pib.gov.in/WriteReadData/userfiles/image/image0057CHV.jpg

 

**********

 



(Release ID: 1667925) Visitor Counter : 172