ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ଦ୍ୱିତୀୟ ଦିନରେ 7 ଲକ୍ଷରୁ ତଳେ ରହିଛି କରୋନା ସକ୍ରିୟ ମାମଲା

• ମୋଟ ସୁସ୍ଥ ସଂଖ୍ୟା ଟପିଲା 70 ଲକ୍ଷ
• ସମୁଦାୟ ସୁସ୍ଥଙ୍କ ମଧ୍ୟରୁ 61 ପ୍ରତିଶତ ରହିଛନ୍ତି 6ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରୁ

Posted On: 24 OCT 2020 11:36AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା 7 ଲକ୍ଷରୁ ତଳେ ରହିଛି, ଅର୍ଥାତ 6,80,680 ।

ଏବେ ଦେଶରେ ସକ୍ରିୟ ମାମଲା ମୋଟ ପଜିଟିଭ୍ ମାମଲାର ମାତ୍ର 8.71% ରହିଛି ।

WhatsApp Image 2020-10-24 at 10.03.50 AM (1).jpeg

ନିତିଦିନ ସକ୍ରିୟ ମାମଲା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଏହା କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟେଷ୍ଟ, ଟ୍ରିଟ୍ ଏବଂ ଟ୍ରାକକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିବାରୁ ହୋଇପାରିଛି ।

କରୋନା ମହାମାରୀ ସହ ଲଢ଼େଇରେ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ଫଳ ଆଣି ଦେଇଛି ।

ବିଗତ କେଇ ସପ୍ତାହ ଧରି ସକ୍ରିୟ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ଚାଲିଛି ।

WhatsApp Image 2020-10-24 at 10.03.50 AM (2).jpeg

ସୁସ୍ଥଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା 70 ଲକ୍ଷକୁ ଅତିକ୍ରମ କରି 70,16,046ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ବୃଦ୍ଧି ପାଇ 89.78% ହୋଇଛି ।

WhatsApp Image 2020-10-24 at 10.17.38 AM.jpeg

ମୋଟ ସୁସ୍ଥଙ୍କ ମଧ୍ୟରୁ 6ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରୁ ଆସିଛି ।

WhatsApp Image 2020-10-24 at 10.18.02 AM.jpeg

ଏବେ କେଇ ଦିନ ଧରି ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାଠାରୁ ଅଧିକ ରହୁଛି । ଗତ 24 ଘଣ୍ଟା ମଧ୍ୟରେ 67,549 ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା 53,370 ରହିଛି ।

WhatsApp Image 2020-10-24 at 10.13.03 AM.jpeg

ନୂଆ ସୁସ୍ଥଙ୍କ ମଧ୍ୟରୁ 77% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 13 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-24 at 10.03.50 AM.jpeg

ଗତ 24 ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା 53,370ଟି ଆସିଛି । ଏଥିରୁ 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳରୁ ସର୍ବାଧିକ 8 ହଜାରରୁ ଅଧିକ ପଜିଟିଭ୍ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରୁ 7 ହଜାରରୁ ଅଧିକ ଆସିଛି ।

WhatsApp Image 2020-10-24 at 10.03.49 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 650ଟି ମୃତ୍ୟୁ ହୋଇଛି । ଏଥିରୁ ପ୍ରାୟ 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ 184ଟି ମୃତ୍ୟୁ ହୋଇଛି ।

WhatsApp Image 2020-10-24 at 10.03.49 AM (1).jpeg

 

**********

 

 

 

 



(Release ID: 1667405) Visitor Counter : 165