ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାମହିମ ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 09 OCT 2020 6:00PM by PIB Bhubaneshwar

କୁଏତର ଅମିର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି କ୍ରାଉନ୍ ପ୍ରିନ୍ସ ଦାୟିତ୍ଵ ଗ୍ରହଣ କରିଥିବାରୁ ମହାମହିମ ଶେଖ ମିଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

"କୁଏତର ଅମିର ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ମହାମହିମ ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା କ୍ରାଉନ୍ ପ୍ରିନ୍ସ ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ମହାମହିମ ଶେଖ ମିଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି

ମୁଁ ନିଶ୍ଚିତ ଯେ, ଉଭୟଙ୍କ ନେତୃତ୍ୱରେ କୁଏତ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଭୂମିକା ନିର୍ବାହ କରିବ ଏବଂ ଐତିହାସିକ ଭାରତ-କୁଏତ ବନ୍ଧୁତା ଆହୁରି ମଜବୁତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି 

 

**********

 



(Release ID: 1665260) Visitor Counter : 76