ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ 13 ଦିନ ଧରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷରୁ କମ

• କ୍ରମାଗତ 3 ଦିନ ଧରି ଦେଶରେ 10 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷଣ

Posted On: 04 OCT 2020 11:14AM by PIB Bhubaneshwar

କ୍ରମାଗତ ଭାବେ 13 ଦିନ ଧରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷରୁ କମ ରହିଛି ଆଜି (04.10.2020) 9,37,625 ମାମଲା ଥିବା ବେଳେ ଗତକାଲି ତୁଳନାରେ ଏହା 7,371 କମ ରହିଛି ଗୁରୁବାର ଦିନ 10,97,947, ଶୁକ୍ରବାର ଦିନ 11,32,675 ଓ ଶନିବାର ଦିନ 11,42,131 ନମୁନା ପରୀକ୍ଷା କରାଯାଇଛି

ଦେଶର ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟରେ ଆଶାତୀତ ବୃଦ୍ଧି ଘଟିଛି ଦେଶର ଦିନକୁ 15 ଲକ୍ଷ ପର୍ଯ୍ୟନ୍ତ ନମୁନା ପରୀକ୍ଷା ପାଇଁ ସାମର୍ଥ୍ୟ ରହିଛି ଗତ 10 ଦିନ ମଧ୍ୟରେ ଦୈନିକ 11.50 ଲକ୍ଷ ନମୁନା ପରୀକ୍ଷା କରାଯାଇପାରିଛି ଚଳିତ ବର୍ଷ ଜାନୁୟାରୀ ମାସରେ ପ୍ରଥମ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ଏବେ 7.89 କୋଟି ଅତିକ୍ରମ କରିଛି ସେହିପରି ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି । କ୍ରମାଗତ ପଜିଟିଭ ହାର ହ୍ରାସ ପାଉଥିବା ବେଳେ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମଣକୁ ମଧ୍ୟ ସୀମିତ ସ୍ତରରେ ରଖିବା ସମ୍ଭବ ହୋଇପାରିଛି ।

ଅଧିକ ପରୀକ୍ଷା ଯୋଗୁଁ ତୁରନ୍ତ ଚିହ୍ନଟ, ଏକାନ୍ତବାସ ଓ ଦକ୍ଷ ଉପଚାରର ବ୍ୟବସ୍ଥା କରାଯାଇପାରୁଛି । ଏଥିପାଇଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ଦେଶରେ ଦୈନିକ ଅଧିଆରୁ ଅଧିକ ଆରୋଗ୍ୟ ଲାଭ ଧାରା ଅବ୍ୟାହତ ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 82,260 ଜଣ ସୁସ୍ଥ ହୋଇଛନ୍ତି । ସେ ତୁଳନାରେ 75,829 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଦୃଷ୍ଟିରୁ ଦେଖିଲେ ନିକଟରେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ତୁଳନାରେ ଅଧିକ ରହିଛି ।

ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ଆଜି 55 ଲକ୍ଷ (55,09,966) ଅତିକ୍ରମ କରିଛି । ଏହାଫଳରେ ବର୍ତ୍ତମାନ ଜାତୀୟ ସୁସ୍ଥତା ହାର 84.13 ପ୍ରତିଶତରେ ପହଞ୍ଚିଛି । ନୂତନ ଭାବେ ସୁସ୍ଥ ହୋଇଥିବା ଶତକଡା 75.44 ଭାଗ ସଂକ୍ରମିତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ସକ୍ରିୟ ମାମଲାରେ ସବୁଠାରୁ ଅଧିକ ରାଜ୍ୟ ମହାରାଷ୍ଟ୍ରରୁ ସର୍ବାଧିକ ନୂତନ ଭାବେ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି । ଦେଶର 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 77.11 ପ୍ରତିଶତ ସକ୍ରିୟ ମାମଲା ରହିଛି । ଅଦ୍ୟାବଧି ପଜିଟିଭ ସଂଖ୍ୟା 14.32 ପ୍ରତିଶତକୁ ଖସି ଆସିଛି । ଶତକଡା 78 ଭାଗ ନୂତନ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ମହାରାଷ୍ଟ୍ରରୁ ସର୍ବାଧିକ 14,000 ଥିବା ବେଳେ କର୍ଣ୍ଣାଟକରୁ 9,886 ଓ କେରଳରୁ 7,834ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି ଗତ 24 ଘଣ୍ଟା ମଧ୍ୟରେ 1 ହଜାରରୁ କମ (940) ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ 80.53 ଶତକଡା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି । ଗତକାଲି ମହାରାଷ୍ଟ୍ରରୁ 29.57 ପ୍ରତିଶତ ଅର୍ଥାତ 278 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରନାଟକରୁ 100 ଜଣଙ୍କର ମୃତ୍ୟୁ ଘଟିଛି ମହାରାଷ୍ଟ୍ରର ମୃତ୍ୟୁସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି ।

 

**********


(Release ID: 1661635)