କ୍ୟାବିନେଟ

ଭାରତ-ଜାପାନ ବୟନ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

Posted On: 02 SEP 2020 4:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଜାପାନ, ଭାରତ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବୟନ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ମନ୍ତ୍ରିମଣ୍ଡଳର ଅନୁମୋଦନ ପରେ ଏବେ ଭାରତୀୟ ଟେକ୍ସଟାଇଲ କମିଟି ଏବଂ ଜାପାନର ମିସେନକେନ କ୍ୱାଲିଟି ଇଭାଲ୍ୟୁସନ ସେଣ୍ଟର ମଧ୍ୟରେ ଉତ୍ତମ ମାନର ବୟନ ସାମଗ୍ରୀ କ୍ଷେତ୍ରରେ ସହଯୋଗ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଏହି ବୁଝାମଣାପତ୍ର ଅନୁସାରେ ଜାପାନ ଭାରତୀୟ ବୟନ ସାମଗ୍ରୀର ମାନ ବୃଦ୍ଧି ଏବଂ ଟେଷ୍ଟିଂ ସୁବିଧା ପାଇଁ ସହାୟତା କରିବ । ଏହାଛଡା ଭାରତରୁ ନିଜ ବଜାର ପାଇଁ ଜାପାନ ଆବଶ୍ୟକ ଲୁଗାପଟା ଖରିଦ କରିବ ।

ଆହୁରି ମଧ୍ୟ ଏହି ବୁଝାମଣାପତ୍ର ଅନୁସାରେ ଜାପାନ ତାହାର ମିସେନକେନ ଇଭାଲ୍ୟୁସନ ସେଣ୍ଟର ମାଧ୍ୟମରେ ଭାରତୀୟ ବସ୍ତ୍ର ଉତ୍ପାଦକ କେନ୍ଦ୍ରଗୁଡିକୁ ନିଜର ବିଶେଷଜ୍ଞ ପଠାଇ ସାମଗ୍ରୀର ଟେଷ୍ଟିଂ ଓ ତଦାରଖ ସେବା ଯୋଗାଇଦେବ । ଆବଶ୍ୟକ ପଡିଲେ ଟେକ୍ନିକାଲ ଟେକ୍ସଟାଇଲ ସାମଗ୍ରୀ ମଧ୍ୟ ଜାପାନ ଭାରତଠାରୁ କିଣିବ ।

 

**********



(Release ID: 1650794) Visitor Counter : 169