ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆ ଆଇଡିଆ ସମିଟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• ସୁଦୃଢ଼ ଘରୋଇ ଅର୍ଥବ୍ୟବସ୍ଥା ଦ୍ୱାରା ବୈଶ୍ୱିକ ଅର୍ଥନୈତିକ ସ୍ଥିରତା ହାସଲ କରାଯାଇ ପାରିବ: ପ୍ରଧାନମନ୍ତ୍ରୀ
• ‘ଆତ୍ମନିର୍ଭର ଭାରତ’ ଆହ୍ୱାନ ଜରିଆରେ ଏକ ସମୃଦ୍ଧ ତଥା ସ୍ଥିର ବିଶ୍ୱ ଗଠନ ଦିଗରେ ପ୍ରୟାସ କରୁଛି ଭାରତ: ପ୍ରଧାନମନ୍ତ୍ରୀ
• ଭାରତରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସବୁଠାରୁ ଉପଯୁକ୍ତ ସମୟ: ପ୍ରଧାନମନ୍ତ୍ରୀ
• ଭାରତ ସମଗ୍ର ବିଶ୍ୱରେ ଏକ ସୁଯୋଗର ଭୂମି ଭାବେ ଉଭା ହୋଇଛି: ପ୍ରଧାନମନ୍ତ୍ରୀ
• ମହାମାରୀ ପରେ ବିଶ୍ୱକୁ ପୁଣିଥରେ ଦ୍ରୁତ ଗତିରେ ଟ୍ରାକକୁ ଫେରିବାକୁ ସହାୟତା କରିବାରେ ଭାରତ-ୟୁଏସ ସହଭାଗିତା ଏକ ପ୍ରମୁଖ ଭୂମିକା ତୁଲାଇବ: ପ୍ରଧାନମନ୍ତ୍ରୀ

Posted On: 22 JUL 2020 9:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ଆଇଡିଆ ସମିଟରେ ଅଭିଭାଷଣ ରଖିଥିଲେ ୟୁଏସ୍-ଇଣ୍ଡିଆ ବିଜନେସ୍ କାଉନସିଲ (USIBC) ପକ୍ଷରୁ ଏହି ସମିଟର ଆୟୋଜନ କରାଯାଇଥିଲା ଏହି ବର୍ଷ ସମିଟର ଥିମ୍ ଥିଲା ବିଲ୍ଡିଂ ବେଟର ଫ୍ୟୁଚର

ଚଳିତ ବର୍ଷ ଏହାର 45ତମ ବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ୟୁଏସ୍ଆଇବିସିକୁ ଶୁଭେଚ୍ଛା ଜଣାଇଥିଲେ ଭାରତ-ଆମେରିକା ସହଭାଗିତାକୁ ଆଗେଇନେବା ନିମନ୍ତେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ପାଇଁ ୟୁଏସ୍ଆଇବିସିର ନେତୃବୃନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଥିଲେ

 

ସୁଦୃଢ଼ ଘରୋଇ ଅର୍ଥବ୍ୟବସ୍ଥା ଜରିଆରେ ବୈଶ୍ୱିକ ଅର୍ଥନୈତିକ ସ୍ଥିରତା

 

ଅଭିବୃଦ୍ଧି ଏଜେଣ୍ଡାର ମୂଳରେ ଗରିବ ଅବହେଳିତ ବର୍ଗଙ୍କୁ ସ୍ଥାନିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ସେ ଦର୍ଶାଇଥିଲେ ଯେ ଇଜ୍ ଅଫ୍ ବିଜନେସ୍ଭଳି ଇଜ୍ ଅଫ୍ ଲିଭିଂ ମଧ୍ୟ ସମାନ ଗୁରୁତ୍ୱ ରହିଛି ସେ କହିଥିଲେ ଯେ ବାହ୍ୟ ଝଟକା ବିରୋଧରେ ଏକ ସ୍ଥିର ବିଶ୍ୱ ଅର୍ଥନୀତିର ଗୁରୁତ୍ୱ ସମ୍ପର୍କରେ ଏହି ମହାମାରୀ ଆମକୁ ଚେତାଇ ଦେଇଛି, ଯାହାକି ସୁଦୃଢ଼ ଘରୋଇ ଅର୍ଥନୈତିକ କ୍ଷମତା ଦ୍ୱାରା ହାସଲ କରାଯାଇପାରିବ ଏକ ଆତ୍ମନିର୍ଭର ଭାରତଆହ୍ୱାନ ଜରିଆରେ ଏକ ସମୃଦ୍ଧ ତଥା ସ୍ଥିର ବିଶ୍ୱ ଦିଗରେ ଭାରତ ପ୍ରୟାସ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ

 

ଉନ୍ମୁକ୍ତ ସୁଯୋଗ ବିକଳ୍ପର ଏକ ଉପଯୁକ୍ତ ମିଶ୍ରଣ  ଭାରତ

 

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ପ୍ରତି ସାରା ବିଶ୍ୱ ଆଶାବାଦୀ ରହିଛି, କାରଣ ଏହା ଉନ୍ମୁକ୍ତ, ସୁଯୋଗ ବିକଳ୍ପର ଏକ ଉପଯୁକ୍ତ ମିଶ୍ରଣ ସେ କହିଥିଲେ ଯେ ଆମ ଅର୍ଥନୀତିକୁ ଅଧିକ ଉନ୍ମୁକ୍ତ ତଥା ସଂସ୍କାର ମୁହାଁ କରାଇବା ପାଇଁ ଗତ 6 ବର୍ଷରେ ଅନେକ ପଦକ୍ଷେପ ନିଆଯାଇଛି, ଏହାଛଡ଼ା ସଂସ୍କାର ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତାକୁ ସୁନିଶ୍ଚିତ କରାଯାଇଛି, ସ୍ୱଚ୍ଛତା ସମ୍ପ୍ରସାରଣ ହୋଇଛି, ଡିଜିଟାଇଜେସନ୍ ବଢ଼ିଛି, ଅଧିକ ସୃଜନଶୀଳତା ନୀତିଗତ ସ୍ଥିରତା ଆସିଛି

ଏକ ସଦ୍ୟତମ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ, ସହରାଂଚଳ ଉପଭୋକ୍ତାଙ୍କ ତୁଳନାରେ ଗ୍ରାମାଚଂଳରେ ଅଧିକ ଇଣ୍ଟରନେଟ୍ ଉପଭୋକ୍ତା ରହିଛନ୍ତି ଭାରତ ଏକ ସୁଯୋଗର ଭୂମି ବୋଲି ବର୍ଣ୍ଣନା କରି ସେ କହିଲେ ଯେ ଏବେ ଦେଶରେ ପ୍ରାୟ 50 କୋଟି ସକ୍ରିୟ ଇଣ୍ଟରନେଟ୍ ଉପଭୋକ୍ତା ରହିଛନ୍ତି, ପୁନଶ୍ଚ ଆଉ 50 କୋଟିରୁ ଅଧିକ ଲୋକ କନେକ୍ଟେଡ୍ ହେଉଛନ୍ତି ସେହିଭଳି 5G, ବିଗ୍ ଡାଟା ଆନାଲିଟିକ୍ସ, କ୍ୱାଂଟମ୍ କମ୍ପ୍ୟୁଟିଂ, ବ୍ଲକ୍ ଚେନ୍ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଭଳି ପ୍ରମୁଖ ଟେକ୍ନୋଲୋଜି କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ମଧ୍ୟ ସେ କହିଥିଲେ

 

ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ

 

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଭାରତର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି ନିକଟରେ କୃଷି କ୍ଷେତ୍ରରେ ନିଆଯାଇଥିବା ଐତିହାସିକ ସଂସ୍କାର ସମ୍ପର୍କରେ ସେ ଅବଗତ କରାଇଥିଲେ ଏବଂ କହିଥିଲେ, କୃଷି କଂଚାମାଲ ମେସିନାରୀ, କୃଷି ଯୋଗାଣ ଶୃଙ୍ଖଳ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ମତ୍ସ୍ୟଚାଷ ଜୈବ ଉତ୍ପାଦ ଆଦି କ୍ଷେତ୍ରରେ ନିବେଶ ପାଇଁ ବହୁ ସୁଯୋଗ ରହିଛି ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତିବର୍ଷ 22% ହାରରେ ଅଭିବୃଦ୍ଧି କରୁଛି ମେଡିକାଲ ଟେକ୍ନୋଲୋଜି, ଟେଲି ମେଡିସିନ୍ ଡାଏଗ୍ନୋଷ୍ଟିକ୍ ଉତ୍ପାଦନରେ ଭାରତୀୟ କମ୍ପାନିଙ୍କ ପ୍ରଗତି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ପ୍ରସାରଣ ପାଇଁ ଏହା ସର୍ବୋତ୍ତମ ସମୟ

ପ୍ରଧାନମନ୍ତ୍ରୀ ଅନେକ କ୍ଷେତ୍ରର ତାଲିକା ରଖିଥିଲେ ଯେଉଁଗୁଡ଼ିକରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି, ଯଥା - ଶକ୍ତିକ୍ଷେତ୍ର; ବାସଗୃହ ନିର୍ମାଣ, ସଡ଼କ, ରାଜପଥ ବନ୍ଦର ସମେତ ବିଭିନ୍ନ ଭିତ୍ତିଭୂମି ସୃଷ୍ଟି; ବେସାମରିକ ବିମାନ ଚଳାଚଳ, ଯେଉଁଠି ପ୍ରମୁଖ ଘରୋଇ ଭାରତୀୟ ବିମାନସେବା ସଂସ୍ଥାଗୁଡ଼ିକ ଆଗାମୀ ଦଶନ୍ଧିରେ 1 ହଜାରରୁ ଅଧିକ ନୂଆ ବିମାନ ସାମିଲ ପାଇଁ ଯୋଜନା ରଖିଛନ୍ତି ଯାହାକି ଯେକୌଣସି ନିବେଶକକୁ ଭାରତରେ ଏକ ମାନୁଫାକ୍ଚରିଂ ୟୁନିଟ୍ ମେଂଟେନାନ୍ସ ରିପେୟାର ଅପରେସନ ବ୍ୟବସ୍ଥା ସ୍ଥାପନ କରିବାକୁ ଆକୃଷ୍ଟ କରିବ ସେ କହିଲେ ଯେ, ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ ଏଫଡିଆଇ ସୀମାକୁ 74%କୁ ବଢ଼ାଇଛି, ପ୍ରତିରକ୍ଷା ଉପକରଣ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ 2ଟି ପ୍ରତିରକ୍ଷା କରିଡର ସ୍ଥାପନ ହୋଇଛି ଏବଂ ଘରୋଇ ବିଦେଶୀ ନିବେଶକଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯାଉଛି ସେ ପୁନଶ୍ଚ କହିଥିଲେ ଯେ ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସଂସ୍କାର ଗ୍ରହଣ କରାଯାଉଛି

ବୀମାରେ ପୁଞ୍ଜିନିବେଶ ଆହ୍ୱାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ବୀମା କ୍ଷେତ୍ରରେ ପୁଞ୍ଜିନିବେଶକୁ 49%କୁ ବଢ଼ାଇଛି ବୀମା ମଧ୍ୟସ୍ଥତା ପୁଞ୍ଜିନିବେଶରେ 100% ଏଫଡିଆଇକୁ ଅନୁମତି ଦିଆଯାଇଛି ସେ କହିଲେ ଯେ ସ୍ୱାସ୍ଥ୍ୟ, କୃଷି, ବ୍ୟବସାୟ ଜୀବନ ବୀମା କଭର ପାଇଁ ଦେଶରେ ପର୍ଯ୍ୟାପ୍ତ ସୁଯୋଗ ରହିଛି

 

ଭାରତରେ ବଢ଼ୁଛି ପୁଞ୍ଜିନିବେଶ

 

ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗରେ ଭାରତର ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ସେ ଦର୍ଶାଇଥିଲେ ଯେ ପ୍ରତିବର୍ଷ ଏଫଡିଆଇରେ ଭାରତ ରେକର୍ଡ ଉଚ୍ଚସ୍ତରରେ ପହଂଚୁଛି 2019-20ରେ ଭାରତର ଏଫଡିଆଇ ଆଗମନ 74 ବିଲିୟନ ଡଲାର ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ 20% ଅଧିକ ଏପରିକି ଏବେକାର ମହାମାରୀ ସମୟରେ ମଧ୍ୟ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଭାରତ 20 ବିଲିୟନ୍ ଡଲାରର ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିଛି

 

ଭାରତରେ ପୁଞ୍ଜିନିବେଶ ପାଇଁ ସର୍ବୋତ୍ତମ ସମୟ

 

ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱ ଅର୍ଥନୀତିରେ ସୁଧାର ପାଇଁ ଯାହା ଆବଶ୍ୟକ ତାହା ଭାରତ ପାଖରେ ରହିଛି ସେ କହିଥିଲେ ଯେ ଭାରତର ଅଭିବୃଦ୍ଧି ଅର୍ଥ ଏକ ବିଶ୍ୱସନୀୟ ରାଷ୍ଟ୍ର ସହ ବାଣିଜ୍ୟ ସୁଯୋଗରେ ବୃଦ୍ଧି, ବର୍ଦ୍ଧିତ ଉନ୍ମୁକ୍ତତା ସହ ବିଶ୍ୱ ଏକୀକରଣରେ ବୃଦ୍ଧି, ବ୍ୟାପକ ସୁଯୋଗ ସହ ବଜାର ଆକ୍ସେସ୍ ପ୍ରତିଦ୍ୱନ୍ଦ୍ୱିତାରେ ବୃଦ୍ଧି, ଦକ୍ଷ ମାନବ ସମ୍ବଳର ଉପଲବ୍ଧତା ସହ ନିବେଶରୁ ପ୍ରାପ୍ତ ଲାଭରେ ବୃଦ୍ଧି ଆମେରିକା ଭାରତକୁ ପ୍ରାକୃତିକ ସହଭାଗୀ ଭାବେ ବର୍ଣ୍ଣନା କରି ସେ କହିଲେ, ମହାମାରୀ ପରେ ଏହି ସହଭାଗିତା ବିଶ୍ୱକୁ ପୁଣିଥରେ ତ୍ୱରିତ ଟ୍ରାକକୁ ଫେରିବାରେ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ଆମେରିକୀୟ ନିବେଶକଙ୍କୁ ଆହ୍ୱାନ କରି ସେ କହିଲେ ଯେ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଏହାଠୁ ଭଲ ସମୟ କିଛି ନାହିଁ

 

******************



(Release ID: 1640649) Visitor Counter : 173