ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲାଲଜୀ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 21 JUL 2020 11:19AM by PIB Bhubaneswar

ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ୱିଟରେ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଟଣ୍ଡନଙ୍କୁ ସାମ୍ବିଧାନିକ ପ୍ରସଙ୍ଗରେ ଜଣେ ପାରଙ୍ଗମ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି

ସେ କହିଛନ୍ତି, “ସମାଜ ସେବା ଦିଗରେ ତାଙ୍କର ଅକ୍ଲାନ୍ତ ଉଦ୍ୟମ ପାଇଁ ଶ୍ରୀ ଲାଲଜୀ ଟଣ୍ଡନ ସ୍ମରଣୀୟ ହୋଇ ରହିବେ ଜଣେ ପ୍ରଭାବଶାଳୀ ପ୍ରଶାସକ ଭାବେ ଜନ କଲ୍ୟାଣକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ, ଯାହାଦ୍ଵାରା ସେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତାଙ୍କ ବିୟୋଗରେ ଦୁଃଖିତ”

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଶ୍ରୀ ଟଣ୍ଡନଙ୍କ ଦୀର୍ଘ ଦିନର ସମ୍ପର୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ

 

**********


(ରିଲିଜ ଆଡି: 1640228) ପରିଦର୍ଶକ କାଉଣ୍ଟର : 219