ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି)ର 95ତମ ବାର୍ଷିକ ଅଧିବେଶନର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଉଦବୋଧନ

Posted On: 11 JUN 2020 12:54PM by PIB Bhubaneshwar

ନମସ୍କାର ! ଆଶା କରୁଛି ସମସ୍ତେ ଭଲରେ ଥିବେ ! 95 ବର୍ଷ ଧରି ନିରନ୍ତର ଦେଶ ସେବା କରିବା, ଯେକୌଣସି ସଂସ୍ଥା ଅବା ସଂଗଠନ ପାଇଁ ବହୁତ ବଡ଼ କଥା । ଆଇସିସି ପୂର୍ବ ଭାରତ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶରେ ଯେଉଁ ଯୋଗଦାନ ଦେଇଛି, ବିଶେଷକରି ସେଠାକାର ଉତ୍ପାଦନ ୟୁନିଟଗୁଡ଼ିକପାଇଁ, ତାହା ମଧ୍ୟ ଐତିହାସିକ । ଆଇସିସି ପାଇଁ ଯୋଗଦାନ ଦେଇଥିବା ଆପଣଙ୍କ ଭଳି ଲୋକମାନଙ୍କୁ, ପ୍ରତ୍ୟେକ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, 1925 ମସିହାରେ ଆଇସିସି ଗଠନ ହେବା ପରେ ସ୍ୱାଧୀନତା ଆନ୍ଦୋଳନ ଦେଖିଛି, ଭୀଷଣ ମରୁଡି ଏବଂ ଖାଦ୍ୟସଂକଟକୁ ଦେଖିଛି ଏବଂ ଭାରତର ଅଭିବୃଦ୍ଧିର ଉତଥାନ ପତନରେ  ମଧ୍ୟ ଆପଣ ଅଂଶୀଦାର ରହିଛନ୍ତି ।

ଚଳିତ ଥର ଏ ଅଧିବେଶନ ଏପରି ଏକ ସମୟରେ ହେଉଛି, ଯେତେବେଳେ ଆମ ଦେଶ ବହୁମୁଖୀ ଆହ୍ୱାନକୁ ସାମ୍ନା କରୁଛି । ସମଗ୍ର ବିଶ୍ୱ କରୋନା ଭୂତାଣୁ ସହିତ ଲଢେଇ କରୁଛି, ଭାରତ ମଧ୍ୟ ଲଢୁଛି, କିନ୍ତୁ ଅନେକ ପ୍ରକାରର ସଂକଟ ମଧ୍ୟ ନିରନ୍ତର ଭାବେ ଠିଆ ହୋଇଛି ।

କେଉଁଠି ବନ୍ୟାର ଆହ୍ୱାନ, କେଉଁଠି ପଙ୍ଗପାଳର ଆତଙ୍କ, କେଉଁଠି ବରଫପାତ, କେଉଁଠି ତୈଳକୂପରେ ନିଆଁ, କେଉଁଠି ଛୋଟ ଛୋଟ ଭୂକମ୍ପ, ଏତିରେ ଯଥେଷ୍ଟ ନୁହେଁ ଯେ  ପୂର୍ବ ଏବଂ ପଶ୍ଚିମ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦୁଇଟି ବାତ୍ୟା ଭଳି ସଙ୍କଟ ମାଡ଼ି ଆସିଛି

ଏଭଳି ଯାବତୀୟ ସମସ୍ୟା ସମୟରେ ଆମେ ସମସ୍ତେ ମିଳିମିଶି ଲଢ଼ୁଛୁ । କେବେ କେବେ ସମୟ ମଧ୍ୟ ଆମକୁ ପରଖୁଛି, ଆମର ପରୀକ୍ଷା ନେଉଛି । ଅନେକ ଥର ଅନେକ ସମସ୍ୟା ସବୁ, କଷଟି ପଥରରେ କଷି ହୋଇ ଏକ ସମୟରେ ଆସୁଛି ।

କିନ୍ତୁ ଆମେମାନେ ଏହା ମଧ୍ୟ ଅନୁଭବ କରିସାରିଛୁ ଯେ କଷଟିରେ କଷି ହୋଇ ଆମର କୃତିତ୍ୱ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ନେଇ ଆସିଥାଏ । କିଭଳି କଷଟିରେ ଆମେ କିପରି ମୁକାବିଲା କରୁଛେ, ଜଟିଳ ସମୟରେ କେତେ ଦୃଢ଼ତାର ସହ ଲଢ଼ୁଛେ, ଏହା ଆଗାମୀ ସୁଯୋଗକୁ ମଧ୍ୟ ସ୍ଥିର କରୁଛି ।

ସାଥୀଗଣ, ଆମର ଏଠାରେ କୁହାଯାଏ ମନକେ ହାରେ ହାର୍, ମନ କେ ଜିତେ ଜିତ୍, ଅର୍ଥାତ ଆମର ସଂକଳ୍ପ ଶକ୍ତି, ଆମର ଇଚ୍ଛାଶକ୍ତି, ଆମ ଭବିଷ୍ୟତର ମାର୍ଗ ସ୍ଥିର କରିଥାଏ । ଯିଏ ପ୍ରଥମରୁ ପରାଜୟ ସ୍ୱୀକାର କରି ନେଇଥାଏ, ତାସାମ୍ନାରେ ନୂଆ ଅବସର ବହୁତ କମ୍ ଆସିଥାଏ । କିନ୍ତୁ ଯିଏ ଜିତିବା ପାଇଁ ନିରନ୍ତର ପ୍ରୟାସ କରିଥାଏ, ଜଣେ ଅନ୍ୟକୁ ସହଯୋଗ କରି ଆଗକୁ ବଢ଼ିଥାଏ, ତାସାମ୍ନାରେ ନୂତନ ସୁଯୋଗ ମଧ୍ୟ ସେତେ ଅଧିକ ଆସିଥାଏ ।

ସାଥୀଗଣ, ଆମେ ଏହି ଏକାଠି ହେବା, ଏକାଠି ମିଳିମିଶି ବଡ଼ରୁ ବଡ଼ ବିପଦର ସାମ୍ନା କରିବା, ଏହା ଆମ ସଂକଳ୍ପର ଶକ୍ତି, ଏହା ଆମର ଇଚ୍ଛାଶକ୍ତି, ଏହା ହେଉଛି ଆମର ବହୁତ ବଡ଼ ଶକ୍ତି, ଏକ ରାଷ୍ଟ୍ର ଭାବେ  ଆମର ବହୁତ ବଡ଼ ଶକ୍ତି ।

ସମସ୍ୟାର ସମାଧାନ ହେଉଛି ଦୃଢ଼ତା । ସଙ୍କଟର ସମୟ, ପ୍ରତ୍ୟେକ ଥର ଭାରତକୁ ଉତ୍ସର୍ଗୀକୃତ ଭାବରେ ଦୃଢ଼ କରିଛି, ଏକ ରାଷ୍ଟ୍ର ଭାବେ ଦେଶବାସୀଙ୍କୁ ସମସ୍ୟା ସମାଧାନ କରିବାର ଶକ୍ତି ପ୍ରଦାନ କରିଛି, ସଂକଳ୍ପକୁ ବଳ ଦେଇଛି । ଏହି ଭାବନା ଆଜି ମୁଁ ଆପଣମାନଙ୍କ ଚେହେରାରେ ଦେଖି ପାରୁଛି, କୋଟି କୋଟି ଦେଶବାସୀଙ୍କ ପ୍ରୟାସରେ ଦେଖିପାରୁଛି । କରୋନା ସଙ୍କଟ ସାରା ବିଶ୍ୱରେ ଜାରି ରହିଛି । ସମଗ୍ର ବିଶ୍ୱ ଏହା ସହିତ ଲଢ଼େଇ କରୁଛନ୍ତି । କରୋନା ଯୋଦ୍ଧାମାନଙ୍କ ସହିତ ଆମ ଦେଶ ମହାମାରୀ ବିରୋଧରେ ଲଢ଼େଇ କରୁଛି ।

କିନ୍ତୁ ଏସବୁ ମଧ୍ୟରେ ପ୍ରତ୍ୟେକ ଦେଶବାସୀ ଏହି ବିପଦକୁ ସୁଯୋଗରେ ପରିବର୍ତ୍ତିତ କରିବା, ଦେଶରେ ବ୍ୟାପକ ପରିବର୍ତ୍ତନର ମୋଡ ଭାବେ ମଧ୍ୟ ସ୍ଥିର କରିବାର ଦୃଢ଼ ସଂକଳ୍ପ ନେଇ ଆଗେଇ ଚାଲିଛନ୍ତି

ଏହି ପରିବର୍ତ୍ତନର ମୋଡ କ? ଆତ୍ମ ନିର୍ଭର ଭାରତ, ଆତ୍ମନିର୍ଭରଶୀଳ ଭାରତ, ଭାରତର ଆତ୍ମନିର୍ଭରତା ଆତ୍ମ ନିର୍ଭରଶୀଳତାର ଏହି ଭାବକୁ ବର୍ଷ ବର୍ଷ ଧରି ପ୍ରତ୍ୟେକ ଭାରତୀୟ  ଏକ ଆକାଂକ୍ଷା ଭାବେ ମନ ଭିତରେ ବଞ୍ଚାଇ ରଖିଛନ୍ତି ।

ତଥାପି ଏକ ବଡ଼ ଆଶା ଭାରତୀୟମାନଙ୍କ ମନ, ମସ୍ତିଷ୍କରେ ରହିଛି ଆମେ ଡାକ୍ତରୀ ସରଞ୍ଜାମ କ୍ଷେତ୍ରରେ ଆତ୍ମନିର୍ଭର ହୋଇ ଥାଆନ୍ତୁ କି ! ଯଦି ଆମେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମ ନିର୍ଭର ହୋଇ ଥାଆନ୍ତୁ! ଯଦି ଆମେ କୋଇଲା ଏବଂ ଖଣିଜ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାଆନ୍ତୁ!

ଯଦି ଆମେ ଖାଇବା ତେଲ କ୍ଷେତ୍ରରେ, ସାର କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାଆନ୍ତୁ ! ସେହିପରି ଯଦି ଆମେ ଇଲେକ୍ଟ୍ରୋନିକ ଉତ୍ପାଦନରେ ଆତ୍ମନିର୍ଭର ହୋଇଥାଆନ୍ତୁ ! ଯଦି ଆମେ ସୌର ପ୍ୟାନେଲସ୍, ବ୍ୟାଟେରୀ ଏବଂ ଚିପ୍ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାଆନ୍ତୁଯଦି ଆମେ ବିମାନ ଚଳାଚଳ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାଆନ୍ତୁ, ଏହିଭଳି କେତେଗୁଡ଼ିଏ ଯଦି, ଅଗଣିତ ଯଦି, ସବୁବେଳ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ବିଚଳିତ କରି ଆସୁଛି ।

ସାଥୀଗଣ, ଏହାର ଏକ ବହୁତ ବଡ଼ କାରଣ ହେଉଛି କି ବିଗତ 5-6 ବର୍ଷରେ, ଦେଶର ନୀତି ଏବଂ ରୀତିରେ ଭାରତର ଆତ୍ମନିର୍ଭରତାର ଲକ୍ଷ୍ୟ ସର୍ବୋପରି ରହିଛି । ଏବେ ଯେତେବେଳେ କରୋନା ସମସ୍ୟା ଆମକୁ ଏହାର ଗତିକୁ ଆହୁରି ଦ୍ରୁତତର କରିବାର ଶିକ୍ଷା ଦେଇଛି । ଏହି ଶିକ୍ଷାରୁ ବାହାରିଛି- ଆତ୍ମନିର୍ଭର ଭାରତ ଅଭିଯାନ ।

ସାଥୀଗଣ, ଆମେ ଦେଖୁଛୁ, ପରିବାରରେ ମଧ୍ୟ ସନ୍ତାନ-ପୁଅ ହେଉ ଅବା ଝିଅ, 18-20 ବର୍ଷର ହୋଇଯାଏ, ଆମେ କହୁ କି ନିଜ ଗୋଡରେ ଠିଆ ହେବା ଶିଖ । ଗୋଟିଏ ପଟେ ଆତ୍ମନିର୍ଭର ଭାରତର ପ୍ରଥମ ପାଠ, ପରିବାରରୁ ହିଁ ଆରମ୍ଭ ହୋଇଥାଏ । ଭାରତକୁ ମଧ୍ୟ ନିଜ ଗୋଡରେ ଠିଆ ହେବାକୁ ପଡ଼ିବ ।

ସାଥୀଗଣ, ଆତ୍ମ ନିର୍ଭର ଭାରତ ଅଭିଯାନର ଏକ ସିଧାସଳଖ ଅର୍ଥ ହେଉଛି କି ଭାରତ, ଅନ୍ୟ ଦେଶ ଉପରେ ନିଜର ନିର୍ଭରଶୀଳତା ହ୍ରାସ କରୁ ପ୍ରତ୍ୟେକଟି ଜିନିଷ, ଯାହାକୁ ଆମଦାନୀ କରିବାକୁ ଦେଶ ବାଧ୍ୟ ହେଉଛି, ତାହା କିପରି ଭାରତରେ ହିଁ ନିର୍ମାଣ ହେବ, ଭବିଷ୍ୟତରେ ଭାରତ ସେହି ଉତ୍ପାଦର ରପ୍ତାନୀକାରୀ ପାଲଟୁ, ଏହି ଦିଗରେ ଆମକୁ ଆହୁରି ଦ୍ରୁତ ଗତିରେ କାର୍ଯ୍ୟ କରିବାର ଅଛି ।

ଏହାବ୍ୟତୀତ, ପ୍ରତ୍ୟେକଟି ଜିନିଷ ଯାହା ଭାରତର ଲଘୁ ଉଦ୍ୟୋଗୀ ନିର୍ମାଣ କରୁଛନ୍ତି, ଆମର ହସ୍ତଶିଳ୍ପୀ, ଯେଉଁ ଜିନିଷ ଆମର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ କୋଟି-କୋଟି ଗରିବ ନିର୍ମାଣ କରୁଛନ୍ତି, ଯାହା ବହୁ ଦଶକ ଧରି ଆମର ଏଠାରେ ନିର୍ମାଣ ହେଉଛି, ଗଳି-କନ୍ଦିରେ ବିକ୍ରି ହେଉଛି, ତାକୁ ଛାଡ଼ି ବିଦେଶରୁ ଜିନିଷ ମଗାଇବାର ପ୍ରବୃତିକୁ ଆମକୁ ନିୟନ୍ତ୍ରଣ କରିବାର ଅଛି ।

ଆମେ ଏହି ଛୋଟ-ଛୋଟ ବ୍ୟବସାୟ କରୁଥିବା ଲୋକମାନଙ୍କଠାରୁ କେବଳ ଜିନିଷ କିଣିବା ନାହିଁ, ପଇସା ଦେବା ନାହିଁ, ସେମାନଙ୍କର ପରିଶ୍ରମକୁ ପୁରସ୍କୃତ କରିବା, ମାନ-ସମ୍ମାନ ବୃଦ୍ଧି କରିବା । ଆମେ ଏହି କଥାର ଅନୁମାନ ମଧ୍ୟ ନାହୁଁ କି ଏହାଦ୍ୱାରା ସେମାନଙ୍କ ହୃଦୟରେ କେତେ ବଡ଼ ପ୍ରଭାବ ପଡ଼ିଥାଏ । ସେମାନେ କେତେ ଗର୍ବ ଅନୁଭବ କରନ୍ତି ।

ଏଥିପାଇଁ, ଏବେ ଲୋକାଲ ପାଇଁ ଭୋକାଲ ହେବାର ସମୟ ଆସିଛି, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଗଳି, ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ପ୍ରଦେଶ, ସମଗ୍ର ଦେଶକୁ ଆତ୍ମନିର୍ଭର କରିବାର ସମୟ ଆସିଛି ।

ସାଥୀଗଣ, ସ୍ୱାମୀ ବିବେକାନନ୍ଦ ଥରେ ଗୋଟିଏ ପତ୍ରରେ ଲେଖିଥିଲେ-ବର୍ତ୍ତମାନ କାର୍ଯ୍ୟ କରିବାର ସବୁଠାରୁ ସରଳ ପଦ୍ଧତି ହେଉଛି ଭାରତୀୟମାନେ ନିଜସ୍ୱ ଉତ୍ପାଦ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଦେଶରେ ଭାରତୀୟ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରନ୍ତୁ ସ୍ାମୀ ବିବେକାନନ୍ଦଙ୍କ ଉକ୍ତି, ଏହି ମାର୍ଗ, କୋଭିଡ ପରବର୍ତ୍ତି ବିଶ୍ୱରେ ଭାରତ ପାଇଁ ପ୍ରେରଣା । ଏବେ ଦେଶ ଶପଥ କରିନେଇଛି ଆଉ ଦେଶ ମଧ୍ୟ ପଦକ୍ଷେପ ନେଉଛି

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବଡ଼ ସଂସ୍କାର ସଂପର୍କରେ ଘୋଷଣା କରାଯାଇଛି, ତାହାକୁ ଦ୍ରୁତ ଗତିରେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ।

ଏମଏସଏମଇ ସଂଜ୍ଞାର ପରିସର ବଢାଇବା ହେଉ ଅବା ଏମଏସଏମଇର ସହାୟତା ପାଇଁ ହଜାର ହଜାର କୋଟିର ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ହେଉ, ଏହି ସମସ୍ତ ଆଜି ବାସ୍ତବତାରେ ପରିଣତ ହୋଇଛି । ଆଇବିସି ସହିତ ଜଡିତ ନିଷ୍ପତ୍ତି ହେଉ, ଛୋଟ ଛୋଟ ତ୍ରୁଟିକୁ ଅପରାଧ ମୁକ୍ତ କରିବାର ନିଷ୍ପତ୍ତି ହେଉ, ନିବେଶ କ୍ଷେତ୍ରରେ ଗତି ଆଣିବା ପାଇଁ  ପ୍ରକଳ୍ପ ବିକାଶ ସେଲ ଗଠନ ହେଉ, ଏଭଳି ଅନେକ କାର୍ଯ୍ୟ ପ୍ରଥମରୁ ହିଁ କରାଯାଇଛି ।

ଏବେ ସମସ୍ତ କ୍ଷେତ୍ର, ବିଶେଷକରି କୋଇଲା ଏବଂ ଖଣିଜ କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ, ଯେଉଁ ସଂସ୍କାର ଘୋଷଣା କରାଯାଇଛି, ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ  ଉଦ୍ୟୋଗ ଜଗତ ଆଗକୁ ଆସୁ, ଯୁବ ସାଥୀମାନେ ଆଗକୁ ଆସନ୍ତୁ ।

ସାଥୀଗଣ, କୃଷକ ଏବଂ ଗ୍ରାମୀଣ ଅର୍ଥନୀତି ପାଇଁ ନିକଟରେ ଯେଉଁ ନିଷ୍ପତ୍ତି ହୋଇଛି, ତାହା କୃଷି ଅର୍ଥନୀତିକୁ ବହୁବର୍ଷର ପରାଧୀନତାରୁ ମୁକ୍ତ କରିଦେଇଛି । ଏବେ ଭାରତର କୃଷକମାନଙ୍କୁ ନିଜ ଉତ୍ପାଦ, ନିଜ ଉତ୍ପାଦିତ ସାମଗ୍ରୀକୁ ଦେଶର ଯେକୌଣସି ସ୍ଥାନରେ ମଧ୍ୟ ବିକ୍ରି କରିବାର ସ୍ୱାଧୀନତା ମିଳିଯାଇଛି ।

ଏପିଏମସି ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଯେଉଁ ସଂଶୋଧନ କରାଯାଇଛି, କୃଷକ ଏବଂ ଉଦ୍ୟୋଗ ମଧ୍ୟରେ ଭାଗିଦାରୀର ଯେଉଁ ପଥ ଉନ୍ମୁକ୍ତ ହୋଇଛି, ତାହାଦ୍ୱାରା କୃଷକ ଏବଂ ଗ୍ରାମୀଣ ଅର୍ଥନୀତିର କାୟାକଳ୍ପ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଯାଇଛି । ଏହି ନିଷ୍ପତ୍ତି କୃଷକମାନଙ୍କୁ ଏକ ଉତ୍ପାଦକ ଭାବେ ଏବଂ ତାହାର ଉତ୍ପାଦିତ ସାମଗ୍ରୀକୁ ଏକ ଉତ୍ପାଦ ଭାବେ ପରିଚୟ ଦେଇଛି ।

ସାଥୀଗଣ, ସିଧାସଳଖ କୃଷକଙ୍କ ଖାତାରେ ନଗଦ ହସ୍ତାନ୍ତର କରିବା ହେଉ, ଏମଏସପି ସଂକ୍ରାନ୍ତ ନିଷ୍ପତ୍ତି ହେଉ, ପେନସନ ଯୋଜନା ହେଉ, କୃଷକଙ୍କୁ ସଶକ୍ତ କରିବା ପାଇଁ ଆମର ପ୍ରୟାସ ଜାରି ରହିଛି । ଏବେ କୃଷକମାନଙ୍କୁ ଏକ ବଡ଼ ବଜାର ଫୋର୍ସ ଭାବେ ବିକଶିତ ହେବାରେ ସହାୟତା କରାଯାଉଛି ।

ସାଥୀଗଣ, ସ୍ଥାନୀୟ ଉତ୍ପାଦ ପାଇଁ ଯେଉଁ କ୍ଲଷ୍ଟର ଆଧାରିତ ଅଭିବ୍ୟକ୍ତିକୁ ଏବେ ଭାରତରେ ପ୍ରେତ୍ସାହନ ଦିଆଯାଉଛି, ସେଥିରେ ମଧ୍ୟ ସମସ୍ତଙ୍କ ପାଇଁ ସୁଯୋଗ ହିଁ ସୁଯୋଗ ରହିଛି । ଯେଉଁ ଜିଲ୍ଲାରେ, ଯେଉଁ ବ୍ଲକରେ ଯାହା ଉତ୍ପାଦନ ହେଉଛି, ସେହି ଆଖ ପାଖରେ ଏହା ସହିତ ଜଡିତ କ୍ଲଷ୍ଟର ବିକଶିତ କରାଯିବ । ଯେପରି ପଶ୍ଚିମବଙ୍ଗର ଝୋଟ ଚାଷୀଙ୍କ ପାଇଁ ସେମାନଙ୍କ ନିକଟରେ ଝୋଟ ଆଧାରିତ ଉଦ୍ୟୋଗକୁ ଆହୁରି ସୁଦୃଢ କରିଦିଆଯିବ ।

ଜଙ୍ଗଲ ଉତ୍ପାଦର ଅପାର ସମ୍ପଦ ଯୋଗାଡ କରୁଥିବା ଆଦିବାସୀ ସାଥୀମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳରେ ହିଁ ଆଧୁନିକ ପ୍ରକ୍ରିୟାକରଣ ୟୁନିଟ ଉପଲବ୍ଧ କରାଯିବ । ଏହା ସହିତ ବାଉଁଶ ଏବଂ ଜୈବିକ ଉତ୍ପାଦ ପାଇଁ ମଧ୍ୟ କ୍ଲଷ୍ଟର ନିର୍ମାଣ ହେବ । ସିକିମ ଭଳି ସମ୍ପୂର୍ଣ୍ଣ ଉତ୍ତର ପୂର୍ବାଞ୍ଚଳ, ଜୈବିକ କୃଷି ପାଇଁ ବହୁତ ବଡ଼ କେନ୍ଦ୍ର ପାଲଟିବ । ଜୈବିକ କୃଷିର ରାଜଧାନୀ ପାଲଟିବ ।

ଆଇସିସି ସହିତ ଜଡିତ ଆପଣ ସମସ୍ତ ବ୍ୟବସାୟୀ ଯଦି ଥରେ ଶପଥ କରିନେବେ, ଉତ୍ତର ପୂର୍ବାଞ୍ଚଳରେ ଜୈବିକ କୃଷି ବହୁତ ବଡ଼ ଆନ୍ଦୋଳନ ପାଲଟିବ, ଆପଣ ତାକୁ ବିଶ୍ୱ ଦରବାରରେ ପରିଚିତ କରାଇ ପାରିବେ, ବିଶ୍ୱ ବଜାରରେ ଉପଲବ୍ଧ କରାଇ ପାରିବେ ।

ସାଥୀଗଣ, ଆପଣ ସମସ୍ତେ ଉତ୍ତର ପୂର୍ବାଞ୍ଚଳ, ପୂର୍ବ ଭାରତରେ ଏତେ ଦଶନ୍ଧି ଧରି କାର୍ଯ୍ୟ କରୁଛନ୍ତି । ସରକାର ଯେଉଁ ସମସ୍ତ ପଦକ୍ଷେପ ଉଠାଇଛନ୍ତି, ତାହାର ବହୁତ ବଡ଼ ଲାଭ ପୂର୍ବ ଏବଂ ଉତ୍ତର-ପୂର୍ବର ଲୋକଙ୍କୁ ମିଳିବ ।

ମୁଁ ଆଶା କରୁଛି ଯେ କୋଲକାତା ମଧ୍ୟ ପୁଣିଥରେ ଏକ ବହୁତ ବଡ଼ ନେତୃତ୍ୱ ପାଲଟିବ । ନିଜର ପୁରାତନ ଗୌରବରୁ ପ୍ରେରଣା ନେଇ ଭବିଷ୍ୟତର କୋଲକାତା, ସମଗ୍ର କ୍ଷେତ୍ରରେ ବିକାଶର ନେତୃତ୍ୱ ନେଇ ପାରିବ ।

ଯେତେବେଳେ ଶ୍ରମିକ, ସମ୍ପତ୍ତି, ସମ୍ବଳ ପୂର୍ବାଞ୍ଚଳର ହେବ ତ ଏହି କ୍ଷେତ୍ରର ବିକାଶ କେତେ ଦ୍ରୁତ ଗତିରେ ଆଗେଇ ପାରିବ ତାହା ଆପଣଙ୍କ ଠାରୁ ଅଧିକ ଭଲ ଆଉ କିଏ ଜାଣିଛି

ସାଥୀଗଣ, 5 ବର୍ଷ ପରେ, ଅର୍ଥାତ ବର୍ଷ 2025ରେ ଆପଣଙ୍କ ସଂଗଠନ 100 ବର୍ଷ ପୂରଣ କରିବାକୁ ଯାଉଛି । ସେହିପରି ବର୍ଷ 2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବାକୁ ଯାଉଛି । ଏହା ଆପଣଙ୍କ ସଂଗଠନ ପାଇଁ, ଆପଣଙ୍କ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଉନ୍ନତ ସଂକଳ୍ପ ନେବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସମୟ । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଆତ୍ମନିର୍ଭର ଭାରତ ଅଭିଯାନକୁ ଚରିତାର୍ଥ କରିବା ପାଇଁ ଆଇସିସି ମଧ୍ୟ ନିଜ ସ୍ତରରେ 50-100 ନୂତନ ଲକ୍ଷ୍ୟ ସ୍ଥିର କରନ୍ତୁ ।

ସଂଗଠନ, ଏହାସହିତ ଜଡିତ ପ୍ରତ୍ୟେକ ଉଦ୍ୟୋଗ ଏବଂ ବ୍ୟବସାୟିକ ଶାଖା ଏବଂ ପ୍ରତ୍ୟେକ ବ୍ୟକ୍ତି ଏହି ଲକ୍ଷ୍ୟ ନେଇ ଆଗେଇ ଚାଲନ୍ତୁ ଆପଣ ଯେତିକି ଆପଣଙ୍କ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବେ, ସେତିକି ହିଁ ଏହି ଅଭିଯାନ ପୂର୍ବ ଭାରତରେ, ଉତ୍ତର-ପୂର୍ବରେ ଆଗକୁ ବଢ଼ିବ ।

ସାଥୀଗଣ, ଉତ୍ପାଦନ କ୍ଷେତ୍ରରେ ବଙ୍ଗଳାର ଐତିହାସିକ ଶ୍ରେଷ୍ଠତାକୁ ଆମକୁ ପୁନର୍ଜୀବିତ କରିବାର ଅଛି । ଆମେ ସବୁବେଳେ ଶୁଣି ଆସିଛୁ, ବଙ୍ଗଳା ଆଜି ଯାହା ଚିନ୍ତା କରିଥାଏ, ଭାରତ ଆସନ୍ତାକାଲି ତାହା ଚିନ୍ତା କରିବ । ଆମକୁ ଏଥିରୁ ପ୍ରେରଣା ନେଇ ଆଗକୁ ବଢ଼ିବାକୁ ପଡ଼ିବ । ଏ ସମୟ, ଭାରତୀୟ ଅର୍ଥବ୍ୟବସ୍ଥାକୁ ଅପରେଟ ଓ କଣ୍ଟ୍ରୋଲରୁ ବାହାରକୁ ଆଣି ପ୍ଲଗ ଏବଂ ପ୍ଲେ ଆଡ଼କୁ ନେଇ ଯିବାର ଅଛି । ଏ ସମୟ ରକ୍ଷଣଶୀଳ ଅଭିବ୍ୟକ୍ତିର ନୁହେଁ, ବରଂ ଆଗକୁ ଅଗ୍ରସର ହୋଇ କଠୋର ନିଷ୍ପତ୍ତି ନେବାର ସମୟ, ବଡ଼ ନିବେଶ କରିବାର ଆବଶ୍ୟକତା ରହିଛି

ବର୍ତ୍ତମାନ ଭାରତରେ ଏକ ବୈଶ୍ୱିକ ପ୍ରତିଯୋଗିତାମୂଳକ ଘରୋଇ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିବାର ଅଛି ।

ଏଥିପାଇଁ ଉଦ୍ୟୋଗ ଜଗତକୁ ନିଜର ସାମ୍ପ୍ରତିକ ଯୋଗାଣ ଶୃଙ୍ଖଳକୁ, ସମସ୍ତ ଅଂଶୀଦାରଙ୍କୁ ସଙ୍କଟରୁ ବାହାର କରିବାରେ ମଧ୍ୟ ସହାୟତା କରିବାକୁ ପଡ଼ିବ ତଥା ମୂଲ୍ୟଯୁକ୍ତ କରି ସେମାନଙ୍କ ହାତକୁ ମଜବୁତ କରିବାକୁ ହେବ

ସାଥୀଗଣ, ଆତ୍ମନିର୍ଭର ଭାରତ ଅଭିଯାନରେ ଆଗକୁ ଅଗ୍ରସର ହୋଇ, କରୋନା ସଙ୍କଟ ସମୟର ମୁକାବିଲା କରି, ଆଜି ଆପଣମାନେ ଏହି ବାର୍ଷିକ ସମାରୋହରେ ମନୁଷ୍ୟ, ପୃଥିବୀ ଏବଂ ଲାଭ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ତାମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକଙ୍କୁ ଲାଗୁଛି କି ଏହି ତିନୋଟି ପରସ୍ପରର ବିପରୀତ, ବିରୋଧାଭାଷୀ । ମନୁଷ୍ୟ, ପୃଥିବୀ ଏବଂ ଲାଭପରସ୍ପର ସହ ଆନ୍ତଃସଂଯୁକ୍ତଏହି ତିନୋଟିକୁ ଯଦି ଏକ ସହିତ ବିକଶିତ କରିପାରିବା, ଆମେ ସହାବସ୍ଥାନ କରି ପାରିବା ।

ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେଇ ବୁଝାଇବାକୁ ଚାହୁଁଛି । ଯେପରି ଏଲଇଡି ବଲବ୍ । 5-6 ବର୍ଷ ପୂର୍ବେ ଏଲଇଡି ବଲବ୍ ସାଢ଼େ ତିନି ଶହ ଟଙ୍କାରୁ ଅଧିକ ଦାମରେ ମିଳୁଥିଲା । ଆଜି ସେହି ବଲବ୍ 50 ଟଙ୍କାରେ ମିଳି ଯାଉଛି । ଆପଣ ଚିନ୍ତା କରନ୍ତୁ, ମୂଲ୍ୟ କମ୍ ହେବାରୁ ସାରା ଦେଶରେ କୋଟି-କୋଟି ସଂଖ୍ୟାରେ ଏଲଇଡି ବଲବ୍ ଘରେ ଘରେ ପହଞ୍ଚିଛିଷ୍ଟ୍ରିଟ୍ ଲାଇଟରେ ଲାଗିଛି । ଏହି ପରିମାଣ ଏତେ ବଢ଼ିଯାଇଛି କି ଏଥିରେ ଉତ୍ପାଦନର ଖର୍ଚ୍ଚ କମ୍ ହୋଇଛି ଏବଂ ଲାଭ ମଧ୍ୟ ବଢ଼ିଛି । ଏଥିରେ କାହାକୁ ଲାଭ ମିଳିଛି?

ଲୋକଙ୍କୁ, ସାଧାରଣ ଦେଶବାସୀଙ୍କୁ, ଯେଉଁମାନଙ୍କର ବିଜୁଳି ବିଲ୍ କମ୍ ହୋଇଛି । ଆଜି ଏଲଇଡି ବଲବ୍ ଯୋଗୁଁ ପ୍ରତି ବର୍ଷ ଦେଶବାସୀଙ୍କର ପ୍ରାୟ 19 ହଜାର କୋଟି ଟଙ୍କା ବିଜୁଳି ବିଲ୍ ସଞ୍ଚୟ ହୋଇଛି । ଏହି ସଞ୍ଚୟ ଗରିବ ମାନଙ୍କର ହୋଇଛି । ଏହି ସଞ୍ଚୟ ଦେଶର ମଧ୍ୟମ ବର୍ଗଙ୍କର ହୋଇଛି ।

ଏହାର ଲାଭ ସମଗ୍ର ଜଗତକୁ ମଧ୍ୟ ହୋଇଛି । ସରକାରୀ ସଂସ୍ଥାଗୁଡ଼ିକ ଯେତେ ଏଲଇଡି ବଲବ୍ କମ୍ ମୂଲ୍ୟରେ ବିକ୍ରି କରିଛନ୍ତି, କେବଳ ତାହା ମାଧ୍ୟମରେ ହିଁ ପ୍ରତିବର୍ଷ ପ୍ରାୟ ଚାରି କୋଟି ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହୋଇପାରିଛି ।

ଅର୍ଥାତ ଲାଭ ଉଭୟଙ୍କର ହୋଇଛି, ଉଭୟଙ୍କ ପାଇଁ ଜୟ-ବିଜୟର ସ୍ଥିତି ହୋଇଛି । ଯଦି ଆପଣ ସରକାରଙ୍କର ଅନ୍ୟ ଯୋଜନାଗୁଡ଼ିକ ଏବଂ ନିଷ୍ପତ୍ତିକୁ ମଧ୍ୟ ଦେଖିବେ, ବିଗତ 5-6 ବର୍ଷରେ ମନୁଷ୍ୟ, ପୃଥିବୀ ଏବଂ ଲାଭ ଏହି ପରିକଳ୍ପନା ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ ହୋଇଛି ।

ଏବେ ଯେପରି ଆପଣମାନେ ଦେଖୁଛନ୍ତି ଯେ ସରକାର କିପରି ଅନ୍ତଃଦେଶୀୟ ଜଳପଥ ଉପରେ ବହୁତ ଅଧିକ ଗୁରୁତ୍ୱ ଦେଉଛନ୍ତି ହଳଦିଆରୁ ବନାରସ ପର୍ଯ୍ୟନ୍ତ ଜଳପଥ କାର୍ଯ୍ୟକାରୀ ହୋଇ ସାରିଛି, ଏବେ ଉତ୍ତର-ପୂର୍ବାଞ୍ଚଳରେ ମଧ୍ୟ ଜଳପଥକୁ ପ୍ରୋତ୍ସାହନ ଦିଆଯାଉଛି ।

ଏହି ଜଳପଥରୁ ଲୋକଙ୍କୁ ଲାଭ ମିଳୁଛି, କାରଣ ଏହାଦ୍ୱାରା ମାଲ ପରିବହନ ଖର୍ଚ୍ଚ କମ୍ ହେଉଛି ।

ଏହି ଜଳପଥରେ ପୃଥିବୀକୁ ମଧ୍ୟ ଲାଭ ମିଳୁଛି, କାରଣ ଏହାଦ୍ୱାରା କମ୍ ଇନ୍ଧନ ଖର୍ଚ୍ଚ ହେଉଛି । ଆଉ ଆମକୁ ଏହାମଧ୍ୟ ଭୁଲିବା ଉଚିତ ନୁହେଁ ଯେ ଏହା ପେଟ୍ରୋଲ-ଡିଜେଲ ଆମଦାନୀକୁ କମ୍ କରିବ, ରାସ୍ତାରେ ଟ୍ରାଫିକ କମ୍ କରିବ, ଜିନିଷ ପତ୍ର ଶସ୍ତାରେ ମିଳିବ, କମ୍ ବାଟ ଦେଇ ଜିନିଷ ଶୀଘ୍ର ପହଞ୍ଚିବ, କିଣିଲାବାଲା ଏବଂ ବିକ୍ରି କରିବା ବାଲା ଉଭୟଙ୍କୁ ଏଥିରୁ ଲାଭ ହିଁ ଲାଭ ମିଳିବ

ସାଥୀଗଣ, ଭାରତରେ ଆଉ ଏକ ଅଭିଯାନ ଚାଲୁ ରହିଛି-ଦେଶକୁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକରୁ ମୁକ୍ତ କରିବା । ଏଥିରେ ମନୁଷ୍ୟ, ପୃଥିବୀ, ଏବଂ ଲାଭ ତିନୋଟି ବିଷୟର ସମାଧାନ ହୋଇଥାଏ ।

ବିଶେଷ କରି ପଶ୍ଚିମବଙ୍ଗ ପାଇଁ ତ ଏହା ବହୁତ ଲାଭଜନକ ହେବ । ଏହାଦ୍ୱାରା ଆପଣଙ୍କର ଏଠାକାର ଝୋଟ କାରବାର ବଢ଼ିବାର ସମ୍ଭାବନା ବଢ଼ିଛି । କଣ ଆପଣମାନେ ଏହାର ଲାଭ ଉଠାଇଛନ୍ତି କି? ଣ ଏବେ ପ୍ୟାକେଜିଂ ସାମଗ୍ରୀ ଝୋଟରେ ତିଆରି ଆରମ୍ଭ ହୋଇଛି । ଗୋଟିଏ ପଟେ ଆପଣଙ୍କର ପାଞ୍ଚୋଟିଯାକ ଆଙ୍ଗୁଠି ଘିଅରେ ଅଛି ।

ଆପଣଙ୍କୁ ତ ଏହି ପରିସ୍ଥିତିରୁ ଆହୁରି ଲାଭ ଉଠାଇବା ଦରକାର । ଯଦି ଏହି ସୁଯୋଗ ହାତଛଡ଼ା କରିଦେବେ, କିଏ ସାହାଯ୍ୟ କରିବ? ଚିନ୍ତା କରନ୍ତୁ, ଯେତେବେଳେ ପଶ୍ଚିମବଙ୍ଗରେ ତିଆରି ହୋଇଥିବା ଝୋଟର ବ୍ୟାଗ, ପ୍ରତ୍ୟେକଙ୍କ ହାତରେ ଥିବ, ତ ବଙ୍ଗଳାର ଲୋକଙ୍କୁ କେତେ ବଡ଼ ଲାଭ ହେବ ।

ସାଥୀଗଣ, ଜନକେୈନ୍ଦ୍ରିକ, ଜନ ପରିଚାଳିତ ଏବଂ ଜଗତ ଅନୁକୂଳ ବିକାଶର ଅଭିବ୍ୟକ୍ତି ଏବେ ଦେଶରେ ପ୍ରଶାସନର ଅଂଶବିଶେଷ ପାଲଟି ଯାଇଛି । ଯାହା ଆମର ବୈଷୟିକ ସଂପୃକ୍ତି, ତାହା ମଧ୍ୟ ମନୁଷ୍ୟ, ପୃଥିବୀ, ଏବଂ ଲାଭଚିନ୍ତାଧାରାର ଅନୁକୂଳ ।

ୟୁପିଆଇ ମାଧ୍ୟମରେ ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସ୍ପର୍ଶମୁକ୍ତ, ସଂଯୋଗମୁକ୍ତ, ନଗଦମୁକ୍ତ ଚବିଶ ଘଣ୍ଟିଆ ଅର୍ଥ କାରବାର ସୁବିଧା ହୋଇପାରିଛି । ଭିମ୍ ଆପ୍ ରେ କାରବାର ଏବେ ନୂଆ-ନୂଆ ରେକର୍ଡ ସୃଷ୍ଟି ହୋଇଛି । ରୂପେ କାର୍ଡ ଏବେ ଗରିବ, କୃଷକ, ମଧ୍ୟମବର୍ଗ, ଦେଶର ପ୍ରତ୍ୟେକ ବର୍ଗର ପସନ୍ଦଯୋଗ୍ୟ କାର୍ଡ ପାଲଟିବାରେ ଲାଗିଛି । ଯେତେବେଳେ ଆମେ ଆତ୍ମନିର୍ଭର ଭାରତ କଥା କହୁଛେ, କାହିଁକି ଗର୍ବର ସହିତ ନ କହିବା ରୂପେ କାର୍ଡର ବ୍ୟବହାର କରନ୍ତୁ?

ଏବେ ଦେଶରେ ବ୍ୟାଙ୍କିଙ୍ଗ ସେବାର ପରିସର ସେହି ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିଛି, ଯେଉଁମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନଥିବା ଶ୍ରେଣୀରେ ରଖାଯାଇଥିଲା । ଡିବିଟି, ଜାମ, ଅର୍ଥାତ ଜନଧନ, ଆଧାର, ମୋବାଇଲ ମାଧ୍ୟମରେ ଗୋପନୀୟତା ବଜାୟ ରଖି ହିତାଧିକାରୀଙ୍କୁ ଜରୁରୀ ସହାୟତା ପହଞ୍ଚାଇବା ସମ୍ଭବ ହେଉଛି ।

ସେହିପରି, ସରକାରୀ ଇ-ମାର୍କଟେ ପ୍ଲେସ, ଅର୍ଥାତ ଜିଇଏମ ପୋର୍ଟାଲ ଲୋକମାନଙ୍କୁ ସରକାରଙ୍କ ସହିତ ଯୋଡ଼ି ଲାଭ ଉପାର୍ଜନର ଏକ ସୁଯୋଗ ଦେଇଛି । ଆପଣମାନେ ଏହା ଜାଣିଛନ୍ତି କି ଜିଇଏମ ମଞ୍ଚରେ ଛୋଟ-ଛୋଟ ସ୍ୱୟଂ ସହାୟକ ଗୋଷ୍ଠୀ, ଏମଏସଏମଇଗୁଡ଼ିକ ସିଧାସଳଖ ଭାରତ ସରକାରଙ୍କୁ ନିଜର ସାମଗ୍ରୀ ଏବଂ ସେବା ଉପଲବ୍ଧ କରାଇ ପାରୁଛନ୍ତି । ନଚେତ ପୂର୍ବରୁ ତ କିଛି ଲକ୍ଷ ଟଙ୍କାର କାରବାର କରୁଥିବା ଉଦ୍ୟୋଗୀ ଚିନ୍ତା କରି ପାରୁ ନଥିଲେ, କି ସେମାନେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ନିଜ ଉତ୍ପାଦିତ କୌଣସି ସାମଗ୍ରୀ ବିକ୍ରି କରି ପାରିବେ ।

ଏଥିପାଇଁ, ମୋର ଆଇସିସିକୁ ମଧ୍ୟ ଅନୁରୋଧ କି ଆପଣଙ୍କର ଯେଉଁ ସଂଖ୍ୟା ଅଛି, ଆପଣଙ୍କ ସହିତ ଜଡ଼ିତ ଯେଉଁ ଉତ୍ପାଦନକାରୀ ଅଛନ୍ତି, ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଜିଇଏମ ସହିତ ସାମିଲ ହେବା ପାଇଁ ପ୍ରେରଣା ଦିଅନ୍ତୁ । ଯଦି ଆପଣଙ୍କ ସହିତ ଜଡ଼ିତ ପ୍ରତ୍ୟେକ ଉତ୍ପାଦନକାରୀ ଜିଇଏମ ସହିତ ଯୋଡ଼ି ହୋଇଯିବେ, ତ ଛୋଟ କାରବାର କରୁଥିବା ଲୋକ ମଧ୍ୟ ନିଜ ଉତ୍ପାଦ ସିଧାସଳଖ ସରକାରଙ୍କୁ ବିକ୍ରି କରି ପାରିବ ।

ସାଥୀଗଣ, ଯେତେବେଳେ ଆମେ ପୃଥିବୀ କଥା କହୁଛେ, ଆପଣ ମଧ୍ୟ ଦେଖୁଛନ୍ତି କି ଆଜି ଆଇସା, ଅର୍ଥାତ ଆନ୍ତର୍ଜାତୀୟ ସୌରମେଣ୍ଟ ଏକ ବଡ଼ ବିଶ୍ୱ ଆନ୍ଦୋଳନ ପାଲଟିବାରେ ଲାଗିଛି । ସୌରଶକ୍ତି କ୍ଷେତ୍ରରେ ଯେଉଁ ଲାଭ ଭାରତ ନିଜ ପାଇଁ ଦେଖୁଥିଲା, ତାହାକୁ ସମଗ୍ର ଦୁନିଆ ସହ ବାଣ୍ଟିବାର ପ୍ରୟାସ କରାଯାଉଛି । ମୁଁ ଆଇସିସିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି ଯେ ଅକ୍ଷୟ ଶକ୍ତି, ସୌରଶକ୍ତି ଉତ୍ପାଦନ ପାଇଁ ଦେଶ ଯେଉଁ ଲକ୍ଷ୍ୟ ରଖିଛି, ସେଥିରେ ନିଜର ଯୋଗଦାନ ଏବଂ ନିବେଶକୁ ସମ୍ପ୍ରସାରିତ କରନ୍ତୁ

ଦେଶରେ ହିଁ ସୌର ପ୍ୟାନେଲର ଉତ୍ପାଦନ, ଶକ୍ତି ସଞ୍ଚୟ ଦକ୍ଷତା ବୃଦ୍ଧି ପାଇଁ ଉନ୍ନତ ବ୍ୟାଟେରୀ ଗବେଷଣା ଓ ବିକାଶ ତଥା ଉତ୍ପାଦନରେ ନିବେଶ କରନ୍ତୁ, ଏଭଳି ଏମଏସଏମଇ ଗୁଡ଼ିକର ହାତମୁଠାକୁ ଟାଣ କରନ୍ତୁ। ପରିବର୍ତ୍ତୀତ ବିଶ୍ୱରେ, ସୌରଶକ୍ତିରେ ବାରମ୍ବାର ରିଚାର୍ଜ ହୋଇପାରୁଥିବା ବ୍ୟାଟେରୀର ବହୁତ ବଡ଼ ବଜାର ସୃଷ୍ଟି ହେବାକୁ ଯାଉଛି ।  ଭାରତର ଉଦ୍ୟୋଗ ଜଗତ ଏହାର ନେତୃତ୍ୱ ନେଇ ପାରିବେ କି ? ଏହି କ୍ଷେତ୍ରରେ ଭାରତ ବହୁତ ବଡ଼ କେନ୍ଦ୍ର ହୋଇ ପାରିବ ।

ଆଇସିସି ଏବଂ ତାହାର ସଦସ୍ୟ, 2022 ଯେତେବେଳେ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିବ, ଏବଂ 2025 ଯେତେବେଳେ ଆଇସିସି ନିଜର ଶହେ ବର୍ଷ ପୂରଣ କରିବ, ସେହି ସମୟ ପାଇଁ ଏହିସବୁ ସୁଯୋଗ ସହିତ ଜଡ଼ିତ ଲକ୍ଷ୍ୟରେ, ଏହି ବିଷୟ ଉପରେ ମଧ୍ୟ ଆପଣ ଲକ୍ଷ୍ୟ ସ୍ଥିର କରି ପାରିବେ ।

ସାଥୀଗଣ, ଏହି ସମୟ ହେଉଛି ସୁଯୋଗକୁ ଚିହ୍ନିବା, ନିଜକୁ ବ୍ୟବହାର କରିବା ଏବଂ ନୂତନ ଶିଖର ଆଡ଼କୁ ଆଗେଇ ଯିବାର ଯଦି ଏହା ସବୁଠାରୁ ବଡ଼ ସଙ୍କଟ ତ ଆମକୁ ଏହାଠାରୁ ସବୁଠାରୁ ବଡ଼ ଶିକ୍ଷା ନେଇ, ଏଥିରୁ ସଂପୂର୍ଣ୍ଣ ଲାଭ ଉଠାଇବା ଉଚିତ ।

ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି ସରକାର ଏଥିପାଇଁ ସଂପୂର୍ଣ୍ଣ  ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଆପଣ କୌଣସି ଚିନ୍ତା ନକରି ଆଗକୁ ବଢ଼ନ୍ତୁ, ନୂତନ ସଙ୍କଳ୍ପ ସହିତ ନୂତନ ବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ । ଆତ୍ମନିର୍ଭର ଭାରତର ମୂଳରେ ରହିଛି ଆତ୍ମବିଶ୍ୱାସୀ ଭାରତ ।

ଗୁରୁବର ଟାଗୋର ନିଜର କବିତା ନୂତନ ଯୁଗେର ଭୋରରେ କହିଛନ୍ତି – ‘ଚୋଲାଏ ଚୋଲାଏ ବାଜବେ ଜୋୟେର ମେରି, ପାଏର ବେଗେଇ ପୋଥ କେଟେ ଜାୟ କୋରିଶ ନା ଆର୍ ଦେରି,’ ଅର୍ଥାତ ପ୍ରତିଟି ଆଗକୁ ବଢ଼ୁଥିବା ପାଦରେ ଘୋଷନାଦ ହେବ । ଦୌଡ଼ୁଥିବା ପାଦରେ ହିଁ ନୂତନ ରାସ୍ତା ତିଆରି କରିବା ଏବେ ବିଳମ୍ବ କର ନାହିଁ ।

ଚିନ୍ତା କରନ୍ତୁ, ଏହା ହେଉଛି କେତେ ବଡ଼ ମନ୍ତ୍ର-ଦୌଡ଼ୁଥିବା ପାଦ ହିଁ ନୂତନ ରାସ୍ତା ତିଆରି କରିବ । ଯେତେବେଳେ ଏତେ ବଡ଼ ପ୍ରେରଣା ଆମ ସାମ୍ନାରେ ଅଛି ତ ଅଟକି ଯିବାର ପ୍ରଶ୍ନ ହିଁ ସୃଷ୍ଟି ହେଉ ନାହିଁ ।

ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ ଯେତେବେଳେ ଆପଣ ନିଜ ସଂଗଠନ ପ୍ରତିଷ୍ଠା ଶହେ ବର୍ଷ ପୂର୍ତ୍ତି ସମାରୋହ ପାଳନ କରିବେ, ଯେତେବେଳେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପର୍ବ ପାଳନ କରିବ, ଆତ୍ମ ନିର୍ଭର ଭାରତର ମାର୍ଗରେ ଆମର ଦେଶ ବହୁତ ଆଗକୁ ଅଗ୍ରସର ହୋଇ ଯାଇଥିବ ।

ଆଉ ଥରେ ପୁଣି ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ।

ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ।

ବହୁତ-ବହୁତ କୃତଜ୍ଞତା ।

ଭଲରେ ଥାଆନ୍ତୁ!!! 



(Release ID: 1631272) Visitor Counter : 181