ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ଚାମ୍ବର ଅଫ କମର୍ସ (ଆଇସିସି)ର ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• ଆମକୁ ଏକ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

Posted On: 11 JUN 2020 2:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଚାମ୍ବର ଅଫ କମର୍ସ (ଆଇସିସି)ର 95ତମ ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନର ଉଦ୍ଘାଟନୀ ସମାରୋହକୁ ଭିଡ଼ିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।

କୋଭିଡ଼-19 ବିରୋଧରେ ଜାରି ରହିଥିବା ସଂଗ୍ରାମର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସମଗ୍ର ବିଶ୍ୱ ସହ କାନ୍ଧକୁ କାନ୍ଧ ମିଳାଇ ଭାରତ ଏହି ମହାମାରୀ ବିରୋଧରେ ତାର ଆପ୍ରାଣ ଲଢ଼େଇ ଜାରି ରଖିଛି । ସେ କହିଲେ ଯେ, ଦେଶ ଏବେ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି ପଙ୍ଗପାଳ ଆକ୍ରମଣ, କରକାପାତ, ତୈଳ କୂପରେ ଅଗ୍ନିକାଣ୍ଡ, ଅନେକ ଗୁଡ଼ିଏ ଛୋଟ ଛୋଟ ଭୂମିକମ୍ପ ଏବଂ ଲଗାତାର ଦୁଇ ଦୁଇଟି ସାମୁଦ୍ରିକ ଝଡ଼ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଶ ସାମଗ୍ରିକ ଭାବେ ସାମ୍ନା କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଏଭଳି ଜଟିଳ ସମୟ କିନ୍ତୁ ଭାରତକୁ ଅଧିକ ସୁଦୃଢ଼ କରିଛି । ସେ କହିଲେ ଯେ ଦୃଢ଼ ସଂକଳ୍ପ, ଇଚ୍ଛାଶକ୍ତି ଏବଂ ଐକ୍ୟବଦ୍ଧତା ହେଉଛି ଗୋଟିଏ ରାଷ୍ଟ୍ରର ସାମର୍ଥ୍ୟ ଯାହାକି ରାଷ୍ଟ୍ରକୁ ସବୁପ୍ରକାର ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ଶକ୍ତି ଯୋଗାଇଛି । ଯେକୌଣସି ସମସ୍ୟା ହେଉ ନା କାହିଁକି, ତାହା ଆମକୁ ପରୋକ୍ଷରେ ସୁଯୋଗ ଦେଇଥାଏ ।  ଆମେ ତାହାକୁ ଉପଯୋଗ କରି ଏକ ଆତ୍ମନିର୍ଭର ଭାରତ ନିର୍ମାଣ କରିପାରିବା ।

ଆତ୍ମନିର୍ଭର ଭାରତ

ପ୍ରଧାନମନ୍ତ୍ରୀ କହିଲେ ଯେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ଦୀର୍ଘବର୍ଷରୁ ପ୍ରୟାସ କରିଆସୁଛି ।

ବର୍ତ୍ତମାନ ସମୟ ଆସି ପହଞ୍ଚିଛି ଯେତେବେଳେ ଦେଶର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଜିଲ୍ଲାକୁ ଆତ୍ମନିର୍ଭର ହେବାକୁ ପଡ଼ିବବୋଲି ମତ ପୋଷଣ କରିଥିଲେ ପ୍ରଧାନମନ୍ତ୍ରୀ ସେ କହିଲେ ଯେ ଭାରତୀୟ ଅର୍ଥନୀତି ଏବେ କମାଣ୍ଡ ଏବଂ କଣ୍ଟ୍ରୋଲଅବସ୍ଥାରେ ରହିଛି । ତେଣୁ ତାହା ପ୍ଲଗ୍ ଏବଂ ପ୍ଲେମୋଡ଼ ଆଡ଼କୁ ଗତି କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଦୃଢ଼ ଏବଂ ନିର୍ଣ୍ଣାୟକ ନିବେଶ କରିବାର ସମୟ ଆସିଛି । ସେହିଭଳି ଆମକୁ ବୈଶ୍ୱିକ ପ୍ରତିଯୋଗିତାମୂଳକ ଘରୋଇ ଯୋଗାଣ ଶୃଙ୍ଖଳ ନିର୍ମାଣ ସକାଶେ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ସେଥିପାଇଁ ପାରମ୍ପରିକ ଓ ରକ୍ଷଣଶୀଳ କାର୍ଯ୍ୟଧାରା ପର୍ଯ୍ୟାପ୍ତ ହେବନାହିଁ । କେଉଁ କେଉଁ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହୋଇପାରିବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାର ଏକ ସୂଚୀ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ, “ଦେଶ ପାଇଁ ଆତ୍ମନିର୍ଭର ନୀତି ଏବଂ କାର୍ଯ୍ୟପନ୍ଥା ଅତିବ ଗୁରୁତ୍ୱପୂର୍ଣ୍ଣ । ଏବେ କରୋନା ବୈଶ୍ୱିକ ମହାମାରୀ ଆମକୁ ଏହି ମହାଶିକ୍ଷା ଦେଇଛି ଯେ କିଭଳି ଭାବେ ଏହାକୁ ତ୍ୱରାନ୍ୱିତ କରିବାକୁ ହେବ । ଏହା ସେହି ମହାଶିକ୍ଷା- ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ ହୋଇସାରିଛିବୋଲି ଶ୍ରୀ ମୋଦୀ ମତ ପୋଷଣ କରିଥିଲେ ।

ଶ୍ରୀ ମୋଦୀ କହିଲେ ଯେ, ଭାରତକୁ ସମସ୍ତ ଉତ୍ପାଦନ କ୍ଷେତ୍ରରେ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ । ଆମେ ଏବେ ବାଧ୍ୟ ହୋଇ ବିଦେଶରୁ ସେହିସବୁ ସାମଗ୍ରୀ ଆମଦାନୀ କରୁଛୁ । ଖୁଚୁରା ବ୍ୟବସାୟୀମାନଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମେ ଯେତେବେଳେ ସେମାନଙ୍କ ଠାରୁ କିଛି ସ୍ଥାନୀୟ ସାମଗ୍ରୀ କ୍ରୟ କରୁ, ସେତେବେଳେ ଆମେ କେବଳ ସେମାନଙ୍କୁ ତାର ମୂଲ୍ୟ ଦେଇନଥାଉ, ବରଂ ସେମାନଙ୍କର ଉତ୍ପାଦ ଓ ସେବା ପାଇଁ ମୂଲ୍ୟ ପ୍ରଦାନ କରିଥାଉପୁଣି ସେମାନଙ୍କର ଅବଦାନକୁ ମଧ୍ୟ ପୁରସ୍କୃତ କରିଥା

ସ୍ୱାମୀ ବିବେକାନନ୍ଦଙ୍କ ଏକ ବାଣୀକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ, “ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟ କରିବାର ସବୁଠାରୁ ସରଳ ପଦ୍ଧତିଟି ହେଲା ଭାରତୀୟମାନଙ୍କୁ ସେମାନଙ୍କର ନିଜସ୍ୱ ଉତ୍ପାଦ ବ୍ୟବହାର କରିବା ଲାଗି ପ୍ରୋତ୍ସାହିତ କରନ୍ତୁ । ଅନ୍ୟ ରାଷ୍ଟ୍ରରେ ଭାରତୀୟ ଉତ୍ପାଦର ବଜାର ସୃଷ୍ଟି କରନ୍ତୁ ।ସ୍ୱାମୀ ବିବେକାନନ୍ଦ ଆମକୁ ଏହି ପଥ ପ୍ରଦର୍ଶନ କରିଛନ୍ତି ଯାହାକି କୋଭିଡ଼ ପରବର୍ତ୍ତୀ ବିଶ୍ୱରେ ଭାରତ ପାଇଁ ଏକ ପ୍ରେରଣା ହେବ ।

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସରକାର ଘୋଷଣା କରିଥିବା ପ୍ରମୁଖ ସଂସ୍କାର ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚୀତ କରିଥିଲେ । ଏଥିରେ ଏମଏସଏମଇର ସଂଜ୍ଞା ଓ କାର୍ଯ୍ୟ ପରିସର ସଂପ୍ରସାରଣ, ଏମଏସଏମଇମାନଙ୍କୁ ସହଯୋଗ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା, ଆଇବିସି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ, ପ୍ରକଳ୍ପ ବିକାଶ ସେଲ୍ ସୃଷ୍ଟି କରି ନିବେଶର ଧାରାକୁ ଟ୍ରାକିଂ କରିବା ଆଦି ଅନ୍ୟତମ ।

ଏପିଏମସି ଆଇନରେ ସଂଶୋଧନ

କୃଷି କ୍ଷେତ୍ର ପାଇଁ ନିକଟରେ ଗ୍ରହଣ କରାଯାଇଥିବା ନୀତିଗତ ନିଷ୍ପତ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ କୃଷି ଅର୍ଥନୀତିକୁ ଦୀର୍ଘବର୍ଷର ନିୟନ୍ତ୍ରଣ ପରେ ଏବେ ମୁକ୍ତ କରାଯାଇଛି । ବର୍ତ୍ତମାନ ଭାରତର କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିବାର ସ୍ୱାଧୀନତା ପ୍ରଦାନ କରାଯାଇଛି ।

ଜୈବିକ କୃଷି ପାଇଁ ଉତ୍ତର ପୂର୍ବାଞ୍ଚଳ ପେଣ୍ଠସ୍ଥଳୀ

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ଥାନୀୟ ଉତ୍ପାଦ ସକାଶେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କ୍ଲଷ୍ଟର ଭିତ୍ତିକ କାର୍ଯ୍ୟପନ୍ଥା ସମସ୍ତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି । ଏଥିସହ ସଂଶ୍ଳିଷ୍ଟ କ୍ଲଷ୍ଟରଗୁଡ଼ିକୁ କୃଷିଜୀବିମାନଙ୍କ ନିଜ ଜିଲ୍ଲାରେ ଓ ବ୍ଲକରେ ବିକାଶ କରାଯିବ, ଅର୍ଥାତ୍ ଯେଉଁ ଜିଲ୍ଲାରେ ସେମାନେ ଜନ୍ମଲାଭ କରିଛନ୍ତି ସେହିଠାରେ ହିଁ ସେମାନେ ନିଜର ବ୍ୟବସାୟ ବାଣିଜ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିସହ, ବାଉଁଶ ଓ ଜୈବିକ ଉତ୍ପାଦ ପାଇଁ କ୍ଲଷ୍ଟର ବିକାଶିତ କରାଯିବ । ସିକିମ ଭଳି ସମଗ୍ର ଉତ୍ତର ପୂର୍ବାଞ୍ଚଳକୁ ଜୈବ ଫାର୍ମିଂର ପେଣ୍ଠସ୍ଥଳୀରେ ପରିଣତ କରାଯାଇ ପାରିବ ।ସେ କହିଲେ ଯେ ଜୈବିକ କୃଷି କ୍ଷେତ୍ରରେ ଉତ୍ତର ପୂର୍ବାଞ୍ଚଳରେ ଏକ ବିରାଟ ଆନ୍ଦୋଳନ ସୃଷ୍ଟି କରାଯାଇପାରିବ । ଯଦି ଏହାକୁ ବୈଶ୍ୱିକ ପରିଚୟ ପ୍ରଦାନ କରାଯାଇପାରିବ ତେବେ ଏହା ବିଶ୍ୱ ବଜାରକୁ ଅକ୍ତିଆର କରିପାରିବ ।

ଜନ, ପୃଥିବୀ ଓ ଲାଭ ପରସ୍ପର ସହ ସଂଶ୍ଳିଷ୍ଟ

ପ୍ରଧାନମନ୍ତ୍ରୀ କହିଲେ ଯେ, ଉତ୍ପାଦନ କ୍ଷେତ୍ରରେ ବଙ୍ଗର ଐତିହାସିକ ପ୍ରାଧାନ୍ୟର ପୁନରୁତ୍ଥାନ ଘଟାଇବାକୁ ପଡ଼ିବ । ବଙ୍ଗ ଯାହା ଆଜି ଚିନ୍ତା କରିଥାଏ, ଭାରତ ତାହା ଆସନ୍ତାକାଲି ଭାବିଥାଏଉକ୍ତିରୁ ପ୍ରେରଣା ଆହରଣ କରି ଶିଳ୍ପକୁ ଆଗେଇ ନିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ସେ କହିଲେ ଯେ ଜନ, ପୃଥିବୀ ଏବଂ ଲାଭ ପରସ୍ପର ସହ ସଂଶ୍ଳିଷ୍ଟ । ଏହି ତିନୋଟି ଯାକ ପ୍ରସଙ୍ଗ ସମାନ ଭାବେ ସହାବସ୍ଥାନ କରିପାରିବେ ଏବଂ ପ୍ରଗତି କରିପାରିବେ । ଏ ସଂପର୍କରେ ବିଶଦ୍ ଭାବେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୋଟିଏ ଉଦାହରଣର ଅବତାରଣା କରିଥିଲେ । ସେ କହିଲେ ଯେ ଏଲଇଡ଼ି ବଲ୍ବର ମୂଲ୍ୟ ଛଅ ବର୍ଷ ତଳେ ଯାହା ଥିଲା, ସେଥିରେ ହ୍ରାସ କରାଯାଇଛି ଫଳରେ ପ୍ରତିବର୍ଷ ବିଜୁଳି ବିଲରେ 19 ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି । ଅର୍ଥାତ୍, ସେହି ଲାଭ ଉଭୟ ଜନତା ଏବଂ ପୃଥିବୀକୁ ମିଳିପାରିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସେହିଭଳି ସରକାରଙ୍କ ଦ୍ୱାରା ଗତ ପାଞ୍ଚ ଛଅ ବର୍ଷ ଭିତରେ ଗ୍ରହଣ କରାଯାଇଥିବା ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଜନତା ତଥା ପୃଥିବୀ ଉଭୟଙ୍କ ପାଇଁ ଲାଭପ୍ରଦ ବୋଲି ସାବ୍ୟସ୍ତ ହୋଇଛି । ଏବେ ଦେଶବାସୀ ଜଳପଥ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି । ଏହା କିଭଳି ଲଜିଷ୍ଟିକ୍ସ ବ୍ୟୟ କମାଇଛି ଓ କମ୍ ଇନ୍ଧନ ଦ୍ୱାରା ଲୋକମାନଙ୍କୁ ଓ ପୃଥିବୀକୁ ଉପକୃତ କରାଇଛି ତାହା ବିଚାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବିକାଶ କାର୍ଯ୍ୟକ୍ରମ ଜନକୈନ୍ଦ୍ରିକ, ଜନତାଙ୍କ ଦ୍ୱାରା ଏବଂ ବିଶ୍ୱ ଅନୁକୂଳ ହେବା ଉଚିତ

ବିକାଶ ପ୍ରସଙ୍ଗର ଅବତାରଣା କରି ପ୍ରଧାନମନ୍ତ୍ରୀ ଏକ ଉଦାହରଣ ଦେଇ କହିଲେ ଯେ ଦେଶକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିପଦରୁ ମୁକ୍ତ କରିବାକୁ ପଡ଼ିବ । ସେ କହିଲେ ଯେ ଏହା ପଶ୍ଚିମବଙ୍ଗକୁ ଝୋଟ ବ୍ୟବସାୟରେ ବିଶେଷ ଭାବେ ସହାୟକ ହେବ । ତେଣୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ ଶିଳ୍ପ ସଂସ୍ଥାମାନେ ଏହି ସୁଯୋଗରୁ ଅଧିକ ଫାଇଦା ନେବାକୁ ଆଗେଇ ଆସିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ ଯେ ସମସ୍ତ ପ୍ରକାର ବିକାଶ ପ୍ରକ୍ରିୟା ଜନ କୈନ୍ଦ୍ରିକ, ଜନତାଙ୍କ ଦ୍ୱାରା ଏବଂ ବିଶ୍ୱ କଲ୍ୟାଣଧର୍ମୀ ହେବା ଆବଶ୍ୟକ । ଏବେ ଦେଶର ଶାସନ ଧାରା ସେହି ଭାବଧାରା ଦ୍ୱାରା ଅନେକାଂଶରେ ପରିଚାଳିତ । ଆମର ବୈଷୟିକ ହସ୍ତକ୍ଷେପ ମଧ୍ୟ ଜନତା, ପୃଥିବୀ ଓ ଲାଭ ଚିନ୍ତାଧାରା ସହ ସମବର୍ତ୍ତୀ ହେବା ଆବଶ୍ୟକବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି ।

ରୁପେ କାର୍ଡ଼ ଏବଂ ୟୁପିଆଇ

ପ୍ରଧାନମନ୍ତ୍ରୀ କହିଲେ ଯେ ବ୍ୟାଙ୍କ ସେବାକୁ ୟୁପିଆଇ ମାଧ୍ୟମରେ ଏବେ ସ୍ପର୍ଶମୁକ୍ତ, ସଂଯୋଗମୁକ୍ତ, ନଗଦହିନ ଏବଂ 24 x 7  କରାଯାଇଛି । ଭିମ୍ ଆପରେ ହେଉଥିବା କାରବାର ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ରୁପେ କାର୍ଡ଼ ଏବେ ଗରିବ, କୃଷକ, ମଧ୍ୟମ ବର୍ଗ ଓ ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦ ଯୋଗ୍ୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ଯେ ରୁପେ କାର୍ଡ଼କୁ ବ୍ୟବହାର କରି ଏକ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବା ଦିଗରେ ସମସ୍ତେ ବ୍ରତୀ ହେବା ଉଚିତ । ସେ କହିଲେ ଯେ ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ୍ ସେବା ଦରିଦ୍ରତମ ଲୋକଙ୍କ ନିକଟରେ ପହଞ୍ଚି ସାରିଛି । ଏହା ଦେଶର ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ଆବଶ୍ୟକ ସମର୍ଥନ ଓ ସେବା ଯୋଗାଇ ପାରିଛି ତଥା ଡିବିଟି ଏବଂ ଜେଏଏମ (ଜନଧନ ଆଧାର ମୋବାଇଲ)ପ୍ରଚାଳନ କାରଣରୁ ବାଟମାରଣା ସଂପୂର୍ଣ୍ଣ ରୂପେ ରୋକାଯାଇ ପାରିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ କହିଲେ ଯେ କ୍ଷୁଦ୍ର ସ୍ୱୟଂ ସହାୟକ ଗୋଷ୍ଠୀ, ଏମଏସଏମଇ ମାନେ ସେମାନଙ୍କର ସାମଗ୍ରୀ ଓ ସେବାକୁ ପ୍ରତ୍ୟକ୍ଷ ଭାବେ ଭାରତ ସରକାରଙ୍କ ଜିଇଏମ ପ୍ଲାଟଫର୍ମରେ ଦେଇ ଲାଭବାନ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ, ଗବେଷଣା ଓ ବିକାଶ ଉପରେ ଶିଳ୍ପସଂସ୍ଥାମାନେ ଅଧିକ ନିବେଶ କରିବା ଉଚିତ । ଯଦି ଦେଶରେ ଉନ୍ନତ ମାନର ବ୍ୟାଟେରୀ ଉତ୍ପାଦନ କରାଯାଇପାରିବ ତେବେ ତାହା ଶକ୍ତି ସଂଚୟ କ୍ଷମତାକୁ ବୃଦ୍ଧି କରିବ ଏବଂ ଦେଶରେ ସୌର ପାନେଲ କ୍ଷମତା ବୃଦ୍ଧି ପାଇବ ଏମଏସଏମଇକୁ ହାତ ଧରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଯେଉଁମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ତାହା କରିବାକୁ ସେ ପରାମର୍ଶ ଦେଇଥିଲେ ।

ଗୁରୁଦେବ ଟାଗୋରଙ୍କ ପ୍ରସିଦ୍ଧ କବିତା ନୂତନ ଯୁଗେର ଭୋରର ପଂକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ ଶିଳ୍ପସଂସ୍ଥାମାନେ ବର୍ତ୍ତମାନର ଚାଲେଞ୍ଜ ପରିସ୍ଥିତିରେ ଥିବା ସୁଯୋଗକୁ ବୁଝିବା ଆବଶ୍ୟକ । କେବଳ ଆଗକୁ ବଢ଼ୁଥିବା ପାଦ ହିଁ ନୂତନ ପଥର ସନ୍ଧାନ କରିପାରେ । ଏଥିରେ ଆଦୌ ବିଳମ୍ବ କରିବା ଅନୁଚିତ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଇସିସିର ପୂର୍ବ ଭାରତ ତଥା ଉତ୍ତର ପୂର୍ବାଞ୍ଚଳରେ ଶିଳ୍ପ ବିକାଶ ପାଇଁ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ।

 

**********



(Release ID: 1631001) Visitor Counter : 248