ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଲକଡାଉନ ସମୟରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଉଛି ଡିପିଆଇଆଇଟି କଣ୍ଟ୍ରୋଲ ରୁମ
• କଣ୍ଟ୍ରୋଲ ରୁମ ଜରିଆରେ 89 ପ୍ରତିଶତ ସମସ୍ୟାର ସମାଧାନ
• ତ୍ୱରିତ ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଦ୍ୱାରା ନିୟମିତ ସମୀକ୍ଷା
• କଣ୍ଟ୍ରୋଲ ରୁମର ନମ୍ବର - 01123062487 ଏବଂ ଇ-ମେଲ - dpiit@gov.in
Posted On:
30 APR 2020 2:04PM by PIB Bhubaneshwar
କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅନ୍ତର୍ଗତ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ 26 ମାର୍ଚ୍ଚ 2020 ଠାରୁ ଏକ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛି ।
ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ଏହି କଣ୍ଟ୍ରୋଲ ରୁମ ଜରିଆରେ କରାଯାଉଛି । ବିଭିନ୍ନ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ ରକ୍ଷା କରି ଏହି କଣ୍ଟ୍ରୋଲ ରୁମ ଜରିଆରେ ସମସ୍ୟାର ତ୍ୱରିତ ସମାଧାନ କରାଯାଉଛି । ଲକଡାଉନ ସମୟରେ ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଆଭ୍ୟନ୍ତରୀଣ ବାଣିଜ୍ୟ, ଉତ୍ପାଦନ, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ସହ ଜଡିତ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାଗୁଡିକୁ ସମାଧାନ କରାଯାଉଛି । 28 ଏପ୍ରିଲ 2020 ସୁଦ୍ଧା ପଞ୍ଜୀକୃତ ହୋଇଥିବା 1962ଟି ସମସ୍ୟା ମଧ୍ୟରୁ 1739 ସମସ୍ୟାର ସମାଧାନ କରାଯାଇସାରିଛି । 223ଟି ସମସ୍ୟା ଲାଗି ସମାଧାନ ପ୍ରକ୍ରିୟା ଚାଲୁ ରହିଛି ।
ଏହି କଣ୍ଟ୍ରୋଲ ରୁମର ପରିଚାଳନା ଓ ଏହା ଜରିଆରେ ଆସୁଥିବା ସମସ୍ୟାର ସମାଧାନ ଲାଗି ଏକ ଉତ୍ସର୍ଗୀକୃତ ଟିମ ଗଠନ କରାଯାଇଛି । ଏହି ଟିମ ସହାୟତା ଚାହୁଁଥିବା ଲୋକ ଏବଂ ସମାଧାନ ପାଇଁ ଆବଶ୍ୟକ ବିଭିନ୍ନ ଏଜେନ୍ସି ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରକ୍ଷା କରି ସମସ୍ୟାର ସମାଧାନ କରନ୍ତି । ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଉଭୟ ଟେଲିଫୋନ ଓ ଇ-ମେଲ ଦ୍ୱାରା ସମସ୍ୟା ସହିତ ପ୍ରଶ୍ନ ଆସିଥାଏ । ଯଦି କୌଣସି ଉତ୍ପାଦ ପ୍ରସ୍ତୁତକର୍ତ୍ତା, ପରିବହନକାରୀ ସଂସ୍ଥା, ହୋଲସେଲର ବା ଡିଷ୍ଟ୍ରିବ୍ୟୁଟର ଉତ୍ପାଦର ପରିବହନ ଓ ବିତରଣରେ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ବିଭାଗର ନିମ୍ନଲିଖିତ ଟେଲିଫୋନ/ଇ-ମେଲରେ ଯୋଗାଯୋଗ କରିପାରିବେ ।
ଟେଲିଫୋନ ନମ୍ବର: + 91 11 23062487
ଇ-ମେଲ : controlroom-dpiit[at]gov[dot]in
ଏହି ଟେଲିଫୋନ ନମ୍ବର ପ୍ରତ୍ୟହ ସକାଳ 8ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ ।
***************
(Release ID: 1619548)
Visitor Counter : 223
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam