ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରବ୍ୟାପୀ ବିଭିନ୍ନ ପର୍ବ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 APR 2020 10:20AM by PIB Bhubaneshwar

ସାରା ଦେଶରେ ବିଭିନ୍ନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ବିଭିନ୍ନ ପର୍ବ ପାଳିତ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଏହି ପର୍ବଗୁଡିକ ଭାରତରେ ଭାତୃତ୍ଵର ଚିନ୍ତାଧାରାକୁ ଅଧିକ ଦୃଢୀଭୁତ କରିବା ସହିତ ଆନନ୍ଦ ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ଆସନ୍ତା ଦିନଗୁଡିକରେ ଭୟଙ୍କର କୋଭିଡ-19 ବିରୁଦ୍ଧରେ ମିଳିମିଶି ଲଢିବା ଲାଗି ଆମକୁ ଅଧିକ ଶକ୍ତି ମିଳୁ

ଶୁଭ ନବ ବର୍ଷ! ପୋଇଲା ବୈଶାଖୀର ଶୁଭେଚ୍ଛା । ଆଗାମୀ ବର୍ଷ ସୁନ୍ଦର ବର୍ଷ ହେଉ, ଯେଉଁଥିରେ ସମସ୍ତେ ସ୍ଵାସ୍ଥ୍ୟବାନ ଏବଂ ସମୃଦ୍ଧ ହୁଅନ୍ତୁ ।

ସମସ୍ତଙ୍କୁ ବିଷୁର ଶୁଭେଚ୍ଛା! ଏକ ନୂଆ ବର୍ଷ, ନୂତନ ଆଶା ଓ ନୂତନ ଶକ୍ତି ଆଣିଥାଏ । ଆଗାମୀ ବର୍ଷ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ ।

ସମସ୍ତଙ୍କୁ ପୁଥଣ୍ଡୁର ଶୁଭକାମନା । ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଭରା ନୂତନ ବର୍ଷ ଲାଗି ପ୍ରାର୍ଥନା ।

ବୋହାଗ ବିହୁର ଶୁଭ ଅବସରରେ ଶୁଭେଚ୍ଛା,” ବୋଲି ପ୍ରଧାନମନ୍ତ୍ରୀ ଏକାଧିକ ଟ୍ଵିଟ ମାଧ୍ୟମରେ କହିଛନ୍ତି ।  

 

**********


(रिलीज़ आईडी: 1614365) आगंतुक पटल : 115
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam