PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଡେଲି ବୁଲେଟିନ୍

(ଗତ 24 ଘଣ୍ଟା ଭିତରେ ପିଆଇବି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଓ ଫ୍ୟାକ୍ଟ ଚେକ ତାଲିକା)

Posted On: 07 APR 2020 6:39PM by PIB Bhubaneshwar

 

 

· ବର୍ତ୍ତମାନସୁଦ୍ଧା ଦେଶରେ 4421ଟି ସୁନିଶ୍ଚିତ କୋଭିଡ-19 ସଂକ୍ରମଣ ମାମଲା ଏବଂ 117ଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।

· ବିଭିନ୍ନ ବର୍ଗର କୋଭିଡ-19 ମାମଲା ପାଇଁ ତିନି ପ୍ରକାରର ସୁବିଧା ପ୍ରତିଷ୍ଠା କରାଯିବ।

· କୋଭିଡ-19 ସଂକ୍ରମଣକୁ ଆଖି ଆଗରେ ରଖି ସତର୍କ ରହିବାକୁ ଚିଡ଼ିଆଖାନା, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ବାଘ ଅଭୟାରଣ୍ୟ ପାଇଁ ମାର୍ଗଦର୍ଶିକା ଜାରି

· କୋଭିଡ-19କୁ ଆଖି ଆଗରେ ରଖି ବୃହତ ବନ୍ଦରଗୁଡ଼ିକର ସୁପରିଚାଳନା ଦିଗରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସକ୍ରିୟ ଭୂମିକା ନିର୍ବାହ କରୁଛି

  • ବିଭିନ୍ନ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଚିକିତ୍ସା ସାମଗ୍ରୀ ପରିବହନ କଲା ଜୀବନରେଖା ଉଡ଼ାନ ବିମାନ

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଏବଂ ପ୍ରସାରଣ ମନ୍ତ୍ରରଣାଳୟ

ଭାରତ ସରକାର

କୋଭିଡ-19 ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ସୂଚନା

ବର୍ତ୍ତମାନସୁଦ୍ଧା ଦେଶରେ 4421 ଜଣ କୋଭିଡ-19 ସଂକ୍ରମିତଙ୍କ ମଧ୍ୟରୁ 117 ଜଣ ପ୍ରାଣ ହରାଇଥିବା ଜଣାଯାଇଛି। 326 ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି।

ବିଭିନ୍ନ ପ୍ରକାରର କୋଭିଡ-19 ମାମଲା ପାଇଁ ତିନି ପ୍ରକାରର ସୁବିଧା ପ୍ରତିଷ୍ଠା କରାଯିବ। କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଉପଯୁକ୍ତ କୋଭିଡ-19 ଚିକିତ୍ସା କେନ୍ଦ୍ରକୁ ପଠାଇବା ଲାଗି ନିଷ୍ପତ୍ତି ନେବା ପ୍ରକ୍ରିୟାର ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ ଏହା କରାଯିବ।

ଅଧିକ ବିବରଣୀ, https://pib.gov.in/PressReleseDetail.aspx?PRID=1612010

 

ପ୍ରଧାନମନ୍ତ୍ରୀ ଏବଂ ବାହାରିନ ରାଜତନ୍ତ୍ରର ରାଜାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନ ରାଜତନ୍ତ୍ରର ରାଜା ମହାମହିମ ହମାଦ ବିନ ଇସା ଅଲ ଖଲିଫାଙ୍କ ସହିତ ଆଲୋଚନା କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସାମ୍ପ୍ରତିକ କୋଭିଡ-19 ସଂକଟ ଏବଂ ଏହାର ପ୍ରଭାବ ସମେତ ଲଜିଷ୍ଟିକ୍ସ ଶୃଙ୍ଖଳା ଏବଂ ଆର୍ଥିକ ବଜାର ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅଧିକ ବିବରଣୀ ପାଇଁ.

https://pib.gov.in/PressReleseDetail.aspx?PRID=1611797

ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611922

 

ପ୍ରଧାନମନ୍ତ୍ରୀ ଏବଂ ଓମାନ ସୁଲତାନଙ୍କ ମଧ୍ୟରେ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ମହାମହିମ ହାଇତାମ ବିନ ତାରିକଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି।  ଦୁଇ ନେତା ବର୍ତ୍ତମାନ କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ସ୍ବାସ୍ଥ୍ୟଗତ ଏବଂ ଅର୍ଥନୈତିକ ଆହ୍ବାନ ଏବଂ ଉଭୟ ରାଷ୍ଟ୍ର ପକ୍ଷରୁ ଏହାର ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1611996

 

ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ବାଘ ଅଭୟାରଣ୍ୟରେ କୋଭିଡ-19ର ମୁକାବିଲା ଏବଂ ପ୍ରତିହତ କରିବା ସଂକ୍ରାନ୍ତରେ ମାର୍ଗଦର୍ଶିକା

ଦେଶରେ କୋଭିଡ-19 ମହାମାରୀ ସଂକ୍ରମଣ ଏବଂ ନିକଟରେ ନ୍ୟୁୟର୍କର ଏକ ଚିଡ଼ିଆଖାରେ ଗୋଟିଏ ବାଘ କୋଭିଡ-19ରେ ସଂକ୍ରମିତ ହେବାକୁ ଦୃଷ୍ଟିରେ ରଖି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ବାଘ ଅଭୟାରଣ୍ୟଗୁଡ଼ିକରେ କୋଭିଡ-19 ସଂକ୍ରମଣ ମୁକାବିଲା ଏବଂ ପ୍ରତିହତ କରିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି ଏହି ଭୂତାଣରୁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ବାଘ ଅଭୟାରଣରେ ବ୍ୟାପିବା ଏବଂ ପଶୁଙ୍କ ଠାରୁ ମଣିଷକୁ ମଣିଷଙ୍କ ଠାରୁ ପଶୁଙ୍କୁ ବ୍ୟାପିବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611748

 

ନ୍ୟୁୟର୍କରେ ଏକ ବାଘ କୋଭିଡ-19ରେ ସଂକ୍ରମିତ ହେବାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ତରଫରୁ ଭାରତରେ ଥିବା ସମସ୍ତ ଚିଡ଼ିଆଖାନାରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ

କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ତରଫରୁ ଦେଶରେ ଥିବା ସମସ୍ତ ଚିଡ଼ିଆଖାନାକୁ ହାଇଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି ପ୍ରାଣୀଙ୍କ ଉପରେ 24 ଘଣ୍ଟିଆ ନଜର ରଖିବା, ସିସିଟିଭି ମାଧ୍ୟମରେ ପ୍ରାଣୀଙ୍କ ଅସ୍ବାଭାବିକ ବ୍ୟବହାର, ଲକ୍ଷଣକୁ ଅନୁଧ୍ୟାନ କରିବା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ବିନା ପ୍ରାଣୀଯତ୍ନ କର୍ମଚାରୀଙ୍କୁ ପ୍ରାଣୀଙ୍କ ନିକଟକୁ ଯିବାକୁ ନଦେବା, ଅସୁସ୍ଥ ପ୍ରାଣୀଙ୍କୁ ସଙ୍ଗରୋଧ ଏବଂ ପୃଥକ କରି ରଖିବା ତଥା ପ୍ରାଣୀମାନଙ୍କୁ ଖାଇବାକୁ ଦେବା ସମୟରେ ସେମାନଙ୍କୁ ଛୁଇଁବାରୁ ବିରତ ରହିବା ନିମନ୍ତେ ଏହି ପରାମର୍ଶରେ କୁହାଯାଇଛି

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611748

 

ଦେଶରେ କୋଭିଡ-19 ଏବଂ ଲକଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହଜ ଚଳାଚଳ କାର୍ଯ୍ୟକୁ ସୁଗମ କରିବା ନିମନ୍ତେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସକ୍ରିୟ ଭୂମିକା

ବୃହତ ବନ୍ଦର ଗୁଡ଼ିକରେ ଏପ୍ରିଲ 19ରୁ ମାର୍ଚ୍ଚ 20 ମଧ୍ୟରେ ଟନ ଆଧାରରେ ମୋଟ ଜାହାଜ ଚଳାଚଳରେ 0.82 ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। 46,000ରୁ ଅଧିକ କର୍ମଚାରୀ/ଯାତ୍ରୀ ଥର୍ମାଲ ବନ୍ଦରଗୁଡ଼ିକରେ ସ୍କାନ ହୋଇଛନ୍ତି। ବୃହତ ବନ୍ଦରଗୁଡ଼ିକରେ ଯେକୌଣସି ବ୍ୟବହାରକାରୀଙ୍କ ପାଇଁ ଜୋରିମାନା, ବିଳମ୍ବ ଶୁଳ୍କ, ଶୁଳ୍କ, ଭଡ଼ା ଉଚ୍ଛେଦ କରି ଦିଆଯାଇଛି। ବିଭିନ୍ନ ବନ୍ଦର ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରୁଥିବା ହସ୍ପିଟାଲଗୁଡ଼ିକ କୋଭିଡ-19 ପାଇଁ ପ୍ରସ୍ତୁତ ଅଛନ୍ତି। ଜାହାଜ ଚଳାଚଳ ଡିଜିଙ୍କ ପକ୍ଷରୁ ନାବିକ, ୱେଭର, ଶିପିଂ ଲାଇନ୍ସ, ସ୍ବଚ୍ଛତା, ନିରାପତ୍ତା ପ୍ରମାଣପତ୍ର ଆଦି ପାଇଁ ରିହାତି ଦିଆଯାଇଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611899

 

ଲାଇଫଲାଇନ ଉଡାନ ବିମାନ ଜରିଆରେ ଜୋରହାଟ, ଲେଙ୍ଗପୁଇ, ଦୀମାପୁର, ଇମ୍ଫାଲ ଏବଂ ଅନ୍ୟ ଉତ୍ତର ପୂର୍ବାଞ୍ଚଳକୁ ଚିକିତ୍ସା ସରଞ୍ଜାମ ପରିବହନ

ଭାରତର ଉପାନ୍ତ ଏବଂ ପାର୍ବତ୍ୟାଞ୍ଚଳ ସମେତ ବିଭିନ୍ନ ଭାଗକୁ ଚିକିତ୍ସା ସରଞ୍ଜାମ ପରିବହନ ଲାଗି ବର୍ତ୍ତମାନସୁଦ୍ଧା ୧୫୨ ମାଲବାହୀ ବିମାନ ଚଳାଚଳ କରିଛି

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611981

କୋଭିଡ-19 : ସ୍ମାର୍ଟ ସିଟିଗୁଡ଼ିକରେ ଚିକିତ୍ସକଙ୍କ ସହିତ ହାତ ମିଳାଇଲେ ସହରାଞ୍ଚଳ ସରକାର

ସନ୍ଦିଗ୍ଧ କୋଭିଡ-19 ସଂକ୍ରାନ୍ତ ମାମଲାର ଅନୁଧ୍ୟାନ ଲାଗି ଜିଲ୍ଲାପ୍ରଶାସନ, ଜିଲ୍ଲା ପୋଲିସ ଏବଂ ସହରାଞ୍ଚଳ ପ୍ରଶାସନର ପ୍ରୟାସରେ ସହଯୋଗ ସୁନିଶ୍ଚିତ କରୁଛନ୍ତି ସ୍ମାର୍ଟ ସିଟି

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611925

 

ନିଜସ୍ବ ସାମର୍ଥ୍ୟରେ ପିପିଇ ଓଭର ଅଲ ପ୍ରସ୍ତୁତ କରିବା ଲାଗି ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ କରୁଛି ଭାରତୀୟ ରେଳପଥ

ନିଜସ୍ବ ସାମର୍ଥ୍ୟରେ ପିପିଇ ଓଭର ଅଲ ପ୍ରସ୍ତୁତ କରିବା ଲାଗି ଭାରତୀୟ ରେଳପଥ ଯୁଦ୍ଧ କାଳିନ ଭିତ୍ତିରେ କାର୍ଯ୍ୟ କରୁଛି। ଜଗଧାରୀ କାରଖାନାରେ ଓଭରଅଲ ଉତ୍ପାଦନ କରିବା ଲାଗି ନିକଟରେ ଡିଆରଡିଓ ଲାବ ପକ୍ଷରୁ ମଞ୍ଜୁରି ମିଳିଛି, ଏବଂ ଏଥିପାଇଁ ମତା ଦିଆଯାଇଛି। ବର୍ତ୍ତମାନ ବିଭିନ୍ନ ଜୋନରେ ଥିବା ଅନ୍ୟ କାରଖାନାରେ ଅନୁମୋଦିତ ଡିଜାଇନ ଏବଂ ସରଞ୍ଜାମ ଉପଯୋଗ କରି ସୁରକ୍ଷା ଓଭରଅଲ ପ୍ରସ୍ତୁତ କରାଯିବ।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611894

 

କୋଭିଡ-19 ଲକଡାଉନ ସତ୍ତ୍ବେ 24 ମାର୍ଚ୍ଚ ପରଠାରୁ 14 ଦିନ ମଧ୍ୟରେ 662ଟି ରେକରେ 18.54 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ପରିବହନ କଲା ଏଫସିଆଇ

ସମସ୍ତ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ହିତାଧିକାରୀମାନଙ୍କୁ ତିନି ମାସ ପାଇଁ ମାଗଣାରେ ଜଣଙ୍କ ପାଇଁ 5 କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଦେଶର ବିଭିନ୍ନ ରାଜ୍ୟରେ ଏଫସିଆଇ ନିକଟରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ମହଜୁଦ ରହିଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611780

 

କୋଭିଡ-19 ସଂକ୍ରମଣର ମୁକାବିଲାରେ ଲୋକମାନଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ

କରୋନା ଭୂତାଣୁ (କୋଭିଡ-19) କୁ ପ୍ରତିହତ କରିବା ଲାଗି ଦେଶ ସଂଘର୍ଷ ଜାରି ରଖିଥିବା ସମୟରେ ସ୍ଥଳସେନା, ନୌସେନା ଓ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବେ ନିସ୍ବାର୍ଥପର ଭାବେ ସାଧାରଣ ପ୍ରଶାସନକୁ ସହାୟତା ଯୋଗାଇ ଦେଉଛନ୍ତି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611880

 

ସମାଧାନ”, କୋଭିଡ-19 ଓ ଭବିଷ୍ୟତର ଆହ୍ବାନ ମୁକାବିଲା ଲାଗି ଏକ ବ୍ୟବସ୍ଥାର ଶୁଭାରମ୍ଭ କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନବୋନ୍ମେଷ ସେଲ ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପକ୍ଷରୁ ଫୋର୍ଜ ଏବଂ ଇନ୍ନୋଭେଟିଓ କ୍ୟୁରିସ ସହଯୋଗରେ ଏକ ବିଶାଳ ଅନଲାଇନ ଆହ୍ବାନ- ସମାଧାନ-ର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଛାତ୍ରଛାତ୍ରୀଙ୍କ ନବୋନ୍ମେଷ କ୍ଷମତା ପରୀକ୍ଷା କରାଯିବ।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611994

 

ଲକଡାଉନ ପରେ ଅର୍ଥବ୍ୟବସ୍ଥା ଅପେକ୍ଷା ଜନସାଧାରଣଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରାଯିବା ଆବଶ୍ୟକ : ଉପରାଷ୍ଟ୍ରପତି

ଏପ୍ରିଲ 14ରେ ଦେଶରୁ 3 ସପ୍ତାହର ଲକଡାଉନ ହଟିବା ପରବର୍ତ୍ତୀ ପନ୍ଥା ନେଇ ଦେଶର ନେତୃବର୍ଗଙ୍କ ମଧ୍ୟରେ ବିତର୍କ ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ କହିଛନ୍ତି ଯେ ଏହି ସମୟରେ ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥିର କରିବା ଅପେକ୍ଷା ଜନସାଧାରଣଙ୍କ ସ୍ବାସ୍ଥ୍ୟ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611881

 

ଲାଇଟ ବନ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ବିପୁଳ ଜନସମର୍ଥନ ମିଳିଛି : କେନ୍ଦ୍ର ଶକ୍ତି ମନ୍ତ୍ରୀ

କୋଭିଡ-19 ମୁକାବିଲା ଲାଗି ଜାତୀୟ ଏକତା ପ୍ରଦର୍ଶନ ନିମନ୍ତେ ଲାଇଟ ସୁଇଚ ବନ୍ଦ କରିବା ଓ ଦୀପ ଜଳାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ବିପୁଳ ଜନ ସମର୍ଥନ ମିଳିଥିଲା।

ଅଧିକ ବିବରଣୀ ପାଇଁ, https://pib.gov.in/PressReleseDetail.aspx?PRID=1611712

 

ପିଏମବିଜେପି ଅନ୍ତର୍ଗତ ଘର ଦ୍ବାରରେ ଜରୁରି ସେବା ଏବଂ ଔଷଧ ପହଞ୍ଚାଉଛନ୍ତି ଫାର୍ମାସିଷ୍ଟ

ସ୍ବାସ୍ଥ୍ୟ କେ ସିପାହୀନାମରେ ପରିଚିତ  ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ଫାର୍ମାସିଷ୍ଟ ମାନେ ଜରୁରି ସେବା ଏବଂ ଔଷଧ ରୋଗୀ ବୃଦ୍ଧଙ୍କ ଘର ଦୁଆରେ ପହଞ୍ଚାଉଛନ୍ତି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1611971

କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ମୁକାବିଲା ପଦକ୍ଷେପର ସମୀକ୍ଷା ବୈଠକ ଅନୁଷ୍ଠିତ

ଆଜି ଇଣ୍ଟରଆକ୍ଟିଭ ଭିଡିଓ କନଫରେନ୍ସ ଜରିଆରେ ମନ୍ତ୍ରଣାଳୟର କୋଭିଡ- 19 ମୁକାବିଲା ସଂକ୍ରାନ୍ତ ପଦକ୍ଷେପର ବିସ୍ତୃତ ସମୀକ୍ଷା କରିଛନ୍ତି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ାକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ . ଜିତେନ୍ଦ୍ର ସିଂ

ଅଧିକ ବିବରଣୀ ପାଇଁ,  https://pib.gov.in/PressReleseDetail.aspx?PRID=1611960

 

 

 



(Release ID: 1612120) Visitor Counter : 201