ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତ୍ତି


୯୬%କୁ ବଢ଼ିଲା ଏଲ୍‍ପିଜି ବିତରଣ; ଅପବ୍ୟବହାର କିମ୍ବା କଳାବଜାରୀ ରୋକିବାକୁ 'ଡେଲିଭରି ଅଥେଣ୍ଟିକେସନ୍ କୋଡ୍' ଆଧାରିତ ବିତରଣକୁ ଗୁରୁତ୍ୱ

ଗତ ୪ ଦିନରେ ପ୍ରାୟ ୧.୭୮ କୋଟି ଏଲପିଜି ସିଲିଣ୍ଡର ବୁକିଂ, ପ୍ରାୟ ୧.୮୦ କୋଟି ଏଲ୍‍ପିଜି ବିତରଣ

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

ହର୍ମୁଜ ପାର କଲା ଭାରତକୁ ଆସୁଥିବା ୨୭ ହଜାର ମେଟ୍ରିକଟନ ଅଶୋଧିତ ତୈଳ ବୋଝେଇ ମାର୍ଶଲ ଦ୍ୱୀପପୁଞ୍ଜର ପତାକାଧାରୀ 'ନିସୋସ୍ କେରୋସ୍'; ଜୁନ୍ ୩ ସୁଦ୍ଧା ବିଶାଖାପାଟଣାରେ ପହଞ୍ଚିବ ବୋଲି ଆଶା

ତେହେରାନ ସ୍ଥିତ ଭାରତୀୟ ଦୂତାବାସ ମଧ୍ୟମରେ ସ୍ଥଳ ମାର୍ଗ ଦେଇ ଇରାନରୁ ବାହାରକୁ ଆସିଲେ ୨,୫୫୭ ଭାରତୀୟ ନାଗରିକ

ପୋଷ୍ଟ କରାଯିବା ଦିନାଙ୍କ: 29 MAY 2026 7:22PM by PIB Bhubaneswar

ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତି ମଧ୍ୟରେ, ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ ରଖିବା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ଆଜି ନ୍ୟାସନାଲ ମିଡିଆ ସେଣ୍ଟରଠାରେ ଏକ ମିଡିଆ ବ୍ରିଫିଂ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା ଏବଂ ପ୍ରମୁଖ କ୍ଷେତ୍ରଗୁଡିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି।

ଶକ୍ତି ଯୋଗାଣ ଏବଂ ଜାଳେଣିର ଉପଲବ୍ଧତା

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବର୍ତ୍ତମାନର ଜାଳେଣି ଯୋଗାଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି, ଯେଉଁଥିରେ ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରବଚ୍ଛିନ୍ନ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ରୂପରେଖ ପ୍ରଦାନ କରାଯାଇଛି। ଏହା ଲକ୍ଷ୍ୟ କରାଯାଇଛି ଯେ:

ସର୍ବସାଧାରଣ ପରାମର୍ଶ ଏବଂ ନାଗରିକ ସଚେତନତା

ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଆତଙ୍କିତ ହୋଇ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ନକିଣିବାକୁ ପରାମର୍ଶ ଦିଆଯାଇଛି।

ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ କୁହାଯାଇଛି।

ଏଲପିଜି ଗ୍ରାହକମାନଙ୍କୁ ବିତରକଙ୍କ ପାଖକୁ ନ ଯାଇ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

ନାଗରିକମାନଙ୍କୁ ପିଏନଜି ଏବଂ ବୈଦ୍ୟୁତିକ କିମ୍ବା ଇଣ୍ଡକସନ ଚୁଲା ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।

ବହୁଳ ପରିମାଣରେ ବ୍ୟବହାର କରୁଥିବା ଏବଂ ଶିଳ୍ପଭିତ୍ତିକ ଗ୍ରାହକମାନଙ୍କୁ ଅନୁମୋଦିତ ସୂତ୍ରରୁ ଡିଜେଲ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ସେମାନଙ୍କର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ଅନୁରୋଧ କରାଯାଇଛି।

ସରକାରଙ୍କ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ସମ୍ପର୍କିତ ପଦକ୍ଷେପ 

ସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ପରିବହନ ସିଏନଜିକୁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।

ବାଣିଜ୍ୟିକ ଏଲପିଜି ପାଇଁ ଡାକ୍ତରଖାନା, ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଫାର୍ମା (ଔଷଧ), ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ୨ ଏବଂ ୩ ମାର୍ଚ୍ଚ ୨୦୨୬ ର ହାରାହାରି ଦୈନନ୍ଦିନ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରାମ ଏଫଟିଏଲ୍‍ (ଫ୍ରି ଟ୍ରେଡ୍ ଏଲପିଜି) ଯୋଗାଣ ମଧ୍ୟ ଦ୍ୱିଗୁଣିତ କରାଯାଇଛି।

ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ସରକାର ଅନେକ ଯୁକ୍ତିସଙ୍ଗତ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ବିଶୋଧନାଗାରରେ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ସମନ୍ୱିତ ପ୍ରୟାସ ଏବଂ ସାଂସ୍ଥାନିକ ବ୍ୟବସ୍ଥା

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅନ୍ତର୍ଗତ ଯୋଗାଣର ତଦାରଖ କରିବା ଏବଂ କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ତଦାରଖ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡ଼ିକର ପ୍ରାଥମିକ ଭୂମିକା ରହିଛି। ଭାରତ ସରକାର ବିଭିନ୍ନ ପତ୍ର ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହି କଥା ଦୋହରାଇଛନ୍ତି। 

ପର୍ଯ୍ୟାପ୍ତ ପରିମାଣର ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କ ଓ ସୂଚନା ପ୍ରଦାନର ଆବଶ୍ୟକତା ଉପରେ ଭାରତ ସରକାର ବିଭିନ୍ନ ପତ୍ର ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁତ୍ୱ ଦେଇଛନ୍ତି।

ଏହା ସହିତ, ଭାରତ ସରକାର ମେ’ ୨୬ ତାରିଖର ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଜିଲ୍ଲା ଭିତ୍ତିକ ଡିଜେଲ ଓ ପେଟ୍ରୋଲ ଉଠାଣ ଶୈଳୀର ତଦାରଖ ଓ ସମୀକ୍ଷା କରିବା ପାଇଁ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦିଅନ୍ତୁ। ଶିଳ୍ପଭିତ୍ତିକ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କ ଦ୍ୱାରା ଖୁଚୁରା ଆଉଟଲେଟ୍ ମାଧ୍ୟମରେ ବେଆଇନ ଭାବେ ଡିଜେଲ ସଂଗ୍ରହକୁ ରୋକିବା ପାଇଁ ସମ୍ବେଦନଶୀଳ ଅଞ୍ଚଳ ଏବଂ ପ୍ରମୁଖ ପରିବହନ/ଶିଳ୍ପ କରିଡରଗୁଡ଼ିକରେ ଯାଞ୍ଚ ଏବଂ ପ୍ରବର୍ତ୍ତନ କାର୍ଯ୍ୟକଳାପକୁ ଜୋରଦାର କରନ୍ତୁ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ ଦଣ୍ଡନୀଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ପ୍ରବର୍ତ୍ତନ ଏବଂ ତଦାରଖ କାର୍ଯ୍ୟାନୁଷ୍ଠାନ 

ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ବେଆଇନ ମହଜୁଦକାରୀ ଓ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ଏଲପିଜି ସମ୍ବନ୍ଧୀୟ ପ୍ରବର୍ତ୍ତନ: ଗତ ୪ ଦିନ ମଧ୍ୟରେ ସାରା ଦେଶରେ ୬୫୦୦ ରୁ ଅଧିକ ଚଢ଼ାଉ କରାଯାଇଛି, ୩୮୦ ରୁ ଅଧିକ ସିଲିଣ୍ଡର ଜବତ କରାଯାଇଛି, ୫ଟି ଏଫଆଇଆର (FIR) ପଞ୍ଜିକୃତ ହୋଇଛି ଏବଂ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ପେଟ୍ରୋଲ, ଡିଜେଲ ସମ୍ବନ୍ଧୀୟ ପ୍ରବର୍ତ୍ତନ: ଗତ ୨ ଦିନ ମଧ୍ୟରେ ସାରା ଦେଶରେ ପ୍ରାୟ ୯୦୦ ଚଢ଼ାଉ କରାଯାଇଛି ଯେଉଁଥିରେ ୪୧୭ ଲିଟର ପେଟ୍ରୋଲ ଏବଂ ୭୫,୭୧୫ ଲିଟର ଡିଜେଲ ଜବତ କରାଯାଇଛି, ୧୨ଟି ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସେହିଭଳି, ସରକାରୀ ତୈଳ କମ୍ପାନୀ ର ଅଧିକାରୀମାନଙ୍କ ଦ୍ୱାରା ଆକସ୍ମିକ ଯାଞ୍ଚ ମଧ୍ୟ ଜାରି ରହିଛି -

ଏଲପିଜି ବିତରକ ସଂସ୍ଥା: ଗତ ୪ ଦିନ ମଧ୍ୟରେ ୮୦୦ ରୁ ଅଧିକ ଏଲପିଜି ବିତରକ ସଂସ୍ଥାରେ ଯାଞ୍ଚ କରାଯାଇଛି। ୪୫ଟି ଏଲପିଜି ବିତରକ ସଂସ୍ଥା ଉପରେ ଜରିମାନା କରାଯାଇଛି।

ଖୁଚୁରା ପେଟ୍ରୋଲ ପମ୍ପ: ଗତ ୪ ଦିନ ମଧ୍ୟରେ ୪୬୬୦ ରୁ ଅଧିକ ଖୁଚୁରା ଆଉଟଲେଟ୍‌ରେ ଯାଞ୍ଚ କରାଯାଇଛି। ୭୩ଟି ଖୁଚୁରା ଆଉଟଲେଟ୍ ଉପରେ ଜରିମାନା ମଧ୍ୟ କରାଯାଇଛି ଏବଂ ୫୬୨ଟି ଖୁଚୁରା ଆଉଟଲେଟ୍‌ର କାର୍ଯ୍ୟକଳାପକୁ ସ୍ଥଗିତ କରାଯାଇଛି।

ଏଲପିଜି ଯୋଗାଣ ଘରୋଇ ଏଲପିଜି ଯୋଗାଣ ସ୍ଥିତି:

ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।

ଘରୋଇ ପରିବାରଗୁଡ଼ିକୁ ଏଲପିଜି ଯୋଗାଣକୁ ପ୍ରାଥମିକତା ଦିଆଯାଇଛି।

ଏଲପିଜି ବିତରକ ସଂସ୍ଥାଗୁଡ଼ିକରେ କୌଣସି ସ୍ଥାନରେ ଷ୍ଟକ୍ ଶେଷ ହେବାର ସୂଚନା ମିଳିନାହିଁ।

ଗତକାଲି ସମଗ୍ର ଉଦ୍ୟୋଗ ସ୍ତରରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ପ୍ରାୟ ୯୯% କୁ ବୃଦ୍ଧି ପାଇଛି।

ଅପବ୍ୟବହାର କିମ୍ବା ବାଟମାରଣା ରୋକିବା ପାଇଁ 'ଡେଲିଭରି ଅଥେଣ୍ଟିକେସନ୍ କୋଡ୍' ଆଧାରିତ ବିତରଣ ପ୍ରାୟ ୯୬% କୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଡିଏସି ପ୍ରାପ୍ତ ହୋଇଥାଏ।

ଗତ ୪ ଦିନ ମଧ୍ୟରେ, ପ୍ରାୟ ୧.୭୮ କୋଟି ଏଲପିଜି ସିଲିଣ୍ଡର ବୁକିଂ ବିପକ୍ଷରେ ପ୍ରାୟ ୧.୮୦ କୋଟି ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।

ବାଣିଜ୍ୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:

ଭାରତ ସରକାର ସମୁଦାୟ ବାଣିଜ୍ୟିକ ଆବଣ୍ଟନକୁ ସଙ୍କଟ-ପୂର୍ବ ସ୍ତରର ୭୦% ପର୍ଯ୍ୟନ୍ତ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ୧୦% ସଂସ୍କାର-ଭିତ୍ତିକ ଆବଣ୍ଟନ ଅନ୍ତର୍ଭୁକ୍ତ।

ଗତ ୪ ଦିନ ମଧ୍ୟରେ, ପ୍ରାୟ ୨.୪୨ ଲକ୍ଷ – ୫ କିଲୋଗ୍ରାମ ଏଫ୍‍ଟିଏଲ୍‍ ସିଲିଣ୍ଡର ବିକ୍ରି ହୋଇଛି।

ଗତକାଲି, ପ୍ରାୟ ୧୭୬ଟି ଶିବିର ମାଧ୍ୟମରେ ପ୍ରାୟ ୨୫୩୭ଟି - ୫ କିଲୋଗ୍ରାମ ଏଫ୍‍ଟିଏଲ୍‍ ସିଲିଣ୍ଡର ବିକ୍ରି କରାଯାଇଛି।

ଗତ ୪ ଦିନ ମଧ୍ୟରେ, ସମୁଦାୟ ୨୯,୮୧୪ ମେଟ୍ରିକ୍ ଟନ୍ ବାଣିଜ୍ୟିକ ଏଲପିଜି ବିକ୍ରି ହୋଇଛି।

ଗତ ୪ ଦିନ ମଧ୍ୟରେ, ସରକାରୀ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରାୟ ୯୫୪ ମେଟ୍ରିକ୍ ଟନ୍ ଅଟୋ ଏଲପିଜି ବିକ୍ରି କରାଯାଇଛି।

ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପ୍ରୟାସ

ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇ ଘରୋଇ ପିଏନଜି ଏବଂ ସିଏନଜି-ପରିବହନକୁ ୧୦୦% ଯୋଗାଣ କରାଯାଉଛି।

କାର୍ଯ୍ୟକ୍ଷମ ଥିବା ୟୁରିଆ ସାର କାରଖାନାଗୁଡ଼ିକୁ ଯୋଗାଣ ବର୍ତ୍ତମାନ ସେମାନଙ୍କର ପୂର୍ବ ଛଅ ମାସର ହାରାହାରି ବ୍ୟବହାରର ପ୍ରାୟ ୯୯% ସ୍ତରରେ ରହିଛି।

ଅନ୍ୟାନ୍ୟ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଗ୍ୟାସ (ସିଜିଡି) ଯୋଗାଣ ନେଟୱର୍କ ମାଧ୍ୟମରେ ଯୋଗାଣ ସମେତ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବାଣିଜ୍ୟିକ ଏଲପିଜିର ଉପଲବ୍ଧତା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ, ସିଜିଡି ସଂସ୍ଥାଗୁଡ଼ିକୁ ସେମାନଙ୍କର ସମସ୍ତ ଭୌଗୋଳିକ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ପିଏନଜି ସଂଯୋଗ ଦେବା ପାଇଁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି।

ସିଜିଡି ନେଟୱର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।

ଭାରତ ସରକାର ମାର୍ଚ୍ଚ ୧୮ ତାରିଖର ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲପିଜି ଆବଣ୍ଟନର ପ୍ରସ୍ତାବ ଦେଇଛନ୍ତି, ସର୍ତ୍ତ ଏହା ଯେ ସେମାନେ ଏଲପିଜିରୁ ପିଏନଜିକୁ ଦୀର୍ଘକାଳୀନ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସହାୟତା କରିବେ।

୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପିଏନଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ଅତିରିକ୍ତ ବାଣିଜ୍ୟିକ ଏଲପିଜି ଆବଣ୍ଟନ ପ୍ରାପ୍ତ କରୁଛନ୍ତି।

ଭାରତ ସରକାର ମାର୍ଚ୍ଚ ୨୪ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ 'ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ସ୍ଥାପନ, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ ଆଦେଶ, ୨୦୨୬' ଅଧିସୂଚିତ କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ସ୍ଥାପନ ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ରୂପରେଖ ପ୍ରଦାନ କରେ, ଯାହା ଅନୁମୋଦନ ଏବଂ ଜମି ଅଧିଗ୍ରହଣରେ ହେଉଥିବା ବିଳମ୍ବକୁ ଦୂର କରିବ ଏବଂ ଆବାସିକ ଅଞ୍ଚଳ ସମେତ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶକୁ ସକ୍ଷମ କରିବ। ଏହା ପିଏନଜି ନେଟୱର୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଶେଷ ସୀମା ପର୍ଯ୍ୟନ୍ତ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ସ୍ୱଚ୍ଛ ଜାଳେଣି ଆଡ଼କୁ ଅଗ୍ରସର ହେବାରେ ସହାୟକ ହେବ, ଯାହା ଶକ୍ତି ସୁରକ୍ଷାକୁ ମଜବୁତ କରିବ ଏବଂ ଭାରତର ଗ୍ୟାସ-ଆଧାରିତ ଅର୍ଥନୀତିକୁ ଆଗକୁ ବଢ଼ାଇବ।

ପିଏନ୍‍ଜିଆରବି ଘରୋଇ ପିଏନଜି ସଂଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସିଜିଡି ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ, ପିଏନଜି ସମ୍ପ୍ରସାରଣର ଗତିକୁ ବଜାୟ ରଖିବା ପାଇଁ 'ନ୍ୟାସନାଲ ପିଏନଜି ଡ୍ରାଇଭ୍ ୨.୦'ର ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏକ ସ୍ୱଚ୍ଛ, ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତ ସରକାର ଏକ ମଡେଲ୍ ଡ୍ରାଫ୍ଟ 'ରାଜ୍ୟ କମ୍ପ୍ରେସଡ୍ ବାୟୋ-ଗ୍ୟାସ (ସିବିଜି ) ନୀତି' ପ୍ରସ୍ତୁତ କରିଛନ୍ତି। ଏହି ମଡେଲ୍ ନୀତି ରାଜ୍ୟଗୁଡ଼ିକୁ ସିବିଜି ବିକାଶ ପାଇଁ ନିଜସ୍ୱ ନିବେଶକ-ଅନୁକୂଳ ଏବଂ କାର୍ଯ୍ୟାନ୍ୱୟନ-ମୁଖୀ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ଏକ ବ୍ୟାପକ ତଥା ନମନୀୟ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଚୟନ କରିବେ, ସେମାନଙ୍କୁ ବାଣିଜ୍ୟିକ ଏଲପିଜିର ପରବର୍ତ୍ତୀ ପର୍ଯ୍ୟାୟର ଅତିରିକ୍ତ ଆବଣ୍ଟନ ପାଇଁ ପ୍ରାଥମିକତା ଦିଆଯିବ।

ଭାରତ ସରକାରଙ୍କ ମେ’ ୨୫ ତାରିଖର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଏଲପିଜି ଗ୍ରାହକମାନଙ୍କର ପିଏନଜି ସଂଯୋଗ ମଧ୍ୟ ରହିଛି, ସେମାନଙ୍କ ପାଇଁ ନିମ୍ନଲିଖିତ ବିକଳ୍ପଗୁଡ଼ିକ ଉପଲବ୍ଧ ହେବ:

ଗ୍ରାହକମାନେ ପିଏନଜି ସଂଯୋଗ ପାଇବାର ୩୦ ଦିନ ମଧ୍ୟରେ ଏଲପିଜି ସଂଯୋଗ ରଦ୍ଦ (ଟର୍ମିନେସନ୍) କରିବା ପାଇଁ ଆବେଦନ କରିପାରିବେ; କିମ୍ବା

ଗ୍ରାହକମାନେ ଭବିଷ୍ୟତରେ କୌଣସି ଅଣ-ପିଏନଜି ଅଞ୍ଚଳରେ ଏଲପିଜି ସଂଯୋଗର ପୁନରୁଦ୍ଧାର ପାଇଁ ଏକ ଟ୍ରାନ୍ସଫର ଭାଉଚର୍ (ହସ୍ତାନ୍ତର ଭାଉଚର୍) ପ୍ରାପ୍ତ କରିପାରିବେ।

ମାର୍ଚ୍ଚ ୨୦ctx (୨୦୨୬) ଠାରୁ ପ୍ରାୟ ୮.୩ ଲକ୍ଷ ପିଏନଜି ସଂଯୋଗରେ ଗ୍ୟାସ ଯୋଗାଣ ଆରମ୍ଭ ହୋଇଛି ଏବଂ ଅତିରିକ୍ତ ୨.୯୧ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ଯାହାଫଳରେ ସମୁଦାୟ ସଂଯୋଗ ସଂଖ୍ୟା ୧୧.୨୧ ଲକ୍ଷରେ ପହଞ୍ଚିଛି। ଏହା ବ୍ୟତୀତ, ପ୍ରାୟ ୮.୫୩ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜିକରଣ କରିଛନ୍ତି।

ମେ ୨୮ ତାରିଖ ସୁଦ୍ଧା, ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକ MYPNGD.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ଫେରସ୍ତ କରିଛନ୍ତି।

ଅଶୋଧିତ ତୈଳ ସ୍ଥିତି ଏବଂ ବିଶୋଧନାଗାର କାର୍ଯ୍ୟକଳାପ

ସମସ୍ତ ବିଶୋଧନାଗାର ରିଫାଇନେରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ଏବଂ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଉଛି।

ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ସୋଧନାଗାରଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ଦୈନିକ ପ୍ରାୟ ୫୨ ହଜାର ମେଟ୍ରିକ୍ ଟନ୍ କୁ ବୃଦ୍ଧି କରାଯାଇଛି।

ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ ଫିଡ୍‌ଷ୍ଟକ୍ ଯୋଗାଣର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏକ ଆନ୍ତଃ-ମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ପରବର୍ତ୍ତୀ ସମୟରେ, ଭାରତ ସରକାର ଏପ୍ରିଳ ୧ ତାରିଖର ଆଦେଶ ମାଧ୍ୟମରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ତୈଳ ସୋଧନାଗାର କମ୍ପାନୀଗୁଡ଼ିକୁ ସେଣ୍ଟର ଫର୍ ହାଇ ଟେକ୍ନୋଲୋଜି (ସିଏଚଡି) ଦ୍ୱାରା ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ସି୩ ଏବଂ ସି ୪ ଷ୍ଟ୍ରିମ୍‌ର କିଛି ନିଶ୍ଚିତ ସର୍ବନିମ୍ନ ପରିମାଣ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।

ଫାର୍ମାସ୍ୟୁଟିକାଲ୍ସ ବିଭାଗ, କେମିକାଲ୍ସ ଓ ପେଟ୍ରୋ କେମିକାଲ୍ସ ବିଭାଗ ଏବଂ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରୋତ୍ସାହନ ବିଭାଗରୁ ମିଳିଥିବା ଅନୁରୋଧ ଆଧାରରେ, ଏଲପିଜି ପୁଲ୍‌ରୁ ଫାର୍ମା, କେମିକାଲ୍ ଏବଂ ପେଣ୍ଟ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଦୈନିକ ୧୧୨୦ ମେଟ୍ରିକ୍ ଟନ୍ ର ସି୩-ସି୪ ଅଣୁର ବ୍ୟବସ୍ଥା କରାଯାଇଛି।

୧ ମେ ୨୦୨୬ ଠାରୁ, ମୁମ୍ବାଇ, କୋଚି, ଭାଇଜାଗ୍, ଚେନ୍ନାଇ, ମଥୁରା ଏବଂ ଗୁଜରାଟ ସୋଧନାଗାରଗୁଡ଼ିକ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ୍ ଶିଳ୍ପକୁ ୧୩୮୭୦ ମେଟ୍ରିକ୍ ଟନ୍‌ରୁ ଅଧିକ ସି-୩-ସି୪ ଅଣୁ (ଯେଉଁଥିରେ ପ୍ରୋପିଲିନ୍ ଏବଂ ବିଉଟିଲିନ୍ ଅନ୍ତର୍ଭୁକ୍ତ) ଏବଂ ୫୩୮୦ ମେଟ୍ରିକ୍ ଟନ୍‌ରୁ ଅଧିକ ବିଉଟାଇଲ୍ ଆକ୍ରିଲେଟ୍ ବିକ୍ରି କରାଯାଇଛି।

ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିୟନ୍ତ୍ରଣ ପଦକ୍ଷେପ

ସାରା ଦେଶରେ ସମସ୍ତ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି।

ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଗ୍ରାହକମାନଙ୍କୁ ଏହି ପ୍ରଭାବରୁ ରକ୍ଷା କରିବା ପାଇଁ, ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପ୍ରତି ୧୦ ଟଙ୍କା ହ୍ରାସ କରି ଏହି ବୋଝର ଏକ ଅଂଶ ନିଜେ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଖୁଚୁରା ଆଉଟଲେଟ୍‌ଗୁଡ଼ିକରେ ଅତ୍ୟଧିକ ବିକ୍ରି ଏବଂ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ତେବେ, ସୂଚନା ଦିଆଯାଇଛି ଯେ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ରହିଛି।

୧୫୦ ରୁ ଅଧିକ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ୩୦% ରୁ ଅଧିକ ବୃଦ୍ଧି ପାଇଛି।

ବେସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକର ବିକ୍ରିରେ ହ୍ରାସ (-୩୮%) ଏବଂ ସରକାରୀ ତୈଳ କମ୍ପାନୀଗୁଡ଼ିକର ବହୁଳ ବିକ୍ରି (ବଲ୍କ ସେଲ୍) ରେ ହ୍ରାସ (-୨୯%) ଦେଖାଦେଇଛି। ଏହି ଚାହିଦା ବର୍ତ୍ତମାନ ସରକାରୀ ତୈଳ କମ୍ପାନୀଗୁଡ଼ିକର ଖୁଚୁରା ଆଉଟଲେଟ୍‌କୁ ସ୍ଥାନାନ୍ତରିତ ହୋଇଛି।

ଖୁଚୁରା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ଯୋଗାଣକୁ ବହୁଳ ପରିମାଣରେ ବ୍ୟବହାର କରୁଥିବା ଗ୍ରାହକ ଏବଂ ମହଜୁଦକାରୀମାନେ ନେଇଯିବା, କଳାବଜାରୀ କରିବା, ବେଆଇନ ମହଜୁଦ ଏବଂ ପେଟ୍ରୋଲିୟମ ଉତ୍ପାଦର ଅପବ୍ୟବହାର ଭଳି ଦୁର୍ନୀତି ବିରୋଧରେ ଆବଶ୍ୟକୀୟ ଅତ୍ୟାବଶ୍ୟକ ସାମଗ୍ରୀ (EC) ଆଇନ ଏବଂ ତଦଧୀନରେ ଜାରି କରାଯାଇଥିବା ନିୟନ୍ତ୍ରଣ ଆଦେଶର ପ୍ରାବଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି।

ଶିଳ୍ପ ସଂଘଗୁଡ଼ିକୁ ସେମାନଙ୍କର ସଦସ୍ୟମାନଙ୍କୁ ଅନୁମୋଦିତ ସୂତ୍ରରୁ ଡିଜେଲ କ୍ରୟ କରିବାକୁ ପରାମର୍ଶ ଦେବା ପାଇଁ ଅନୁରୋଧ କରାଯାଇଛି।

ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ କାର୍ଯ୍ୟକଳାପ 

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗରରେ ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ଏବଂ ଏହି ଅଞ୍ଚଳରେ ଭାରତୀୟ ଜାହାଜ ଓ କ୍ରୁ (ନାବିକ ଦଳ) ଙ୍କ ସୁରକ୍ଷା ଏବଂ ନିରାପତ୍ତା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ବିବରଣୀ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ:

ଜାହାଜ ସମ୍ବନ୍ଧୀୟ ସୂଚନା: ଏଚପିସିଏଲ୍‍ ଅଧୀନରେ ଭାରତ ପାଇଁ ପ୍ରାୟ ୨୭୦,୦୦୦ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କାର୍ଗୋ ଆଣୁଥିବା ମାର୍ଶଲ ଦ୍ୱୀପପୁଞ୍ଜର ପତାକା ବିଶିଷ୍ଟ ଏକ ଅଶୋଧିତ ତୈଳ ଟ୍ୟାଙ୍କର 'ନିସୋସ୍ କେରୋସ୍' ଯେଉଁଥିରେ ୨୫ ଜଣ ବିଦେଶୀ କ୍ରୁ ସଦସ୍ୟ ଅଛନ୍ତି ଏବଂ କୌଣସି ଭାରତୀୟ ନାବିକ ନାହାନ୍ତି, ମେ’ ୨୫ରେ ହର୍ମୁଜ ପ୍ରଣାଳୀ ସଫଳତାର ସହ ପାର କରିଛି ଏବଂ ଏହା ୦୩ ଜୁନ୍ ୨୦୨୬ ସୁଦ୍ଧା ବିଶାଖାପାଟଣାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟକଳାପ ନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା ଜାରି ରଖିଛି।

ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୯୬ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ କିମ୍ବା ଭାରତୀୟ କ୍ରୁ ଥିବା ବିଦେଶୀ ଜାହାଜ ସହିତ ଜଡ଼ିତ କୌଣସି ଅପ୍ରୀତିକର ଘଟଣାର ସୂଚନା ମିଳିନାହିଁ।

ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୧୦,୮୪୧ଟି କଲ୍ ଏବଂ ୨୪,୦୯୮ ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଗତ ୯୬ ଘଣ୍ଟା ମଧ୍ୟରେ ନାବିକ, ସେମାନଙ୍କ ପରିବାର ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କଠାରୁ ସମୁଦାୟ ୫୦୯ଟି କଲ୍ ଏବଂ ୧,୩୩୨ଟି ଇମେଲ୍ ଆସିଛି।

ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜି ଶିପିଂ) ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩,୪୨୨ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇବାରେ ସହାୟତା କରିଛି, ଯେଉଁଥିରେ ଗତ ୯୬ ଘଣ୍ଟା ମଧ୍ୟରେ ଉପସାଗରୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ୪୭ ଜଣ ନାବିକ ଅନ୍ତର୍ଭୁକ୍ତ।

ସାରା ଭାରତରେ ବନ୍ଦର କାର୍ଯ୍ୟକଳାପ ସ୍ୱାଭାବିକ ରହିଛି ଏବଂ କୌଣସି ସ୍ଥାନରେ ଜାହାଜ ଚଳାଚଳ ଜନିତ ଭିଡ଼ (କଞ୍ଜେସନ) ର ସୂଚନା ନାହିଁ।

ଏହି ଅଞ୍ଚଳରେ ଥିବା ଭାରତୀୟ ନାଗରିକମାନଙ୍କ ସୁରକ୍ଷା 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗରୀୟ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାବଳୀ ଉପରେ ନଜର ରଖିବା ଜାରି ରଖିଛି, ଯେଉଁଥିରେ ସେହି ଅଞ୍ଚଳରେ ରହୁଥିବା ଭାରତୀୟ ସମୁଦାୟର ସୁରକ୍ଷା, ନିରାପତ୍ତା ଏବଂ କଲ୍ୟାଣ ନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୂଚନା ଦିଆଯାଇଛି ଯେ:

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଆଦାନପ୍ରଦାନ ଏବଂ ପ୍ରୟାସଗୁଡ଼ିକର ଉପଯୁକ୍ତ ସମନ୍ୱୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ଅଛି।

ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସଗୁଡ଼ିକ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ କାର୍ଯ୍ୟକ୍ଷମ ରଖିଛନ୍ତି ଏବଂ ସକ୍ରିୟ ଭାବେ ଆମ ନାଗରିକମାନଙ୍କୁ ସହାୟତା କରୁଛନ୍ତି। ସେମାନେ ସ୍ଥାନୀୟ ସରକାରଗୁଡ଼ିକ ସହିତ ମଧ୍ୟ ନିବିଡ଼ ଯୋଗାଯୋଗରେ ଅଛନ୍ତି।

ସ୍ଥାନୀୟ ସରକାରଙ୍କ ମାର୍ଗଦର୍ଶିକା, ବିମାନ ଚଳାଚଳ ଏବଂ ଯାତ୍ରା ସ୍ଥିତି, କନସୁଲାର ସେବା ଏବଂ ସମୁଦାୟ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କିତ ସୂଚନା ସହିତ ଆଡଭାଇଜରୀ (ପରାମର୍ଶବଳୀ) ଜାରି କରାଯାଉଛି।

ଭାରତୀୟ ମିଶନଗୁଡ଼ିକ ସେଠାରେ ରହୁଥିବା ଭାରତୀୟ ସମୁଦାୟ ସହିତ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସେମାନେ ଭାରତୀୟ ସମୁଦାୟ ସଂଘ, ସଂଗଠନ, ପେଶାଦାର ଗୋଷ୍ଠୀ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ସହିତ ନିୟମିତ ଆଲୋଚନା କରୁଛନ୍ତି।

ସରକାର ଏହି ଅଞ୍ଚଳରେ ଥିବା ଭାରତୀୟ ନାବିକମାନଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଭାରତୀୟ ମିଶନଗୁଡ଼ିକ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି, ଯେଉଁଥିରେ ସ୍ଥାନୀୟ କର୍ତ୍ତୃପକ୍ଷ ଓ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରିବା, କନସୁଲାର ସହାୟତା ପ୍ରଦାନ କରିବା ଏବଂ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧରେ ସହାୟତା କରିବା ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳରୁ ଭାରତର ବିଭିନ୍ନ ସ୍ଥାନକୁ ଅତିରିକ୍ତ ବିମାନ ଚଳାଚଳ ସହିତ ସାମଗ୍ରିକ ବିମାନ ସେବା ସ୍ଥିତିରେ ସୁଧାର ଜାରି ରହିଛି।

ସଂଯୁକ୍ତ ଆରବ ଏମିରେଟ୍ସର ଆକାଶମାର୍ଗ ଖୋଲା ଅଛି। ଭାରତୀୟ ଏବଂ ୟୁଏଇର ବିମାନ ସେବା ସଂସ୍ଥାଗୁଡ଼ିକ ୟୁଏଇରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।

ସୌଦି ଆରବ ଏବଂ ଓମାନର ବିଭିନ୍ନ ବିମାନବନ୍ଦରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ ଜାରି ରହିଛି।

କତାରର ଆକାଶମାର୍ଗ ଆଂଶିକ ଭାବେ ଖୋଲା ଅଛି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ଏବଂ କତାର ଏୟାରୱେଜ୍ କତାରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।

କୁୱେତର ଆକାଶମାର୍ଗ ଖୋଲା ଅଛି। ଜଜିରା ଏୟାରୱେଜ୍ ଏବଂ କୁୱେତ ଏୟାରୱେଜ୍ କୁୱେତରୁ ଭାରତକୁ ବିମାନ ଚଳାଚଳ କରୁଛନ୍ତି। ଭାରତୀୟ ବିମାନ ସେବା ସଂସ୍ଥାଗୁଡ଼ିକ ମଧ୍ୟ ଶୀଘ୍ର କୁୱେତରୁ ଭାରତକୁ ସେମାନଙ୍କର ବିମାନ ଚଳାଚଳ ପୁନର୍ବାର ଆରମ୍ଭ କରିବେ ବୋଲି ଆଶା କରାଯାଉଛି।

ବାହାରିନର ଆକାଶମାର୍ଗ ଖୋଲା ଅଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ଏବଂ ଗଲ୍ଫ ଏୟାର ବାହାରିନରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।

ଇରାକର ଆକାଶମାର୍ଗ ଏହି ଅଞ୍ଚଳର କେତେକ ସ୍ଥାନକୁ ସୀମିତ ବିମାନ ଚଳାଚଳ ସହିତ ଖୋଲା ଅଛି, ଯାହାକୁ ଭାରତ ଆସିବା ପାଇଁ ପରବର୍ତ୍ତୀ ଯାତ୍ରା ନିମନ୍ତେ ବ୍ୟବହାର କରାଯାଇପାରିବ।

ଇରାନର ଆକାଶମାର୍ଗ ଆଂଶିକ ଭାବେ ଖୋଲା ଅଛି। ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ଏବଂ ଯେଉଁମାନେ ସେଠାରେ ଅଛନ୍ତି, ସେମାନଙ୍କୁ ଭାରତୀୟ ଦୂତାବାସର ସହାୟତାରେ ସେହି ସ୍ଥାନ ଛାଡ଼ିବାକୁ ଅନୁରୋଧ କରିଛି। ବର୍ତ୍ତମାନ ସୁଦ୍ଧା, ତେହେରାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥଳସୀମା ମାର୍ଗ ଦେଇ ୨,୫୫୭ ଭାରତୀୟ ନାଗରିକଙ୍କୁ ଇରାନରୁ ବାହାରକୁ ଆଣିବାରେ ସହାୟତା କରିଛି।

ଇସ୍ରାଏଲର ଆକାଶମାର୍ଗ ଖୋଲା ଅଛି ଏବଂ ଏହି ଅଞ୍ଚଳର କେତେକ ସ୍ଥାନକୁ ସୀମିତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି, ଯାହାକୁ ଭାରତ ଆସିବା ପାଇଁ ପରବର୍ତ୍ତୀ ଯାତ୍ରା ନିମନ୍ତେ ବ୍ୟବହାର କରାଯାଇପାରିବ।


(ରିଲିଜ ଆଡି: 2266863) ପରିଦର୍ଶକ କାଉଣ୍ଟର : 9