ଆୟୁଷ
azadi ka amrit mahotsav

ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଇଁ ୧୦୦ ଦିନର କାଉଣ୍ଟଡାଉନକୁ ସ୍ମରଣୀୟ କରିବାକୁ ଯୋଗ ମହୋତ୍ସବ

ପୋଷ୍ଟ କରାଯିବା ଦିନାଙ୍କ: 12 MAR 2026 10:27AM by PIB Bhubaneswar

 

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମ୍ଡିଏନ୍ଆଇୱାଇ) ୧୩ ମାର୍ଚ୍ଚ ୨୦୨୬ରେ ବିଜ୍ଞାନ ଭବନରେ ଯୋଗ ମହୋତ୍ସବ-୨୦୨୬ ଆୟୋଜନ କରୁଛି ଏହି ଆୟୋଜନ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଇଁ ୧୦୦ ଦିନିଆ କାଉଣ୍ଟଡାଉନ ଆରମ୍ଭର ପ୍ରତୀକ ଆୟୁଷ ମନ୍ତ୍ରଣାଳୟ ଏହାର ବିଭିନ୍ନ ଅଂଶୀଦାରମାନଙ୍କ ସହିତ ୧୦୦ ଦିନିଆ କାଉଣ୍ଟଡାଉନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି, ଯେଉଁଥିରେ ୧୦୦ ସଂଗଠନ ୧୦୦ ସ୍ଥାନ/ସହରରେ ଯୋଗର ପ୍ରଚାର ଏବଂ ପ୍ରୋତ୍ସାହିତ କରୁଛନ୍ତି ୧୩ ମାର୍ଚ୍ଚ ୨୦୨୬ରେ ସକାଳ ୯ଟାରୁ ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଏହି କାର୍ଯ୍ୟକ୍ରମରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ଉପସ୍ଥିତି ଦେଖିବାର ଆଶା କରାଯାଉଛି   କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ର ରାଜ୍ୟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ; ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ବେଙ୍ଗାଲୁରୁ ସ୍ଥିତ ଏସ୍‌-ବ୍ୟାସା ସୋସାଇଟିର ସଭାପତି ଡକ୍ଟର ଏଚ୍‌.ଆର୍‌. ନାଗେନ୍ଦ୍ର, ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଶ୍ରୀ ମୋନାଲିସା ଦାଶଙ୍କ ସହିତ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତି, ଯୋଗ ଗୁରୁ, ଯୋଗ ବିଶେଷଜ୍ଞ, ଆୟୁଷ ବିଶେଷଜ୍ଞ, ଆଧୁନିକ ଚିକିତ୍ସା ଏବଂ ଆନୁସଙ୍ଗିକ ବିଜ୍ଞାନ ବିଶେଷଜ୍ଞଙ୍କ ବ୍ୟତୀତ ପ୍ରତିନିଧି, ଯୋଗ ପ୍ରେମୀ ଏବଂ ଯୋଗ ସାଧକମାନେ ଉପସ୍ଥିତ ରହିବେ

ଏହି ଅବସରରେ ଆୟୁଷ ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ କହିଛନ୍ତି, “ଆପଣମାନେ ଜାଣନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ, ମିଳିତ ଜାତିସଂଘ ସାଧାରଣ ସଭା ୨୦୧୪ ମସିହାରେ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିବାକୁ ଐତିହାସିକ ନିଷ୍ପତ୍ତି ନେଇଥିଲା ଯୋଗର ଏହି ବିଶ୍ୱବ୍ୟାପୀ ସ୍ୱୀକୃତି ଆମ ଦେଶ ପାଇଁ ଗର୍ବର ବିଷୟ, କାରଣ ଯୋଗ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ଆୟୁଷ ମନ୍ତ୍ରଣାଳୟ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ପାଳନ ପାଇଁ ନୋଡାଲ ମନ୍ତ୍ରଣାଳୟ ପ୍ରତିବର୍ଷ, ଆଇଡିୱାଇ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଏକ ସାମୂହିକ ଯୋଗ ପ୍ରଦର୍ଶନ ଯାହାର ନେତୃତ୍ୱ ପ୍ରଧାନମନ୍ତ୍ରୀ କରିଥାନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଇଁ ପ୍ରସ୍ତୁତି ପୂର୍ବରୁ ଚାଲିଛି

ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଅନ୍ତର୍ଜାତୀୟ ଯୋଗ ଦିବସର ୧୦୦ ଦିନିଆ କାଉଣ୍ଟଡାଉନ୍ ପାଇଁ ପ୍ରତି ବର୍ଷ ଉତ୍ସବର ପ୍ରସ୍ତୁତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବରେ ପାଳନ କରାଯାଏ ଏହି ସମୟ ମଧ୍ୟରେ, ମନ୍ତ୍ରଣାଳୟ ନିଜର ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଏବଂ ଯୋଗ ବାର୍ତ୍ତାକୁ ବ୍ୟାପକ ଭାବରେ ତ୍ୱରାନ୍ୱିତକ କରିବାକୁ ଚେଷ୍ଟା କରୁଛି, ଯାହାର ଲକ୍ଷ୍ୟ ହେଉଛି ସମଗ୍ର ଦେଶର ଲୋକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପୂର୍ବରୁ ୧୦୦ ଦିନରେ ଅଧିକ ଜନ ଅଂଶଗ୍ରହଣକୁ ଉତ୍ସାହିତ କରିବା

ଆସନ୍ତା ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ପାଇଁ, ମନ୍ତ୍ରଣାଳୟ ଦେଶର ୧୦୦ଟି ପ୍ରତୀକାତ୍ମକ ସ୍ଥାନରେ ଏହି ଉତ୍ସବକୁ ପାଳନ କରିବାକୁ ପ୍ରସ୍ତାବ ଦେଇଛି ୧୦୦ ଦିନିଆ କାଉଣ୍ଟଡାଉନ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ ହୋଇଯାଇଥିବାରୁ, ଆଇଡିୱାଇ-୨୦୨୬ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି, ଯାହା ସମଗ୍ର ଦେଶର ଲୋକମାନଙ୍କୁ ଯୋଗକୁ ସାମଗ୍ରିକ କଲ୍ୟାଣର ମାର୍ଗ ଭାବରେ ଗ୍ରହଣ କରିବାକୁ ପ୍ରେରଣା ଯୋଗାଉଛି

 

SR


(ରିଲିଜ ଆଡି: 2240495) ପରିଦର୍ଶକ କାଉଣ୍ଟର : 24