ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥିରୁ ଡି. ଜ୍ଞାନସୁନ୍ଦରମଜୀଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
26 JAN 2026 9:48PM by PIB Bhubaneswar
ଡି. ଜ୍ଞାନସୁନ୍ଦରମଜୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାମିଲ ସଂସ୍କୃତି ଓ ସାହିତ୍ୟ ପ୍ରତି ଥିରୁ ଡି. ଜ୍ଞାନସୁନ୍ଦରମଜୀଙ୍କ ଅବଦାନ ସବୁବେଳ ପାଇଁ ମନେ ରହିବ । ନିଜ ଲେଖା ଓ ଜୀବନବ୍ୟାପୀ ଅବଦାନ ମାଧ୍ୟମରେ ସମାଜର ସାଂସ୍କୃତିକ ଚେତନାକୁ ସେ ସମୃଦ୍ଧ କରିଥିଲେ । ପିଢି ପରେ ପିଢି ପାଠକ ଓ ଗବେଷକଙ୍କୁ ତାଙ୍କ ଲେଖା ପ୍ରେରଣା ଯୋଗାଇବ ।
ଜାନୁୟାରୀ ୨୦୨୪ରେ ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର ପରିଦର୍ଶନ କରିବା ସମୟରେ ଜ୍ଞାନସୁନ୍ଦରମଜୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଜ୍ଞାନସୁନ୍ଦରମଜୀଙ୍କର କାମ୍ବା ରାମାୟଣମ ଉପରେ ପ୍ରବେଶ ଅସାଧାରଣ ଥିଲା ବୋଲି ସେ କହିଥିଲେ ।
ଶୋକ ସନ୍ତପ୍ତ ପରିବାର ଓ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ ।
ଏକ ଟ୍ୱିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
‘ଥିରୁ ଡି. ଜ୍ଞାନସୁନ୍ଦରମଜୀଙ୍କ ନିଧନରେ ମୁଁ ଅତ୍ୟନ୍ତ ଦୁଃଖିତ । ତାମିଲ ସଂସ୍କୃତି ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ । ତାଙ୍କ ଲେଖା ଓ ଜୀବନବ୍ୟାପୀ ଅବଦାନ ମାଧ୍ୟମରେ ସମାଜର ସାଂସ୍କୃତିକ ଚେତନାକୁ ସେ ସମୃଦ୍ଧ କରିଥିଲେ । ପିଢି ପରେ ପିଢି ପାଠକ ଓ ଗବେଷକଙ୍କୁ ତାଙ୍କ ଲେଖା ପ୍ରେରଣା ଯୋଗାଇବ ।
ଜାନୁୟାରୀ ୨୦୨୪ରେ ତିରୁଚିରାପ୍ପାଲ୍ଲିସ୍ଥିତ ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର ବୁଲି ଯାଇଥିବା ବେଳେ ତାଙ୍କ ସହ ଭେଟ ହୋଇଥିଲା । କାମ୍ବା ରାମାୟଣମ ଉପରେ ତାଙ୍କର ଅବଧାରଣା ଅନନ୍ୟ ଥିଲା ।
ତାଙ୍କ ପ୍ରଶଂସକ ଓ ପରିବାରକୁ ସାନ୍ତ୍ୱନା । ଓମ ଶାନ୍ତି ।’
PBD
(ରିଲିଜ ଆଡି: 2225452)
ପରିଦର୍ଶକ କାଉଣ୍ଟର : 29
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam