ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ଲିପ୍-ବୁ ଟାନଙ୍କୁ ଭେଟି ଭାରତର ସେମିକଣ୍ଡକ୍ଟର ଯାତ୍ରା ପ୍ରତି ଇଣ୍ଟେଲର ପ୍ରତିବଦ୍ଧତାକୁ ପ୍ରଶଂସା କଲେ

प्रविष्टि तिथि: 09 DEC 2025 9:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଲିପ୍-ବୁ ଟାନଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଭାରତର ସେମିକଣ୍ଡକ୍ଟର ଯାତ୍ରା ପ୍ରତି ଇଣ୍ଟେଲର ପ୍ରତିବଦ୍ଧତାକୁ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି :

ଶ୍ରୀ ଲିପ୍-ବୁ ଟାନଙ୍କୁ ଭେଟି ଖୁସି ଲାଗିଲା। ଭାରତ ଏହାର ସେମିକଣ୍ଡକ୍ଟର ଯାତ୍ରା ପ୍ରତି ଇଣ୍ଟେଲର ପ୍ରତିବଦ୍ଧତାକୁ ସ୍ୱାଗତ କରୁଛି। ମୁଁ ନିଶ୍ଚିତ ଯେ ଇଣ୍ଟେଲ ଆମର ଯୁବପିଢ଼ିଙ୍କ ସହିତ କାମ କରି ଏକ ନବସୃଜନ-ଚାଳିତ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ନିର୍ମାଣ କରିବାରେ ଏକ ଚମତ୍କାର ଅଭିଜ୍ଞତା ପ୍ରାପ୍ତ କରିବ।

sws


(रिलीज़ आईडी: 2223563) आगंतुक पटल : 30
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam