ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସମ୍ବିଧାନ ଦିବସରେ ନାଗରିକଙ୍କୁ ଚିଠି ଲେଖିଲେ


ନିଜର କର୍ତ୍ତବ୍ୟକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ଯାହଦ୍ୱାରା ଭାରତ ବିକଶିତ ଭାରତର ପରିକଳ୍ପନା ଦିଗକୁ ଅଗ୍ରସର ହୋଇପାରିବ

ନିଜ ମାନବାଧିକାର ପ୍ରୟୋଗ କରି ଗଣତନ୍ତ୍ରକୁ ମଜବୁତ କରିବାକୁ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

प्रविष्टि तिथि: 26 NOV 2025 9:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ଭାରତର ନାଗରିକଙ୍କୁ ଚିଠି ଲେଖି ୧୯୪୯ ମସିହାରେ ସମ୍ବିଧାନକୁ ଐତିହାସିକ ଭାବେ ଗ୍ରହଣ କରିବାର ଅବସରକୁ ସ୍ମରଣ କରାଇବା ସହ ରାଷ୍ଟ୍ରର ପ୍ରଗତିରେ ଏହାର ସ୍ଥାୟୀ ଭୂମିକାକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ୨୦୧୫ ମସିହାରେ ସରକାର ଏହି ପବିତ୍ର ଦସ୍ତାବିଜର ସମ୍ମାନରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ଘୋଷଣା କରିଥିଲେ ।

ଶ୍ରୀ ମୋଦୀ ଏହା ଉଲ୍ଲେଖ କରିଛନ୍ତି କି କିପରି ସମ୍ବିଧାନ ସାଧାରଣ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଉଚ୍ଚତମ ସ୍ତରରେ ରାଷ୍ଟ୍ରର ସେବା କରିବାକୁ ସଶକ୍ତ ବନାଇଛି ଏବଂ ସଂସଦ ଓ ସମ୍ବିଧାନ ପ୍ରତି ନିଜ ସମ୍ମାନର ଅନୁଭବକୁ ସେୟାର କରିଛନ୍ତି । ସେ ୨୦୧୪ ମସିହାରେ ସଂସଦର ଶିଡ଼ିରେ ନତମସ୍ତକ ହେବା ଏବଂ ୨୦୧୯ ମସିହାରେ କିପରି ସମ୍ମାନର ପ୍ରତୀକ ଭାବେ ସମ୍ବିଧାନକୁ କିପରି ନିଜ କପାଳରେ ସ୍ପର୍ଶ କରାଇଥିଲେ, ତାହ ସ୍ମରଣ କରିଛନ୍ତି । ସେ ଏହା ଉପରେ ଜୋର ଦେଇଛନ୍ତି କି, ସମ୍ବିଧାନ ଅଗଣିତ ଲୋକଙ୍କୁ ସ୍ୱପ୍ନ ଦେଖିବାକୁ ଏବଂ ସେହି ସ୍ୱପ୍ନକୁ ସାକାର କରିବାକୁ ଶକ୍ତି ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ଡା.ରାଜେନ୍ଦ୍ର ପ୍ରସାଦ, ଡା.ବାବାସାହେବ ଭୀମରାଓ ଆମ୍ବେଦକର ଏବଂ ଅନେକ ପ୍ରତିଷ୍ଠିତ ମହିଳା ସଦସ୍ୟଙ୍କୁ ସ୍ମରଣ କରିଛନ୍ତି, ଯେଉଁମାନଙ୍କ ଦୂରଦର୍ଶିତା ସମ୍ବିଧାନକୁ ସମୃଦ୍ଧ କରିଛି । ସେ ସମ୍ବିଧାନର ୬୦ତମ ବର୍ଷପୂର୍ତ୍ତି ଅବସରରେ ଗୁଜରାଟରେ ଆୟୋଜିତ ସମ୍ବିଧାନ ଗୌରବ ଯାତ୍ରା ଏବଂ ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବଂ ଦେଶବ୍ୟାପୀ କାର୍ଯ୍ୟକ୍ରମ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ରେକର୍ଡ ଜନସମାବେଶ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏହା ଉପରେ ଜୋର୍ ଦେଇଛନ୍ତି କି, ଚଳିତ ବର୍ଷର ସମ୍ବିଧାନ ଦିବସ ବିଶେଷ ଭାବେ ମହତ୍ୱପୂର୍ଣ୍ଣ, କାରଣ ଏହା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ, ବନ୍ଦେ ମାତରମର ୧୫୦ତମ ବର୍ଷପୂର୍ତ୍ତି ଏବଂ ଶ୍ରୀ ଗୁରୁ ତେଗବାହାଦୂରଙ୍କ ୩୫୦ତମ ସହିଦୀ ବାର୍ଷିକୀ ସହ ମେଳ ଖାଇଛି । ଶ୍ରୀ ମୋଦୀ କହିଛନ୍ତି କି, ବ୍ୟକ୍ତିତ୍ୱ ଏବଂ ମାଇଲଖୁଣ୍ଟ ଆମକୁ ଆମ କର୍ତ୍ତବ୍ୟର ଗୁରୁତ୍ୱତାକୁ ସ୍ମରଣ କରାଇଥାଏ, ଯାହାକି ସମ୍ବିଧାନର ଅନୁଚ୍ଛେଦ ୫୧-କରେ ଉଲ୍ଲେଖ ରହିଛି । ସେ ମହାତ୍ମା ଗାନ୍ଧୀଙ୍କ ସେହି ବିଶ୍ୱାସକୁ ସ୍ମରଣ କରିଛନ୍ତି କି,ଅଧିକାର କର୍ତ୍ତବ୍ୟ ପାଳନରୁ ହିଁ ଆସିଥାଏ । ଶ୍ରୀ ମୋଦୀ ଏହା ଉପରେ ଜୋର୍ ଦେଇଛନ୍ତି କି କର୍ତ୍ତବ୍ୟ ପାଳନ କରିବା ସାମାଜିକ ଓ ଆର୍ଥିକ ପ୍ରଗତିର ଆଧାର ।

ଶ୍ରୀ ମୋଦୀ ଭବିଷ୍ୟତକୁ ଦୃଷ୍ଟି ଦେଇ କହିଛନ୍ତି, ଏହି ଶତାବ୍ଦୀର ପ୍ରଥମ ୨୫ ବର୍ଷ ବିତିଯାଇଛି, ଆଉ ମାତ୍ର ଦୁଇ ଦଶକରେ ଭାରତ ଔପନିବେଶିକ ଶାସନରୁ ମୁକ୍ତ ହେବାର ଶହେ ବର୍ଷ ପୂରଣ କରିବ । ୨୦୪୯ ମସିହାରେ ଭାରତ ସମ୍ବିଧାନକୁ ଆପଣାଇବାର ଏକ ଶତାବ୍ଦୀ ପୂରଣ ହୋଇଯିବ । ସେ ଏହା ଉପରେ ଜୋର୍ ଦେଇ କହିଛନ୍ତି କି, ଆଜି ନିଆଯାଇଥିବା ନିଷ୍ପତ୍ତି ଏବଂ ନୀତି ଆଗାମୀ ପିଢ଼ିର ଜୀବନକୁ ଆକାର ଦେବ । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଛନ୍ତି, କାରଣ ଭାରତ ବିକଶିତ ଭାରତର ପରିକଳ୍ପନା ଦିଗକୁ ଅଗ୍ରସର ହେଉଛି ।

ପ୍ରଧାନମନ୍ତ୍ରୀ ମତଦାନ ଅଧିକାରକୁ ପ୍ରୟୋଗ କରି ଗଣତନ୍ତ୍ରକୁ ମଜବୁତ କରିବାର ଦାୟିତ୍ୱ ଉପରେ ମଧ୍ୟ ଜୋର୍ ଦେଇଛନ୍ତି ଏବଂ ପରାମର୍ଶ ଦେଇଛନ୍ତି କି ସ୍କୁଲ ଓ କଲେଜ, ୧୮ ବର୍ଷ ପୂରଣ କରୁଥିବା ପ୍ରଥମ ଥର ମତଦାତା ହେଉଥିବା ଭୋଟରଙ୍କ ସମ୍ମାନରେ ସମ୍ବିଧାନ ଦିବସ ପାଳନ ହେଉ । ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି କି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱ ଏବଂ ଗର୍ବର ଭାବନା ଜାଗ୍ରତ କରିବା ଦ୍ୱାରା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ଭବିଷ୍ୟତ ସୁଦୃଢ଼ ହୋଇପାରିବ ।

ପ୍ରଧାନମନ୍ତ୍ରୀ ନିଜ ଚିଠି ଶେଷରେ ନାଗରିକଙ୍କୁ ଏହି ମହାନ ରାଷ୍ଟ୍ରର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରି ନିଜର ପ୍ରତିଜ୍ଞା ପୂରଣ କରିବାକୁ ଆହ୍ୱାନ ଦେଇଛନ୍ତି,

ଯାହାଦ୍ୱାରା ଏକ ବିକଶିତ ଏବଂ ସଶକ୍ତ ଭାରତର ନିର୍ମାଣରେ ସାର୍ଥକ ଯୋଗଦାନ ହୋଇପାରିବ ।

SR


(रिलीज़ आईडी: 2194751) आगंतुक पटल : 24
इस विज्ञप्ति को इन भाषाओं में पढ़ें: English , Khasi , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam