ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୱାଲ୍ଟର ରସେଲ୍ ମେଡଙ୍କ ନେତୃତ୍ୱାଧୀନ ଆମେରିକୀୟ ପ୍ରତିନିଧି ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 OCT 2025 8:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଓ୍ୱାଲ୍ଟର ରସେଲ୍ ମେଡ୍ଙ୍କ ନେତୃତ୍ୱାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧି ଦଳ ସହ ମତବିନିମୟ କରିଛନ୍ତି।
ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; ‘‘ଓ୍ୱାଲ୍ଟର ରସେଲ୍ ମେଡ୍ଙ୍କ ନେତୃତ୍ୱାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧି ଦଳ ସହ ମତବିନିମୟ କରିବା ଖୁସିର ବିଷୟ। ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଦୁଇ ଦେଶର ଭାଗିଦାରୀକୁ ଆଗେଇ ନେବା ଲାଗି ସେମାନଙ୍କର ଯୋଗଦାନ ମୂଲ୍ୟବାନ।
@wrmead’’
******
PS/Swadhin
(ରିଲିଜ ଆଡି: 2176080)
ପରିଦର୍ଶକ କାଉଣ୍ଟର : 34
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam