ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବସାୟିକ ସହଜତା ବୃଦ୍ଧି କରିବାରେ ସଦ୍ୟତମ ଜିଏସ୍ଟି ସଂସ୍କାରର ପ୍ରଭାବ ଉପରେ ଏକ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
19 SEP 2025 12:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାସ୍ୱାନଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି । ସେଥିରେ ବର୍ଣ୍ଣନା କରାଯାଇଛି ଯେ, ସଦ୍ୟତମ ଜିଏସ୍ଟି ସଂସ୍କାର କେବଳ ବୈଷୟିକ ପରିବର୍ତ୍ତନ ନୁହେଁ, ବରଂ ସହଜ ଜୀବନଧାରଣ, ବ୍ୟବସାୟିକ ସୁବିଧା ଏବଂ ନିବେଶକ ସୁବିଧାକୁ ବୃଦ୍ଧି କରିବା ପାଇଁ ଏକ ସାହସିକ ପଦକ୍ଷେପ । ଶ୍ରୀ ମୋଦୀ କହିଛନ୍ତି, “ଦୈନନ୍ଦିନ ବ୍ୟବହୃତ ଖାଦ୍ୟ ଏବଂ ପ୍ୟାକେଜିଂ ଉପରେ ଦର ହ୍ରାସ କରିବା ଦ୍ୱାରା, ଏହା କିଣା ସାମଗ୍ରୀକୁ ଅଧିକ ସୁଲଭ କରିଥାଏ, ଏମ୍ଏସ୍ଏମ୍ଇଗୁଡିକୁ ପ୍ରୋତ୍ସାହିତ କରିଥାଏ, ଚାଷୀମାନଙ୍କୁ ସମର୍ଥନ କରିଥାଏ ଏବଂ ଭାରତର ବିଶ୍ୱସ୍ତରୀୟ ଖାଦ୍ୟ ପ୍ରତିଯୋଗିତାକୁ ଉନ୍ନତ କରିଥାଏ ।”
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାସ୍ୱାନଙ୍କ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାସ୍ୱାନ ଲେଖିଛନ୍ତି ଯେ, ସଦ୍ୟଦମ ଜିଏସ୍ଟି ସଂସ୍କାର କେବଳ ବୈଷୟିକ ପରିବର୍ତ୍ତନ ନୁହେଁ ବରଂ ସହଜ ଜୀବନଧାରଣ, ସହଜ ବ୍ୟବସାୟିକ ସୁବିଧା ଏବଂ ନିବେଶକ ସୁବିଧା ବୃଦ୍ଧି କରିବା ପାଇଁ ଏକ ସାହସିକ ପଦକ୍ଷେପ । ଦୈନନ୍ଦିନ ଖାଦ୍ୟ ଏବଂ ପ୍ୟାକେଜିଂ ଉପରେ ଦର ହ୍ରାସ କରିବା ଦ୍ୱାରା, ଏହା କିଣା ସାମଗ୍ରୀକୁ ଅଧିକ ସୁଲଭ କରିଥାଏ, ଏମ୍ଏସ୍ଏମ୍ଇଗୁଡିକୁ ପ୍ରୋତ୍ସାହିତ କରିଥାଏ, ଚାଷୀମାନଙ୍କୁ ସମର୍ଥନ କରିବା ସହ ଭାରତର ବିଶ୍ୱସ୍ତରୀୟ ଖାଦ୍ୟ ପ୍ରତିଯୋଗିତାକୁ ଉନ୍ନତ କରିଥାଏ ।
SR
(Release ID: 2168826)
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam