ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାନୁଆରୀ ମାସ ୧୨ ତାରିଖ ଜାତୀୟ ଯୁବ ଦିବସ ଅବସରରେ ‘ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ
Posted On:
10 JAN 2025 9:21PM by PIB Bhubaneshwar
୩୦ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଏକ ଯୋଗ୍ୟତା-ଆଧାରିତ, ବହୁସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ ୩୦୦୦ ଯୁବ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଯୁବ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଭାରତର କିଛି ପ୍ରମୁଖ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅଭିନବ ଚିନ୍ତାଧାରା ଏବଂ ସମାଧାନ ଉପସ୍ଥାପନା କରିବେ
ଏକ ଅନନ୍ୟ ପଦକ୍ଷେପରେ ସ୍ୱରୂପ ଯୁବପିଢ଼ି ମଧ୍ୟାହ୍ନ ଭୋଜନ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସିଧାସଳଖ ସେମାନଙ୍କର ଚିନ୍ତାଧାରା, ଅଭିଜ୍ଞତା ଏବଂ ଆକାଂକ୍ଷା ବାଣ୍ଟିବାର ସୁଯୋଗ ପାଇବେ
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀର ସ୍ମୃତିଚାରଣ କରି ଜାତୀୟ ଯୁବ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨ ତାରିଖ ସକାଳ ୧୦ଟା ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ‘ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫’ରେ ଯୋଗଦେବେ । ସେ ସାରା ଭାରତରୁ ୩,୦୦୦ ଉତ୍ସାହୀ ଯୁବ ନେତାଙ୍କ ସହ ଯୋଗଦାନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
‘ବିକଶିତ ଭାରତ ଯୁବ ନେତା ସଂଲାପ'ର ଉଦ୍ଦେଶ୍ୟ ହେଉଛି ୨୫ ବର୍ଷ ଧରି ଚାଲିଥିବା ପୁରୁଣା ପାରମ୍ପରିକ ଜାତୀୟ ଯୁବ ଉତ୍ସବ ଆୟୋଜନ କରିବାର ପ୍ରଥାକୁ ଭଙ୍ଗିବା । ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଆହ୍ୱାନ ସହିତ ସମନ୍ୱୟ ରଖେ, ଯେଉଁଥିରେ ୧ ଲକ୍ଷ ଯୁବପିଢିଙ୍କୁ ରାଜନୀତିରେ ସାମିଲ କରିବା ଏବଂ ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ଚିନ୍ତାଧାରା ବାସ୍ତବରେ ପରିଣତ କରିବା ପାଇଁ ଏକ ଜାତୀୟ ମଞ୍ଚ ପ୍ରଦାନ କରିବା । ଏହା ଅନୁସାରେ, ଏହି ଜାତୀୟ ଯୁବ ଦିବସରେ, ପ୍ରଧାନମନ୍ତ୍ରୀ ଦେଶର ଭବିଷ୍ୟତର ଯୁବନେତାମାନଙ୍କୁ ପ୍ରେରିତ, ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ପାଇଁ ଡିଜାଇନ୍ କରାଯାଇଥିବା ବହୁବିଧ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଉଦ୍ଭାବନଶୀଳ ଯୁବ ନେତାମାନେ ଭାରତର ବିକାଶରେ ମୂଳଭୂମିକା ନିର୍ବାହ କରିଥିବା ୧୦ଟି ବିଷୟଭିତ୍ତିକ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୦ଟି ପାୱାରପଏଣ୍ଟ ଉପସ୍ଥାପନା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିବେ । ଏହି ଉପସ୍ଥାପନାଗୁଡ଼ିକ ଭାରତର କିଛି ପ୍ରମୁଖ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଯୁବ ନେତାମାନଙ୍କ ଦ୍ୱାରା ପ୍ରସ୍ତାବିତ ଅଭିନବ ଚିନ୍ତାଧାରା ଏବଂ ସମାଧାନକୁ ପ୍ରତିଫଳିତ କରିବ ।
ପ୍ରଧାନମନ୍ତ୍ରୀ ଦଶଟି ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ଲିଖିତ ସର୍ବୋତ୍ତମ ପ୍ରବନ୍ଧଗୁଡ଼ିକର ଏକ ସଂକଳନ ମଧ୍ୟ ପ୍ରକାଶିତ କରିବେ । ଏହି ବିଷୟବସ୍ତୁଗୁଡ଼ିକ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ସ୍ଥିରତା, ମହିଳା ସଶକ୍ତୀକରଣ, ଉତ୍ପାଦନ ଏବଂ କୃଷି ଭଳି ବିବିଧ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି ।
ଏକ ଅନନ୍ୟ ପରିବେଶରେ, ପ୍ରଧାନମନ୍ତ୍ରୀ ଯୁବ ନେତାମାନଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗଦେବେ, ଯାହା ସେମାନଙ୍କୁ ସିଧାସଳଖ ସେମାନଙ୍କ ଚିନ୍ତାଧାରା, ଅଭିଜ୍ଞତା ଏବଂ ଆକାଂକ୍ଷା ତାଙ୍କ ସହିତ ବାଣ୍ଟିବାର ସୁଯୋଗ ପ୍ରଦାନ କରିବ । ଏହି ବ୍ୟକ୍ତିଗତ ଆଲୋଚନା ଶାସନ ଏବଂ ଯୁବ ଆକାଂକ୍ଷା ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବ, ଏଥିସହିତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ନେତୃତ୍ୱ ଏବଂ ଦାୟିତ୍ୱର ଗଭୀର ଭାବନାକୁ ପ୍ରୋତ୍ସାହିତ କରିବ ।
୧୧ ଜାନୁଆରୀରୁ ଆରମ୍ଭ ହେଉଥିବା ଏହି ଆଲୋଚନା ସମୟରେ, ଯୁବ ନେତାମାନେ ପ୍ରତିଯୋଗିତା, କାର୍ଯ୍ୟକଳାପ ଏବଂ ସାଂସ୍କୃତିକ ଓ ବିଷୟବସ୍ତୁ ଉପସ୍ଥାପନାରେ ସାମିଲ ହେବେ । ଏଥିରେ ପରାମର୍ଶଦାତା ଏବଂ କ୍ଷେତ୍ର ବିଶେଷଜ୍ଞଙ୍କ ନେତୃତ୍ୱରେ ବିଷୟବସ୍ତୁ ଉପରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହା ଭାରତର ଆଧୁନିକ ଉନ୍ନତିର ପ୍ରତୀକ ହେବ, ଏଥିସହିତ ଏଥିରେ ଭାରତର କଳାତ୍ମକ ଐତିହ୍ୟକୁ ପ୍ରଦର୍ଶନ କରୁଥିବା ସାଂସ୍କୃତିକ ନିଦର୍ଶନ ମଧ୍ୟ ପ୍ରଦର୍ଶିତ ହେବ।
୩,୦୦୦ ଗତିଶୀଳ ଏବଂ ପ୍ରେରଣାଦାୟକ ଯୁବକଙ୍କୁ ବିକଶିତ ଭାରତ ଚ୍ୟାଲେଞ୍ଜ ମାଧ୍ୟମରେ ‘ବିକଶିତ ଭାରତ ଯୁବ ନେତା ସଂଳାପ’ରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଛି । ଏହା ସୂକ୍ଷ୍ମ ଭାବରେ ପ୍ରସ୍ତୁତ, ଯୋଗ୍ୟତା-ଆଧାରିତ ବହୁସ୍ତରୀୟ ଚୟନ ପ୍ରକ୍ରିୟା ଯାହା ସାରା ଦେଶରୁ ଉତ୍କୃଷ୍ଟ ପ୍ରେରଣାଦାୟକ ଓ ଗତିଶୀଳ ଯୁବ ସ୍ୱରକୁ ଚିହ୍ନଟ ଏବଂ ପ୍ରଦର୍ଶନ କରିବ । ଏଥିରେ ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ଅଂଶଗ୍ରହଣକାରୀଙ୍କ ସହ ତିନୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଥିଲା । ପ୍ରଥମ ପର୍ଯ୍ୟାୟ, ବିକଶିତ ଭାରତ କୁଇଜ୍, ସମସ୍ତ ରାଜ୍ୟର ଯୁବକମାନଙ୍କ ପାଇଁ ୧୨ଟି ଭାଷାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରାୟ ୩୦ ଲକ୍ଷ ଯୁବ ବର୍ଗ ଅଂଶଗ୍ରହଣ କରିଥିଲେ । ଯୋଗ୍ୟତାପ୍ରାପ୍ତ କୁଇଜ୍ ଅଂଶଗ୍ରହଣକାରୀମାନେ ଦ୍ୱିତୀୟ ପର୍ଯ୍ୟାୟ, ପ୍ରବନ୍ଧ ରାଉଣ୍ଡକୁ ଅଗ୍ରସର ହୋଇଥିଲେ, ଯେଉଁଠାରେ ସେମାନେ "ବିକଶିତ ଭାରତ"ର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦଶଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିଥିଲେ, ଯେଉଁଥିରେ ୨ ଲକ୍ଷରୁ ଅଧିକ ପ୍ରବନ୍ଧ ଦାଖଲ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ, ରାଜ୍ୟ ରାଉଣ୍ଡରେ, ପ୍ରତି ଥିମ୍ ପାଇଁ ୨୫ ଜଣ ପ୍ରାର୍ଥୀ କଠୋର ବ୍ୟକ୍ତିଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅଗ୍ରସର ହୋଇଥିଲେ । ପ୍ରତ୍ୟେକ ରାଜ୍ୟ ପ୍ରତି ବର୍ଗରୁ ଶ୍ରେଷ୍ଠ ତିନି ଜଣ ଅଂଶଗ୍ରହଣକାରୀଙ୍କୁ ଚୟନ କରିଥିଲେ ଏବଂ ଦିଲ୍ଲୀରେ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମ ପାଇଁ ଉତ୍ସାହୀ ଦଳଗୁଡିକୁ ଗଠନ କରିଥିଲେ ।
ବିକଶିତ ଭାରତ ଚ୍ୟାଲେଞ୍ଜ ଟ୍ରାକ୍ ରୁ ୧,୫୦୦ ଅଂଶଗ୍ରହଣକାରୀ, ରାଜ୍ୟ ଚାମ୍ପିଅନସିପର ଶ୍ରେଷ୍ଠ ୫୦୦ ଦଳ ପ୍ରତିନିଧିତ୍ୱ କରୁଥିଲେ; ପାରମ୍ପରିକ ଟ୍ରାକ୍ ରୁ ୧,୦୦୦ ଅଂଶଗ୍ରହଣକାରୀ, ରାଜ୍ୟସ୍ତରୀୟ ଯୁବ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ଉପରେ ପ୍ରଦର୍ଶନୀ ମାଧ୍ୟମରେ ମନୋନୀତ; ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ତ୍ରୂଣମୂଳ ସ୍ତରୀୟ ଅବଦାନ ପାଇଁ ନିମନ୍ତ୍ରିତ ୫୦୦ ପଥପ୍ରଦର୍ଶକ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ।.
*****
MT
(Release ID: 2159302)
Visitor Counter : 6
Read this release in:
Khasi
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam