ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ଗିରରେ ଏକ ସଫାରି ଯାତ୍ରା କରୁଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 03 MAR 2025 12:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗତ ବହୁ ବର୍ଷ ଧରି ଏସୀୟ ସିଂହଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥିବା ସାମୂହିକ ପ୍ରୟାସକୁ ପ୍ରଶଂସା କରିଛନ୍ତି

 

03 .03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗିର୍ ଅଭୟାରଣ୍ୟରେ ଏକ ସଫାରି ଯାତ୍ରା କରିଛନ୍ତି, ଯାହା ଏସୀୟ ସିଂହ ମାନଙ୍କର ବାସସ୍ଥାନ ଭାବରେ ଜଣାଶୁଣା। ସେ ଗତ ବହୁ ବର୍ଷ ଧରି ଏସୀୟ ସିଂହଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ସୁନିଶ୍ଚିତ କରିଥିବା ସାମୂହିକ ପ୍ରୟାସକୁ ପ୍ରଶଂସା କରିଛନ୍ତି।

X ରେ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି :

“ଆଜି ସକାଳେ ବିଶ୍ଵ ବନ୍ୟପ୍ରାଣୀ ଦିବସ ଅବସରରେ, ମୁଁ ଗିରରେ ଏକ ସଫାରିକୁ ଯାଇଥିଲି, ଆମେ ସମସ୍ତେ ଜାଣିଛେ ଯେ, ଏହା ହେଉଛି ମହାନ ଏସୀୟ ସିଂହଙ୍କ ବାସସ୍ଥାନ। ଗିର୍ ଆସିବା ଦ୍ୱାରା ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ ଆମେ ମିଳିତ ଭାବରେ କରିଥିବା କାର୍ଯ୍ୟର ଅନେକ ପୁରୁଣା କଥାକୁ ମନେ ପକାଇଥିଲି। ଗତ ଅନେକ ବର୍ଷ ମଧ୍ୟରେ, ସାମୂହିକ ପ୍ରୟାସ ସୁନିଶ୍ଚିତ କରିଛି ଯେ ଏସୀୟ ସିଂହଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏସୀୟ ସିଂହଙ୍କ ବାସସ୍ଥାନ ସଂରକ୍ଷଣରେ ଆଦିବାସୀ ସମ୍ପ୍ରଦାୟ ଏବଂ ଆଖପାଖ ଅଞ୍ଚଳର ମହିଳାମାନଙ୍କର ଭୂମିକା ସମାନ ଭାବରେ ପ୍ରଶଂସନୀୟ ।”

“ଗିର୍ ରୁ ଆହୁରି କିଛି ଝଲକ ଏଠାରେ ଅଛି। ମୁଁ ଆପଣ ସମସ୍ତଙ୍କୁ ଭବିଷ୍ୟତରେ ଗିର୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି।”

“ଗିର୍ ରେ ସିଂହ ଏବଂ ସିଂହୀ ! ଆଜି ସକାଳେ କିଛି ଫଟୋ ନେବା ପାଇଁ ଚେଷ୍ଟା କରିଥିଲି।”

***

SSP

 


(रिलीज़ आईडी: 2159247) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam