ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତ୍ରିନିଦାଦ ଓ ଟୋବାଗୋ ଗଣରାଜ୍ୟର ‘ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିଦିଦାଦ ଏଣ୍ଡ ଟୋବାଗୋ’ ସମ୍ମାନ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣ
Posted On:
04 JUL 2025 10:45PM by PIB Bhubaneshwar
ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା,
ରାଷ୍ଟ୍ରପତି କ୍ରିଷ୍ଟିନା କଙ୍ଗାଲୁଜୀ,
ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଶରଜୀ,
ଉପସ୍ଥିତ ବିଶିଷ୍ଟ ଅତିଥିବୃନ୍ଦ,
ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଅର୍ଡ଼ର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏଣ୍ଡ୍ ଟୋବାଗୋ’ରେ ସମ୍ମାନିତ ହୋଇଥିବାରୁ ମୁଁ ଆପଣଙ୍କୁ, ଆପଣଙ୍କ ସରକାରଙ୍କୁ ଏବଂ ଆପଣଙ୍କ ଦେଶର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ସମ୍ମାନ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଚିରସ୍ଥାୟୀ ଏବଂ ଗଭୀର ବନ୍ଧୁତାର ପ୍ରତୀକ । ମୁଁ ଭାରତର ୧୪୦ କୋଟି ନାଗରିକଙ୍କ ତରଫରୁ ଏହି ସମ୍ମାନକୁ ଏକ ମିଳିତ ସମ୍ମାନ ଭାବରେ ଗ୍ରହଣ କରୁଛି ।
ସାଥୀଗଣ,
ପ୍ରଥମ ଥର ପାଇଁ କୌଣସି ଜଣେ ବିଦେଶର ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ଆମର ବିଶେଷ ସମ୍ପର୍କର ଗଭୀରତାକୁ ହିଁ ପ୍ରଦର୍ଶିତ କରୁଛି । ଏହି ସମ୍ପର୍କ ଆମର ମିଳିତ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ପର୍ଯ୍ୟବସିତ ।
ଆଜକୁ ପ୍ରାୟ ୧୦୮ ବର୍ଷ ପୂର୍ବେ ଭାରତରୁ ଏଠାକୁ ଆସିଥିବା ଲୋକମାନେ ଆମ ବନ୍ଧୁତାର ମୂଳଦୁଆ ସ୍ଥାପନ କରିଥିଲେ । ସେମାନଙ୍କ ହାତ ଶୂନ୍ୟ ଥିଲେ ସୁଦ୍ଧା ସେମାନଙ୍କ ହୃଦୟ ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ବିବିଧତାର ଭରପୂର ଥିଲା । ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନାର ଯେଉଁ ବୀଜ ସେମାନେ ଏଠାରେ ସେତେବେଳେ ବପନ କରିଥିଲେ, ତାହା ଆଜି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଗତି ଓ ଅଭିବୃଦ୍ଧିକୁ ଉପଲବଧି କରୁଛି ।
ଏହା ଗୌରବର କଥା ଯେ ଆମର ସାଧାରଣ ପରମ୍ପରା, ସଂସ୍କୃତି ଏବଂ ରାଜନୀତିକୁ ଆଜି ସୁଦ୍ଧା ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ସୁରକ୍ଷିତ ରଖାଯାଇ ଆସିଛି । ରାଷ୍ଟ୍ରପତି କଙ୍ଗାଲୁଜୀ ଏବଂ ପ୍ରଧାନମନ୍ତ୍ରୀ କମଳାଜୀ ଏହି ସମ୍ପ୍ରଦାୟର ସବୁଠାରୁ ବଡ ବ୍ରାଣ୍ଡ୍ ଆମ୍ବାସାଡ଼ର ଭାବରେ ବିଦ୍ୟମାନ । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ପର୍ଯ୍ୟାୟକ୍ରମେ ପରିଲକ୍ଷିତ ହୋଇଆସୁଛି ।
ବନ୍ଧୁଗଣ,
ରାଷ୍ଟ୍ରପତି କଙ୍ଗାଲୁଜୀଙ୍କ ପୂର୍ବଜମାନେ ସେଣ୍ଟ ଥିରୁଭଲ୍ଲୁଭରଙ୍କ ଭୂମି ତାମିଲନାଡ଼ୁରୁ ଏଠାକୁ ଆଗମନ କରିଥିଲେ । ହଜାର ହଜାର ବର୍ଷ ପୂର୍ବେ ସନ୍ଥ ଥିରୁବଲ୍ଲୁଭର କହିଥିଲେ,
ପଡ଼ାଇ କୁଡ଼ି କୁଲା ଆମାଇଚୁ ନାଟପାରାନ ଆରୁମ
ଉଡାଇୟାନ, ଅରାସଲୁରା ଏରୁ
ଅର୍ଥାତ, ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ନିକଟରେ ଛଅଗୋଟି ସାମର୍ଥ୍ୟ ରହିବା ଜରୁରି । ଏକ ବୀର ସେନା, ଦେଶପ୍ରେମୀ ନାଗରିକ, ଆର୍ଥିକ ସମ୍ବଳ, ଉତ୍ତମ ଜନ ପ୍ରତିନିଧି, ସୁଦୃଢ଼ ପ୍ରତିରକ୍ଷା.. ଏବଂ ବନ୍ଧୁ ରାଷ୍ଟ୍ର, ଯେଉଁମାନେ ସଦାସର୍ବଦା ଏକତ୍ର ଦଣ୍ଡାୟମାନ ହୋଇଥାଆନ୍ତି । ତ୍ରିନିଦାଦ ଏବଂ ଟୋବାଗୋ ଭାରତ ନିମନ୍ତେ ଠିକ୍ ସେହି ଏକ ବନ୍ଧୁରାଷ୍ଟ୍ରର ଭୂମିକା ଗ୍ରହଣ କରେ ।
ଆମ ଦୁଇ ରାଷ୍ଟ୍ରଙ୍କ ସମ୍ପର୍କ କ୍ରିକେଟ ଖେଳର ରୋମାଞ୍ଚରେ ମଧ୍ୟ ବିଦ୍ୟମାନ ଏବଂ ତ୍ରିନିଦାଦ ଗୋଲମରିଚର ଉତ୍ସାହ ମଧ୍ୟ ରହିଛି । ଯେତେବେଳେ ‘କାଲିପ୍ପୋ’ର ମେଲୋଡି ତବଲାର ତାଳ ସହିତ ଲୟ ମିଳାଏ, ସେତେବେଳେ ଆମ ସମ୍ପର୍କ ଆହୁର ମଧୁର ଓ ନିବିଡ଼ ହୋଇଯାଏ । ଆମ ଦୁଇ ସଂସ୍କୃତି ମଧ୍ୟରେ ଗଭୀର ସମନ୍ୱୟ ହେଉଛି ଆମ ସମ୍ପର୍କର ସବୁଠାରୁ ବଡ଼ ସାମର୍ଥ୍ୟ ।
ବନ୍ଧୁଗଣ, ।
ମୁଁ ଏହି ସମ୍ମାନକୁ ଆମ ସମ୍ପର୍କର ନିବିଡ଼ତା ଦୃଷ୍ଟିରୁ ଏକ ବିରାଟ ଦାୟିତ୍ୱ ବୋଲି ବିବେଚନା କରେ । ଏକ ଘନିଷ୍ଠ ଏବଂ ବିଶ୍ୱସନୀୟ ସହଯୋଗୀ ଭାବରେ, ଆମେ ତ୍ରିନିଦାଦ ଏବଂ ଟୋବାଗୋର ଲୋକମାନଙ୍କ ଦକ୍ଷତା ବିକାଶ ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେଉଛୁ । ତ୍ରିନିଦାନ ଏବଂ ଟୋବାଗୋ କେବଳ କାରି-କମ୍ କ୍ଷେତ୍ରରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ବାରତ ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶୀଦାର ।
ଆମର ପାରସ୍ପରିକ ସହଯୋଗ ସାରା ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ବେଶ୍ ମହତ୍ତ୍ୱୂ ରଖେ । ଦୁଇଟି ଜୀବନ୍ତ ଗଣତାନ୍ତ୍ରିକ ଦେଶ ଭାବରେ ଆମେ ଦୁଇ ଦେଶର ଜନସାଧାରଣ ତଥା ସାରା ମାନବସମାଜର ଉନ୍ନତି ନିମନ୍ତେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବୁ ।
ମହାମହୀମ,
ମୁଁ ଆଉ ଥରେ ଏହି ସମ୍ମାନ ନିମନ୍ତେ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ସ୍ୱୀକୃତି ଆମକୁ ପ୍ରତି କ୍ଷେତ୍ରରେ ନୂତନ ଉଚ୍ଚତା ହାସଲ କରିବାକୁ ପ୍ରେରଣା ଯୋଗାଇବ ।
ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
******
(Release ID: 2159035)
Read this release in:
Punjabi
,
Urdu
,
Bengali
,
Assamese
,
Telugu
,
Malayalam
,
English
,
Hindi
,
Gujarati
,
Tamil
,
Kannada