ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ବି. ସରୋଜା ଦେବୀ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

प्रविष्टि तिथि: 14 JUL 2025 3:40PM by PIB Bhubaneshwar

ବିଶିଷ୍ଟ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତ ଏବଂ ସଂସ୍କୃତିର ଜଣେ ଅନୁକରଣୀୟ ପ୍ରତୀକ ଭାବରେ ସ୍ମରଣ ରଖାଯିବ। ତାଙ୍କର ବିବିଧତାପୂର୍ଣ୍ଣ ଅଭିନୟ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଏକ ଅଲିଭା ଛାପ ଛାଡ଼ିଯାଇଛି। ବିଭିନ୍ନ ଭାଷା ଏବଂ ବିବିଧ ବିଷୟବସ୍ତୁ ଉପରେ ତାଙ୍କର କାର୍ଯ୍ୟ ତାଙ୍କର ବହୁମୁଖୀ ପ୍ରତିଭାକୁ ପ୍ରଦର୍ଶିତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ବି. ସରୋଜା ଦେବୀ ଜୀଙ୍କ ବିୟୋଗରେ ଦୁଃଖିତ। ତାଙ୍କୁ ଭାରତୀୟ ସିନେମା ଏବଂ ସଂସ୍କୃତିର ଏକ ଅନୁକରଣୀୟ ପ୍ରତୀକ ଭାବରେ ସ୍ମରଣ ରଖାଯିବ। ତାଙ୍କର ବିବିଧତାପୂର୍ଣ୍ଣ ଅଭିନୟ ପ୍ରଦର୍ଶନ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଏକ ଅଲିଭା ଛାପ ଛାଡ଼ିଯାଇଛି। ବିଭିନ୍ନ ଭାଷା ଏବଂ ବିବିଧ ବିଷୟବସ୍ତୁ ଉପରେ ତାଙ୍କର କାର୍ଯ୍ୟ ତାଙ୍କର ବହୁମୁଖୀ ପ୍ରତିଭାକୁ ପ୍ରଦର୍ଶିତ କରିଛିତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି।’’

******

PS


(रिलीज़ आईडी: 2158969) आगंतुक पटल : 24
इस विज्ञप्ति को इन भाषाओं में पढ़ें: Tamil , English , Urdu , Marathi , हिन्दी , Assamese , Bengali-TR , Bengali , Bengali-TR , Manipuri , Punjabi , Gujarati , Telugu , Kannada , Malayalam