ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୫ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରୁଥିବା ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ଶୁଭଚ୍ଛୋ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
14 AUG 2025 1:41PM by PIB Bhubaneshwar
ଆଜି ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ଏହା ଏକ ପ୍ରମୁଖ ପଦକ୍ଷେପ ଯାହା ବ୍ୟକ୍ତିଗତ ଘରୋଇ ଟ୍ୟାପ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରି ସମଗ୍ର ଭାରତରେ ଲକ୍ଷ ଲକ୍ଷ ପରିବାରରେ ପରିବର୍ତ୍ତନ ଆଣିଛି ।
୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାତ୍ର କିଛି ବର୍ଷ ମଧ୍ୟରେ ୧୫ କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ସରକାରଙ୍କ ପ୍ରତିବଦ୍ଧତାର ଆଧାର ପାଲଟିଛି । ଫଳରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ସମ୍ପ୍ରଦାୟ ସଶକ୍ତ ହୋଇଛି ଏବଂ ଅଗଣିତ ସ୍ୱପ୍ନ ସାକାର ହୋଇଛି ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଯୋଜନା କେବଳ ଗ୍ରାମୀଣ ଭାରତରେ ଜୀବନକୁ ଉନ୍ନତ କରିନାହିଁ ବରଂ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି, ବିଶେଷକରି ମହିଳାମାନେ – ଦେଶର ନାରୀ ଶକ୍ତି ଲାଭାନ୍ୱିତ ହୋଇଛନ୍ତି ।
ଏକ୍ସରେ ମାଇଗଭ୍ଇଣ୍ଡିଆ ପକ୍ଷରୁ କରାଯାଇଥିବା ପୃଥକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;
“ଆମେ ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତୀ ପାଳନ କରୁଛୁ । ଏହା ଏପରି ଏକ ଯୋଜନା ଯାହା ମର୍ଯ୍ୟାଦା ଏବଂ ଜୀବନକୁ ପରିବର୍ତ୍ତନ କରିବା ଉପରେ କେନ୍ଦୀତ । ଏହା ବିଶେଷକରି ଆମର ନାରୀ ଶକ୍ତି ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ମଧ୍ୟ ସୁନିଶ୍ଚିତ କରିଛି ।”
“ସମଗ୍ର ଭାରତରେ ଜଳ ଜୀବନ ମିଶନର ସ୍ଥାୟୀ ପ୍ରଭାବର ଏକ ଝଲକ ।
#6YearsOfJalJeevanMission”
SR
(Release ID: 2156441)
Read this release in:
Marathi
,
Assamese
,
English
,
Urdu
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam