ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଶେଷ ରକ୍ଷାବନ୍ଧନ ଉତ୍ସବର ଝଲକ ସେୟାର କଲେ


ପ୍ରଧାନମନ୍ତ୍ରୀ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ନାରୀ ଶକ୍ତି ପ୍ରତି କୃତଜ୍ଞତା ଜ୍ଞାପନ କଲେ

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ

ପୋଷ୍ଟ କରାଯିବା ଦିନାଙ୍କ: 09 AUG 2025 3:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନ ୭, ଲୋକକଲ୍ୟାଣ ମାର୍ଗ, ନୂଆଦିଲ୍ଲୀରେ ପିଲାମାନଙ୍କ ସହ ବିଶେଷ ରକ୍ଷା ବନ୍ଧନ ଉତ୍ସବର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ନାରୀ ଶକ୍ତି ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଲେ ଏବଂ ତାଙ୍କ ସହ ରାକ୍ଷୀ ପର୍ବ ପାଳନ କଲେ ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଆଜି ରକ୍ଷାବନ୍ଧନର ବିଶେଷ ଉତ୍ସବର କିଛି ଝଲକ ଏଠାରେ ଅଛି । ନାରୀ ଶକ୍ତିକୁ ନିରନ୍ତର ବିଶ୍ୱାସ ଏବଂ ସ୍ନେହ ପାଇଁ ଧନ୍ୟବାଦ ।”

SR


(ରିଲିଜ ଆଡି: 2154725) ପରିଦର୍ଶକ କାଉଣ୍ଟର : 37