ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଦିଲ୍ଲୀ ମୁମ୍ବାଇ ରେଳ ମାର୍ଗର ମଥୁରା-କୋଟା ସେକ୍ସନରେ କାର୍ଯ୍ୟକ୍ଷମ ହେଲା ସ୍ୱଦେଶୀ କବଚ ୪.୦ ସୁରକ୍ଷା ପ୍ରଣାଳୀ



ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ମାର୍ଗରର ମଥୁରା-କୋଟା ସେକ୍ସନରେ ରେକର୍ଡ ସମୟରେ କବଚ ୪.୦ କୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ସଫଳତା: ଶ୍ରୀ ଅଶ୍ୱିନୀ ବୈଷ୍ଣବ

କବଚ ପ୍ରଭାବଶାଳୀ ବ୍ରେକ୍ ପ୍ରୟୋଗ ମାଧ୍ୟମରେ ଲୋକୋ ପାଇଲଟଙ୍କ ପାଇଁ ଟ୍ରେନର ଗତି ନିୟନ୍ତ୍ରଣ ସୁବିଧା ଦେବ; ଲୋକୋ ପାଇଲଟମାନେ କୁହୁଡ଼ିରେ ମଧ୍ୟ କ୍ୟାବ୍ ଭିତରେ ସିଗନାଲ ସୂଚନା ପାଇପାରିବେ

୬ ବର୍ଷ ମଧ୍ୟରେ ଦେଶବ୍ୟାପୀ କବଚ ୪.୦କୁ କାର୍ଯ୍ୟକ୍ଷମ କରିବ ଭାରତୀୟ ରେଳବାଇ; ଟ୍ରେନ୍ ସୁରକ୍ଷା ପ୍ରଣାଳୀ ନିୟୋଜିତ କରିବାକୁ ୨୦-୩୦ ବର୍ଷ ସମୟ ନେଇଛନ୍ତି ଅନେକ ବିକଶିତ ରାଷ୍ଟ୍ର

ସୁରକ୍ଷା ପ୍ରତି ରେଳବାଇ ପ୍ରତିବଦ୍ଧତା: ୧ ଲକ୍ଷ କୋଟି ଟଙ୍କାର ବାର୍ଷିକ ନିବେଶ ମାଧ୍ୟମରେ ସମର୍ଥିତ ଅନେକ ସୁରକ୍ଷା ପଦକ୍ଷେପ ମଧ୍ୟରୁ କବଚ ଅନ୍ୟତମ

Posted On: 30 JUL 2025 5:58PM by PIB Bhubaneshwar

ଭାରତୀୟ ରେଳବାଇ ଅଧିକ ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗର ମଥୁରା-କୋଟା ସେକ୍ସନରେ ସ୍ୱଦେଶୀ ରେଳ ସୁରକ୍ଷା ପ୍ରଣାଳୀ କବଚ ୪.୦କୁ କାର୍ଯ୍ୟକ୍ଷମ କରିଛି। ଏହା ଦେଶରେ ରେଳ ସୁରକ୍ଷା ପ୍ରଣାଳୀର ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ 'ଆତ୍ମନିର୍ଭର ଭାରତ' ଦୃଷ୍ଟିକୋଣରୁ ପ୍ରେରଣା ନେଇ ରେଳବାଇ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବରେ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ଡିଜାଇନ୍, ବିକଶିତ ଏବଂ ନିର୍ମାଣ କରିଛି। କବଚ ୪.୦ ଏକ ପ୍ରଯୁକ୍ତିବିଦ୍ୟା-ଆଧାରିତ ପ୍ରଣାଳୀ। ଏହାକୁ ଜୁଲାଇ ୨୦୨୪ ରେ ଗବେଷଣା ଡିଜାଇନ୍ ଏବଂ ମାନକ ସଂଗଠନ (ଆରଡିଏସଓ) ଦ୍ୱାରା ଅନୁମୋଦ କରାଯାଇଥିଲା। ଅନେକ ବିକଶିତ ଦେଶ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ବିକଶିତ କାର୍ଯ୍ୟକାରୀ କରିବାକୁ୨୦-୩୦ ବର୍ଷ ସମୟ ନେଇଛନ୍ତି। କୋଟା-ମଥୁରା ସେକ୍ସନରେ କବଚ ୪.୦ କାର୍ଯ୍ୟକ୍ଷମ କରିବାର ସଫଳତା ବହୁତ କମ୍ ସମୟ ମଧ୍ୟରେ ହାସଲ କରାଯାଇଛି। ଏହା ଏକ ବଡ଼ ସଫଳତା।’’

ସ୍ୱାଧୀନତା ପରେ ଗତ ୬୦ ବର୍ଷ ମଧ୍ୟରେ ଦେଶରେ ଅନ୍ତର୍ଜାତୀୟ ମାନର ଉନ୍ନତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ ହୋଇନଥିଲା। ଟ୍ରେନ୍ ଏବଂ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଚ୍ ପ୍ରଣାଳୀକୁ ସମ୍ପ୍ରତି କାର୍ଯ୍ୟକ୍ଷମ କରାଯାଇଛି।

ଭାରତୀୟ ରେଳବାଇ ବର୍ଷ ମଧ୍ୟରେ ସାରା ଦେଶର ବିଭିନ୍ନ ମାର୍ଗରେ କବଚ ୪.୦କୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ହେଉଛି। ୩୦ ହଜାରରୁ ଅଧିକ ଲୋକଙ୍କୁ କବଚ ପ୍ରଣାଳୀ ଉପରେ ତାଲିମ ଦିଆଯାଇଛି। ଆଇଆରଆଇଏସଇଟି (ଭାରତୀୟ ରେଳବାଇ ସିଗନାଲ ଇଞ୍ଜିନିୟରିଂ ଏବଂ ଦୂରସଞ୍ଚାର ପ୍ରତିଷ୍ଠାନ) ବିଟେକ୍‌ ପାଠ୍ୟକ୍ରମର ଅଂଶ ଭାବରେ କବଚକୁ ସାମିଲ କରିବା ପାଇଁ ୧୭ଟି ଏଆଇସିଟିଇ ଅନୁମୋଦିତ ଇଞ୍ଜିନିୟରିଂ କଲେଜ, ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

କବଚ ପ୍ରଭାବଶାଳୀ ବ୍ରେକ୍ ପ୍ରୟୋଗ ଦ୍ୱାରା ଲୋକୋ ପାଇଲଟମାନଙ୍କୁ ଟ୍ରେନର ଗତି ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ। କୁହୁଡ଼ି ଭଳି କମ୍ ଦୃଶ୍ୟମାନତା ପରିସ୍ଥିତିରେ ମଧ୍ୟ, ଲୋକୋ ପାଇଲଟମାନଙ୍କୁ ସିଗନାଲ ପାଇଁ କ୍ୟାବିନ୍ ବାହାରକୁ ଦେଖିବାକୁ ପଡ଼ିବ ନାହିଁ। ପାଇଲଟମାନେ କ୍ୟାବିନ ଭିତରେ ଲାଗିଥିବା ଡ୍ୟାସବୋର୍ଡରେ ସୂଚନା ଦେଖିପାରିବେ।

କବଚ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ। ଟ୍ରେନ୍ ଗତିକୁ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରି ଦୁର୍ଘଟଣାକୁ ରୋକିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହାକୁ ସୁରକ୍ଷା ବିଶ୍ୱସନୀୟତା ସ୍ତର ୪ (ଏସଆଇଏଲ ୪) ଆଧାରରେ ଡିଜାଇନ୍ କରାଯାଇଛି। ଏହା ସୁରକ୍ଷା ଡିଜାଇନର ସର୍ବୋଚ୍ଚ ସ୍ତର। କବଚର ବିକାଶ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା। ଏହି ପ୍ରଣାଳୀକୁ ୩ ବର୍ଷରୁ ଅଧିକ ସମୟ ପାଇଁ ବ୍ୟାପକ ଭାବରେ ପରୀକ୍ଷଣ କରାଯାଇଥିଲା। ବୈଷୟିକ ଉନ୍ନତି ପରେ, କବଚ ପ୍ରଣାଳୀକୁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସସିଆର)ରେ ପ୍ରତିଷ୍ଠା କରାଯାଇଥିଲା। ୨୦୧୮ରେ ପ୍ରଥମ କାର୍ଯ୍ୟକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏସସିଆରରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି, ଏକ ଉନ୍ନତ ସଂସ୍କରଣ କବଚ ୪.୦ ବିକଶିତ କରାଯାଇଥିଲା। ଏହାକୁ ୧୬୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ଚାଲୁଥିବା ଟ୍ରେନ ପାଇଁ ମେ ୨୦୨୫ ରେ ଅନୁମୋଦ କରାଯାଇଥିଲା। କବଚ ଉପାଦାନଗୁଡ଼ିକ ସ୍ୱଦେଶୀ ଭାବରେ ନିର୍ମିତ ହେଉଛି।

ଚ ଏକ ଅତ୍ୟନ୍ତ ଜଟିଳ ପ୍ରଣାଳୀ। କଚକୁ କାର୍ଯ୍ୟକାରୀ କରିବା ଏକ ଦୂରସଞ୍ଚାର କମ୍ପାନୀ ପ୍ରତିଷ୍ଠା କରିବା ସହିତ ସମାନ। ଏଥିରେ କେତେକ ଉପପ୍ରଣାଳୀ ସାମିଲ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଆରଏଫଆଇଡି ଟ୍ୟାଗ୍‌, ଯାହାକି ଟ୍ରାକ୍‌ର ସମ୍ପୂର୍ଣ୍ଣ ଦୂରତାରେ ପ୍ରତି କିଲୋମିଟରରେ ଗୋଟିଏ ଲେଖାଏଁ ଲାଗିଛି । ପ୍ରତ୍ୟେକ ସିଗନାଲ୍‌ରେ ମଧ୍ୟ ଟ୍ୟାଗ୍‌ଗୁଡ଼ିକ ଲାଗିଛି। ଏହି ଆରଏଫଆଇଡି ଟ୍ୟାଗ୍‌ଗୁଡ଼ିକ ଟ୍ରେନ୍‌ଗୁଡ଼ିକର ସଠିକ୍ ସ୍ଥାନ ପ୍ରଦାନ କରେ। ଏହାବ୍ୟତୀତ କିଛି କିଲୋମିଟର ବ୍ୟବଧାନରେ ଅପ୍ଟିକାଲ୍ ଫାଇବର ସଂଯୋଗ ଏବଂ ବିଦ୍ୟୁତ୍ ଯୋଗାଣ ସହିତ ପୂର୍ଣ୍ଣାଙ୍ଗ ଦୂରସଞ୍ଚାର ଟାୱାରଗୁଡ଼ିକ ସ୍ଥାପନ କରାଯାଇଛି। ଷ୍ଟେସନଗୁଡ଼ିକରେ ଲୋକୋ ଏବଂ କବଚ ନିୟନ୍ତ୍ରକଗୁଡ଼ିକରେ ଲାଗିଥିବା କବଚ ପ୍ରଣାଳୀ ଏହି ଟାୱାରଗୁଡ଼ିକ ବ୍ୟବହାର କରି ନିରନ୍ତର ଯୋଗାଯୋଗ କରୁଛନ୍ତି। ଏହା ଏକ ଦୂରସଞ୍ଚାର ଅପରେଟର ପରି ଏକ ସମ୍ପୂର୍ଣ୍ଣ ନେଟୱାର୍କ ସ୍ଥାପନ କରିବା ସହିତ ସମାନ।

ଏହା ଟ୍ରାକରେ ଲାଗିଥିବା ଆରଏଫଆଇଡି ଟ୍ୟାଗଗୁଡ଼ିକ ସହିତ ଯୋଗାଯୋଗ କରେ ଏବଂ ଦୂରସଞ୍ଚାର ଟାୱାରଗୁଡ଼ିକୁ ସୂଚନା ପ୍ରଦାନ କରେ ଏବଂ ଷ୍ଟେସନ୍ କବଚରୁ ରେଡିଓ ସୂଚନା ଗ୍ରହଣ କରେ। ଲୋକୋ କବଚ ମଧ୍ୟ ଲୋକୋମୋଟିଭ୍‌ର ବ୍ରେକିଂ ସିଷ୍ଟମ୍ ସହିତ ସଂଯୁକ୍ତ। ଏହି ସିଷ୍ଟମ୍ ଜରୁରୀକାଳୀନ ପରିସ୍ଥିତିରେ ବ୍ରେକ୍ ଲଗାଇବା ସୁନିଶ୍ଚିତ କରିଥାଏ। ସେହିପରି ଷ୍ଟେସନ କବଚ ପ୍ରତ୍ୟେକ ଷ୍ଟେସନ ଏବଂ ବ୍ଲକ ସେକ୍ସନରେ ଲାଗିଥାଏ। ଏହା ଲୋକୋ କବଚ ସିଗନାଲିଂ ସିଷ୍ଟମରୁ ସୂଚନା ଗ୍ରହଣ କରେ ଏବଂ ସୁରକ୍ଷିତ ଗତି ପାଇଁ ଲୋକୋ କଭାଚକୁ ମାର୍ଗଦର୍ଶନ କରେ। ଏହାବ୍ୟତୀତ ଟ୍ରାକଗୁଡ଼ିକ ସହିତ ଅପ୍ଟିକାଲ୍ ଫାଇବର ବିଛାଯାଇଥାଏ ଯାହା ହାଇ-ସ୍ପିଡ୍ ଡାଟା ଯୋଗାଯୋଗ ପାଇଁ ଏହି ସମସ୍ତ ସିଷ୍ଟମଗୁଡ଼ିକୁ ସଂଯୋଗ କରିଥାଏ। ଅନୁରୂପ ଭାବେ ସିଗନାଲିଂ ସିଷ୍ଟମ ଲୋକୋ କବଚ, ଷ୍ଟେସନ କବଚ, ଟେଲିକମ୍ ଟାୱାର ଇତ୍ୟାଦି ସହିତ ସଂଯୁକ୍ତ। ଯାତ୍ରୀ ଏବଂ ମାଲବାହୀ ଟ୍ରେନଗୁଡ଼ିକର ଅତ୍ୟଧିକ ପରିବହନ ସମେତ ରେଳବାଇ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଏହି ସିଷ୍ଟମଗୁଡ଼ିକୁ ସଂଯୋଗ, ଯାଞ୍ଚ ଏବଂ ପ୍ରମାଣିତ କରାଯିବା ଆବଶ୍ୟକ।

ବର୍ତ୍ତମାନ ସୁଦ୍ଧା ୫ହଜାର ୮୫୬ କିମିରୁ ଅଧିକ ଅପ୍ଟିକାଲ ଫାଇବର ବିଛାଯାଇଥିବା ବେଳେ ୬୧୯ ଦୂରସଞ୍ଚାର ଟାୱାର ଲଗାଯାଇଛି। ୭୦୮ଟି ଷ୍ଟେସନ ଏବଂ ୧୧୦୭ଟି ଲୋକୋରେ କବଚ ସଂଯୋଗ କରାଯାଇଛି । ୪ହଜାରରୁ ଅଧିକ କମିଟି ଟ୍ରାକ୍‌ ସାଇଟ୍‌ ସରଞ୍ଜାମ ସଂଯୋଗ କରାଯାଇଛି।

ଭାରତୀୟ ରେଳବାଇ ପ୍ରତିବର୍ଷ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଥାଏ। ଯାତ୍ରୀ ଏବଂ ଟ୍ରେନର ସୁରକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ କବଚ ଅନ୍ୟତମ। କବଚକୁ ନିୟୋଜିତ କରିବାର ଅଗ୍ରଗତି ଏବଂ ଗତି ରେଳ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ରେଖାଙ୍କିତରିଥାଏ


*********

P.S


(Release ID: 2150481)