ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 JUL 2025 11:44AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ସହ ବିଭିନ୍ନ ସମୟରେ ତାଙ୍କର ସାକ୍ଷାତ ଏବଂ ଆଲୋଚନାକୁ ମନେ ପକାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ମହମ୍ମଦୁ ବୁହାରୀଙ୍କ ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ଅଟଳ ପ୍ରତିବଦ୍ଧତା ଅଦ୍ଭୁଦ ଥିଲା । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ନାଇଜେରିଆର ଜନତା ଏବଂ ସରକାରଙ୍କ ପ୍ରତି ସମବେଦନା ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ବିଭିନ୍ନ ସମୟରେ ଆମର ସାକ୍ଷାତ ଏବଂ ଆଲୋଚନାକୁ ମୁଁ ସ୍ନେହରେ ମନେ ପକାଉଛି । ତାଙ୍କର ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ଅଦ୍ଭୁତ ଥିଲା । ମୁଁ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ଜନତା ଏବଂ ନାଇଜେରିଆ ସରକାରଙ୍କ ପ୍ରତି ଆମର ସମବେଦନା ଜଣାଉଛି ।

@officialABAT

@NGRPresident”

 

SR


(रिलीज़ आईडी: 2144503) आगंतुक पटल : 10
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali-TR , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam