ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାନ ମାର୍ଟିନ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2025 12:52AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ଜାତିର ପିତା ଜେନେରାଲ ଜୋସେ ଡି ସାନ ମାର୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆର୍ଜେଣ୍ଟିନାକୁ ତାଙ୍କର ସରକାରୀ ଗସ୍ତ ଆରମ୍ଭ କରିଥିଲେ

ପ୍ରଧାନମନ୍ତ୍ରୀ ପ୍ଲାଜା ସାନ ମାର୍ଟିନ ପରିଦର୍ଶନ କରିବା ସହ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ ଜେନେରାଲ ଜୋସେ ଡି ସାନ ମାର୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଆର୍ଜେଣ୍ଟିନା ତଥା ଅନ୍ୟାନ୍ୟ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରର ମୁକ୍ତିଦାତା ଭାବରେ ତାଙ୍କର ସ୍ଥାୟୀ ଐତିହ୍ୟକୁ ସ୍ୱୀକାର କରିଥିଲେ ଭାରତ ତାଙ୍କ ଅବଦାନ ଏବଂ ତାଙ୍କର ମୂଲ୍ୟବୋଧକୁ ସମ୍ମାନ କରୁଛି ଆର୍ଜେଣ୍ଟିନାର ଏହି ନାୟକଙ୍କ ନାମରେ ନାମିତ ନୂଆଦିଲ୍ଲୀର ଏକ ରାସ୍ତା ଆମକୁ ତାଙ୍କ ଐତିହ୍ୟ ବିଷୟରେ ସ୍ମରଣ କରାଉଛି ଏହା ଦୁଇ ଦେଶ ମଧ୍ୟରେ ଉତ୍ତମ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ଉଜ୍ଜ୍ୱଳ ପ୍ରତୀକ

 

SR


(ରିଲିଜ ଆଡି: 2142746) ପରିଦର୍ଶକ କାଉଣ୍ଟର : 21