ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋପ୍ ଫ୍ରାନ୍ସିସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 21 APR 2025 2:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କୁ କରୁଣା, ବିନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି ।

ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:

“ପୋପ୍ ଫ୍ରାନ୍ସିସଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଦୁଃଖ ଏବଂ ସ୍ମରଣର ଏହି ମୁହୂର୍ତ୍ତରେ ମୁଁ ବୈଶ୍ୱିକ କ୍ୟାଥଲିକ ସମ୍ପ୍ରଦାୟ ପ୍ରତି ନିଜର ହାର୍ଦ୍ଦିକ ସମ୍ବେଦନା ବ୍ୟକ୍ତ କରୁଛି । ପୋପ୍ ଫ୍ରାନ୍ସିସ୍ଙ୍କୁ ସମଗ୍ର ଦୁନିଆର ଲକ୍ଷ ଲକ୍ଷ ଲୋକ କରୁଣା, ବିନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବେ ସର୍ବଦା ମନେ ରଖିବେ । କମ୍ ବୟସରୁ ସେ ପ୍ରଭୁ ଯୀଶୁଙ୍କ ଆଦର୍ଶକୁ ସାକାର କରିବା ଲକ୍ଷ୍ୟରେ ନିଜକୁ ସମର୍ପିତ କରି ଦେଇଥିଲେ । ସେ ବଂଚିତ ଓ ଗରିବ ଲୋକଙ୍କର ମନପ୍ରାଣ ଦେଇ ସେବା କରିଥିଲେ । ପୀଡ଼ିତ ଲୋକଙ୍କ ପାଇଁ ସେ ଆଶାର ଭାବନା ଜାଗ୍ରତ କରିଥିଲେ ।

ତାଙ୍କ ସହ ହୋଇଥିବା ସାକ୍ଷାତକାରକୁ ସ୍ମରଣ କରୁଛି । ସମାବେଶୀ ତଥା ସ୍ୱର୍ଗୀଣ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ରେ ମୁଁ ବହୁତ ପ୍ରେରଣା ପାଇଛି । ଭାରତର ଲୋକଙ୍କ ପ୍ରତି ତାଙ୍କ ସ୍ନେହ ସର୍ବଦା ମନେ ରହିବ । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।”   

SR


(Release ID: 2123733)