ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୁଦ୍ରା ଯୋଜନାର ଦଶମ ବାର୍ଷିକୀରେ ଏହାର ପରିବର୍ତ୍ତନକାରୀ ପ୍ରଭାବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 APR 2025 9:08AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ)ର ହିତାଧିକାରୀମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଦେଶ ମୁଦ୍ରା ଯୋଜନାର ୧୦ ବର୍ଷ ପୂର୍ତ୍ତୀର ଉତ୍ସବ ପାଳନ କରୁଛି ।
ସ୍ୱପ୍ନକୁ ସଶକ୍ତ କରିବା ଏବଂ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାର ଏକ ଦଶନ୍ଧି ପୂର୍ତ୍ତୀର ଉତ୍ସବ ପାଳନ କରି, ପଛୁଆ ସମ୍ପ୍ରଦାୟର ଉତ୍ଥାନ ଏବଂ ସମଗ୍ର ଭାରତରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବାରେ ମୁଦ୍ରା ଯୋଜନା ଦ୍ୱାରା ନିର୍ବାହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।
ଏକ୍ସରେ ଥ୍ରେଡ୍ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆଜି ଆମେ ମୁଦ୍ରାର ୧୦ ବର୍ଷ ପୂର୍ତ୍ତୀ ପାଳନ କରୁଥିବା ସମୟରେ, ମୁଁ ସେହିମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯେଉଁମାନଙ୍କ ଜୀବନରେ ଏହି ଯୋଜନା ଯୋଗୁଁ ପରିବର୍ତ୍ତନ ଆସିଛି । ଏହି ଦଶନ୍ଧିରେ, ମୁଦ୍ରା ଯୋଜନା ଅନେକ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି । ଯେଉଁମାନଙ୍କୁ ପୂର୍ବରୁ ଆର୍ଥିକ ସହାୟତା ମାଧ୍ୟମରେ ଉପେକ୍ଷା କରାଯାଇଥିଲା, ସେମାନଙ୍କୁ ଆର୍ଥିକ ସହାୟତା ମାଧ୍ୟମରେ ସଶକ୍ତ କରାଯାଇଛି । ଏଥିରୁ ପ୍ରମାଣିତ ହେଉଛି ଯେ, ଭାରତର ଲୋକଙ୍କ ପାଇଁ କିଛି ଅସମ୍ଭବ ନୁହେଁ!”
“ଏହା ବିଶେଷ ଭାବରେ ଉତ୍ସାହଜନକ ଯେ, ମୁଦ୍ରା ଲାଭାର୍ଥୀଙ୍କ ମଧ୍ୟରୁ ଅଧା ଅନୁସୁଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଏବଂ ୭୦%ରୁ ଅଧିକ ହିତାଧିକାରୀ ମହିଳା! ପ୍ରତ୍ୟେକ ମୁଦ୍ରା ଋଣ ଗରିମା, ସ୍ୱାଭିମାନ ଏବଂ ସୁଯୋଗ ବହନ କରିଥାଏ । ଆର୍ଥିକ ସମାବେଶୀ ସହିତ, ଏହି ଯୋଜନା ସାମାଜିକ ସମାବେଶୀ ଏବଂ ଆର୍ଥିକ ସ୍ୱାଧୀନତା ମଧ୍ୟ ସୁନିଶ୍ଚିତ କରିଛି ।”
“ଆଗାମୀ ସମୟରେ, ଆମ ସରକାର ଏକ ଦୃଢ଼ ଇକୋସିଷ୍ଟମ୍ ସୁନିଶ୍ଚିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବ ଯେଉଁଠାରେ ପ୍ରତ୍ୟେକ ମହତ୍ୱାକାଂକ୍ଷୀ ଉଦ୍ୟୋଗୀଙ୍କ ପାଖରେ ଋଣ ଉପଲବ୍ଧ ହେବ ଯାହା ଦ୍ୱାରା ସେମାନଙ୍କୁ ଆତ୍ମବିଶ୍ୱାସ ଏବଂ ଆଗକୁ ବଢ଼ିବାର ସୁଯୋଗ ମିଳିବ ।”
SR
(ରିଲିଜ ଆଡି: 2120261)
ପରିଦର୍ଶକ କାଉଣ୍ଟର : 45
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Nepali
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam