ପୋଷ୍ଟ କରାଯିବା ଦିନାଙ୍କ:
02 NOV 2024 8:22AM by PIB Bhubaneswar
ଗ୍ରୀସ୍ର ପ୍ରଧାନମନ୍ତ୍ରୀ ଶ୍ରୀ କିରିୟାକୋସ୍ ମିତ୍ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସମ୍ପ୍ରତି ଉଚ୍ଚ ସ୍ତରୀୟ ବିନିମୟ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କରେ ସୃଷ୍ଟି ହୋଇଥିବା ଗତିକୁ ଉଭୟ ନେତା ପ୍ରଶଂସା କରିଛନ୍ତି ଏବଂ ଭାରତ-ଗ୍ରୀସ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ଏହି ଅବସରରେ ସେମାନେ ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍ଙ୍କ ଭାରତ ଗସ୍ତ ପରେ ବାଣିଜ୍ୟ, ପ୍ରତିରକ୍ଷା, ପରିବହନ ଏବଂ ଯୋଗାଯୋଗ ସହିତ ଦ୍ୱିପାକ୍ଷିକ ସହଯୋଗ ସମେତ ଅନେକ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ।
ଏହି ଦୁଇ ନେତା ଆଇଏମ୍ଇଇସି ଏବଂ ପଶ୍ଚିମ ଏସିଆର ବିକାଶ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।
ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଥିଲେ ।
SR