ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର କଚ୍ଛ ଠାରେ ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି: ପ୍ରଧାନମନ୍ତ୍ରୀ
प्रविष्टि तिथि:
31 OCT 2024 7:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା ବଳ (ବିଏସଏଫ), ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଅତ୍ୟନ୍ତ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି । ଅତ୍ୟଧିକ ତାପମାତ୍ରା ହେତୁ କଚ୍ଛର କ୍ରିକ୍ ଅଞ୍ଚଳ ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଏଥିରେ ଅନ୍ୟାନ୍ୟ ପରିବେଶଜନିତ ଆହ୍ଵାନ ମଧ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ଗୁଜରାଟର କଚ୍ଛରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରୁଛି।
ଆମର ସୁରକ୍ଷା କର୍ମୀମାନେ ବିଭିନ୍ନ ଦୁର୍ଗମ ସ୍ଥାନରେ ଦୃଢ଼ତାର ସହ ଠିଆ ହୋଇ ଆମକୁ ସୁରକ୍ଷା ଦେଉଛନ୍ତି। ଆମେ ସେମାନଙ୍କ ପାଇଁ ଗର୍ବିତ।
କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ବିଏସଏଫ, ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରି ଖୁସି ଅନୁଭବ କରୁଛି । ଏହି କ୍ଷେତ୍ର ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଦିନ ଗୁଡ଼ିକ ପ୍ରବଳ ଗରମ ହେବା ସହ ବେଳେ ବେଳେ ଥଣ୍ଡା ମଧ୍ୟ ହୋଇଥାଏ। କ୍ରିକ୍ ଅଞ୍ଚଳରେ ଅନ୍ୟାନ୍ୟ ପରିବେଶଗତ ଆହ୍ଵାନ ମଧ୍ୟ ରହିଛି।
କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଲି।’’
*******
P.S.
(रिलीज़ आईडी: 2069948)
आगंतुक पटल : 52
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam