ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଛି: ପ୍ରଧାନମନ୍ତ୍ରୀ

Posted On: 24 OCT 2024 10:43AM by PIB Bhubaneshwar

ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି । ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି । କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି ।

ଶ୍ରୀଲଙ୍କା ହ୍ୟାଣ୍ଡଲରେ ଭାରତ ପକ୍ଷରୁ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଥିବା ଜାଣି ଖୁସି ହେଲି । କଲମ୍ବୋରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ଦେଶର ବିଦ୍ୱାନ ଓ ବୌଦ୍ଧ ଭିକ୍ଷୁଙ୍କ ନିକଟରେ କୃତଜ୍ଞ ।”

SR




(Release ID: 2067625) Visitor Counter : 12