ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲାଓ ପିଡିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
11 OCT 2024 1:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏଣ୍ଟିଆନେ ରେ ଲାଓ ପିଡିଆରର ରାଷ୍ଟ୍ରପତି ଏବଂ ଲାଓ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି (ଏଲପିଆରପି) କେନ୍ଦ୍ରୀୟ କମିଟିର ସାଧାରଣ ସଚିବ ଥୋଙ୍ଗଲୁନ୍ ସିସୋଲିଥ୍ଙ୍କୁ ଭେଟିଛନ୍ତି । ଆସିଆନ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିବାରୁ ରାଷ୍ଟ୍ରପତି ସିସୋଲିଥଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ଦୁଇ ନେତା ଦ୍ୱିପାକ୍ଷିକ ସମ୍ବନ୍ଧ ବାବଦରେ ଆଲୋଚନା କରିଥିଲେ ଏବଂ ଘନିଷ୍ଠ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଲାଗି ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ସେମାନେ କହିଥିଲେ କି ଭାରତ-ଲାଓସ ସମକାଳୀନ ସମ୍ପର୍କ ଶତାବ୍ଦୀ ପୁରୁଣା ସଭ୍ୟତାଗତ ସମ୍ବନ୍ଧ ସହ ଜଡ଼ିତ ଏବଂ ଏହାର ଚେର ବହୁ ଗଭୀର । ଐତିହ୍ୟ ପୁନରୁଦ୍ଧାର, ବିକାଶ ସହଯୋଗିତା ଏବଂ ସାଂସ୍କୃତିକ ଭାବ ବିନିମୟ କ୍ଷେତ୍ରରେ ଚାଲିଥିବା ସହଯୋଗରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଲାଓସ ଓ ଭାରତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଭାରତ ଆକ୍ଟ ଇଷ୍ଟ ନୀତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ୨୦୨୪ରେ ଏହାର ଏକ ଦଶନ୍ଧି ପୂରଣ ହେଉଥିବା କହିଥିଲେ । ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କକୁ ଉଲ୍ଳେଖ କରି କହିଥିଲେ, ନୂତନ ନାଳନ୍ଦା ବିଶ୍ୱବିଦ୍ୟାଳୟ ଅନେକ ସୁଯୋଗ ପ୍ରଦାନ କରୁଛି ଏବଂ ଏହା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଜରୁରି । ସାମୁଦ୍ରିକ ଝଡ଼ ୟାଗୀ କାରଣରୁ ଲାଓ ପିଡିଆରରେ ଆସିଥିବା ବନ୍ୟା ସମୟରେ ଭାରତ ପକ୍ଷରୁ ଦିଆଯାଇଥିବା ମାନବୀୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି ସିସୋଲିଥ୍ କୃତଜ୍ଞତା ଜଣାଇଥିଲେ ।
ଭାରତ-ଆସିଆନ ସମ୍ବନ୍ଧକୁ ମଜବୁତ୍ କରିବା ପାଇଁ ସମର୍ଥନ ଜଣାଇଥିବାରୁ ରାଷ୍ଟ୍ରପତି ସିସୋଲିଥ୍ଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଦୁଇ ନେତା ମଧ୍ୟ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ଥିବା ଅନେକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
SR
(Release ID: 2064262)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam