ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଆଇପିଏସ୍ ପ୍ରୋବେସନାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ସାଇବର ଅପରାଧ ଭଳି ନୂତନ ଆହ୍ୱାନର ସମ୍ମୁଖିନ ପ୍ରସଙ୍ଗରେ କଲେ ଆଲୋଚନା

Posted On: 04 OCT 2024 6:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ପୁଲିସ ସେବା (ଆଇପିଏସ୍‌) ପ୍ରୋବେସନାରୀଙ୍କ ସହ ଆଲୋଚନା କରିଛନ୍ତି ।

ବିଗତ ଦିନରେ ପୁଲିସ ବ୍ୟବସ୍ଥାରେ ହୋଇଥିବା ରୂପାନ୍ତରଣ ଏବଂ ସାଇବର ଅପରାଧ ଭଳି ନୂତନ ଆହ୍ୱାନ ସମ୍ପର୍କରେ ଶ୍ରୀ ମୋଦୀ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆଜି ୭୬ ଆରଆର ଆଇପିଏସ୍ ପ୍ରୋବେସନାରୀ ମାନଙ୍କ ସହ ଭାବ ବିନିମୟ କଲି । ଜନସେବାରେ ସେମାନଙ୍କ ଭବିଷ୍ୟତର ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଲି । ବିଗତ ବର୍ଷ ମାନଙ୍କରେ ପୁଲିସ ବ୍ୟବସ୍ଥାରେ ହୋଇଥିବା ରୂପାନ୍ତରଣ ଏବଂ କିପରି ଏହା ସାଇବର ଅପରାଧ ଭଳି ନୂତନ ଆହ୍ୱାନର ମୁକାବିଲା କରୁଛି ସେ ସମ୍ପର୍କରେ ଆଲୋଚନା କଲି ।@svpnpahyd”

SR



(Release ID: 2062306) Visitor Counter : 3