ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
'ଏକ ପେଡ୍ ମା କେ ନାମ' ଅଭିଯାନ ଅଧୀନରେ ଦେଶବ୍ୟାପୀ ୫୨ କୋଟିରୁ ଅଧିକ ବୃକ୍ଷରୋପଣ
ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ
ପୋଷ୍ଟ କରାଯିବା ଦିନାଙ୍କ:
03 SEP 2024 9:50AM by PIB Bhubaneswar
କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଆଜି ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ 'ଏକ ପେଡ୍ ମା କେ ନାମ' ଅଭିଯାନ ଅଧୀନରେ ଦେଶ ବୃକ୍ଷରୋପଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏହି ଅଭିଯାନ ଅଧୀନରେ ସମଗ୍ର ଭାରତରେ ୫୨ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି।
ବିଶ୍ୱ ପରିବେଶ ଦିବସ ୦୫.୦୬.୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ଏକ ପେଡ୍ ମା କେ ନାମ' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ମାଧ୍ୟମରେ ଏକ ଉନ୍ନତ ପୃଥିବୀ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ପୂର୍ବ ରିଲିଜ୍ ର କପି:
https://pib.gov.in/PressReleasePage.aspx?PRID=2022815
HS/Swadhin
(ରିଲିଜ ଆଡି: 2051357)
ପରିଦର୍ଶକ କାଉଣ୍ଟର : 154
ଏହି ରିଲିଜ ପଢନ୍ତୁ :
Telugu
,
Urdu
,
Assamese
,
Bengali
,
Manipuri
,
Kannada
,
Khasi
,
English
,
हिन्दी
,
Marathi
,
Bengali-TR
,
Bengali-TR
,
Punjabi
,
Gujarati
,
Tamil
,
Malayalam