ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୪ ପ୍ୟାରିସ ପାରାଅଲମ୍ପିକ୍ସ: ଦ୍ୱିତୀୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରୀତି ପାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 02 SEP 2024 12:01AM by PIB Bhubaneswar

ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସରେ ଟ୍ରାକ୍‌୍ ଆଣ୍ଡ ଫିଲ୍ଡରେ କ୍ରୀଡ଼ାବିତ ପ୍ରୀତି ପାଲ ଦ୍ୱିତୀୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ମହିଳା ୨୦୦ ମିଟର ଟି୩୫ ରେ ୨୩ ବର୍ଷୀୟା ବ୍ରୋଞ୍ଜ ପଦକ ଜିତିଛନ୍ତି ଏବଂ ପାରାଅଲିମ୍ପିକ୍ସ ଟ୍ରାକ୍‌୍ ଆଣ୍ଡ ଫିଲ୍ଡରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପ୍ରୀତି ପାଲଙ୍କ ଦ୍ୱାରା ଐତିହାସିକ କୃତିତ୍ୱ । ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ #Paralympics2024 ରେ ସେ ତାଙ୍କର ଦ୍ୱିତୀୟ ପକଦ ଜିତିଛନ୍ତି । ମହିଳା ୨୦୦ ମିଟର ଟି୩୫ରେ ବ୍ରୋଞ୍ଜ ପଦକ ସହ ଏହି କୃତିତ୍ୱ ପାଇଛନ୍ତି । ଭାରତର ଲୋକଙ୍କ ପାଇଁ ସେ ପ୍ରେରଣା । ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରଣିଧାନଯୋଗ୍ୟ ।

#Cheer4Bharat”

SR


(ରିଲିଜ ଆଡି: 2050769) ପରିଦର୍ଶକ କାଉଣ୍ଟର : 144