ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାଞ୍ଚଟି ନୂଆ ଜିଲ୍ଲା ଗଠନ ପାଇଁ ଲଦାଖର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ଗଠନ କରାଯିବା ଉନ୍ନତ ଶାସନ ଓ ସମୃଦ୍ଧତା ଦିଗରେ ଏକ ପଦକ୍ଷେପ : ପ୍ରଧାନମନ୍ତ୍ରୀ

Posted On: 26 AUG 2024 12:54PM by PIB Bhubaneshwar

ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଦାଖର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜାନସ୍କର, ଡ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗର ନୂଆ ଜିଲ୍ଲାଗୁଡିକ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯିବ ଯାହା ଦ୍ୱାରା ସେଠାକାର ଲୋକମାନଙ୍କ ପାଇଁ ସେବା ଓ ସୁଯୋଗ ଅଧିକ ନିକଟତର କରାଯାଇ ପାରିବ ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦ୍ୱାରା କରାଯାଇଥିବା ଏକ୍ସରେ ଏକ ପୋଷ୍ଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ଲଦାଖରେ ୫ ଟି ନୂଆ ଜିଲ୍ଲା ଗଠନ କରାଯିବା ଉନ୍ନତ ଶାସନ ଏବଂ ସମୃଦ୍ଧତା ଦିଗରେ ଏକ ନୂତନ ପଦକ୍ଷେପ । ଏହି ନୂଆ ୫ ଟି ଜିଲ୍ଲା ଜାନସ୍କର, ଡ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗ୍‌ଥାଙ୍ଗ୍ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ନୂତନ ସେବା ଓ ସୁଯୋଗ ଲୋକମାନଙ୍କର ଅଧିକ ନିକଟତର ହେବ । ସେଠାରେ ଥିବା ଲୋକମାନଙ୍କୁ ଅଭିନନ୍ଦନ ।”

 

SR   



(Release ID: 2048934) Visitor Counter : 5