ପୋଷ୍ଟ କରାଯିବା ଦିନାଙ୍କ:
06 JUL 2024 3:16PM by PIB Bhubaneswar
ଇରାନ୍ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ମସୁଦ ପେଜେସ୍କିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;
“ଇସ୍ଲାମିକ ଗଣରାଜ୍ୟ ଇରାନ୍ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଡ. ପେଜେକ୍ସିଆନ୍ ଆପଣଙ୍କୁ ଅଭିନନ୍ଦନ । ଆମର ଲୋକମାନଙ୍କର ତଥା ଅଞ୍ଚଳର ହିତ ପାଇଁ ଆମର ମଧୁର ତଥା ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଆପଣଙ୍କ ସହ ଏକତ୍ରିତ କାମ କରିବାକୁ ଆଶା ରଖିଛି ।”
SR