ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ବିଶ୍ୱ ଚୟନରେ ସ୍ମୃତିବନ ସ୍ଥାନ ପାଇଥିବାରୁ ଆନନ୍ଦ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 JUN 2024 6:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ସ୍ତରୀୟ ଚୟନରେ, ୨୦୦୧ ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳିର ପ୍ରତୀକ କଚ୍ଛର ସ୍ମୃତିବନକୁ ସାମିଲ୍ କରାଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:
“୨୦୦୧ରେ ହୋଇଥିବା ଦୁଖଃଦ ଭୂମିକମ୍ପରେ ଆମେ ହରାଇଥିବା ଲୋକଙ୍କ ପାଇଁ କଚ୍ଛର ସ୍ମୃତିବନ ଏକ ଶ୍ରଦ୍ଧାଞ୍ଜଳି । ଏହା ମାନବିକ ଏବଂ ସାହସିକତା କୁ ମଧ୍ୟ ସ୍ମରଣ କରାଇଥାଏ । ଏହି ମ୍ୟୁଜିଅମ୍ ପ୍ରିକ୍ସ ଭର୍ସେଲ୍ସ ମ୍ୟୁଜିଅମ୍ ୨୦୨୪ ପାଇଁ ବିଶ୍ୱ ଚୟନରେ ଏକ ସ୍ଥାନ ପାଇଥିବା ଆନନ୍ଦର ବିଷୟ ।”
SR
(ରିଲିଜ ଆଡି: 2025777)
ପରିଦର୍ଶକ କାଉଣ୍ଟର : 87
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Hindi_MP
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada