ଅର୍ଥ ମନ୍ତ୍ରଣାଳୟ
ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଯେଉଁମାନେ ଭଡ଼ାଘରେ, ସହର ତଳି ବସ୍ତି କିମ୍ବା ଅନଧିକୃତ କଲୋନୀରେ ବାସ କରୁଥିବେ ସେମାନଙ୍କୁ ନିଜସ୍ୱ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ ସରକାର ଏକ ଯୋଜନା ଆରମ୍ଭ କରିବେ
ପିଏମ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ସରକାର ଧାର୍ଯ୍ୟ ଲକ୍ଷ୍ୟ ତିନି କୋଟି ଘର ଯୋଗାଇବା ନିକଟତର
ପରିବାର ସଂଖ୍ୟା ବୃଦ୍ଧି ଯୋଗୁ ଆବଶ୍ୟକତା ପୂରଣ କରିବାକୁ ଆଗାମୀ ପାଞ୍ଚ ବର୍ଷରେ ଦୁଇ କୋଟି ଘର ତିଆରି ପାଇଁ ଯୋଜନା ହାତକୁ ନିଆଯିବ
प्रविष्टि तिथि:
01 FEB 2024 12:48PM by PIB Bhubaneshwar
ସଂସଦରେ ଆଜି (୦୧.୦୨.୨୦୨୪) ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରି ଅର୍ଥ ଓ ବାଣିଜି୍ୟକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଯେଉଁ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଯେଉଁମାନେ ଭଡ଼ାଘରେ, ସହର ତଳି ବସ୍ତି କିମ୍ବା ଚାଲ ଅନଧିକୃତ କଲୋନୀରେ ବାସ କରୁଥିବେ ସେମାନଙ୍କୁ ନିଜସ୍ୱ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ ସରକାର ଏକ ଯୋଜନା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି ।
ପିଏମ ଆବାସ ଯୋଜନା (ଗ୍ରାମୀଣ)ର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ କୋଭିଡର ଆହ୍ୱାନ ସତ୍ତ୍ୱେ ଯୋଜନା ତ୍ୱରାନ୍ୱିତ ହେବା ଅବ୍ୟାହତ ରହିଥିଲା ଓ ସରକାର ଧାର୍ଯ୍ୟ ଲକ୍ଷ୍ୟ ତିନି କୋଟି ଆବାସ ସମ୍ପୂର୍ଣ୍ଣ କରିବାର ପାଖାପାଖି ପହଂଚିଛନ୍ତି । ପରିବାର ସଂଖ୍ୟା ଦୃଷ୍ଟିରୁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଇ କୋଟିରୁ ଅଧିକ ଘର ନିର୍ମାଣ କରି ଚାହିଦାପୂରଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ସରକାର ଏକ ସର୍ବାଙ୍ଗୀଣ, ସର୍ବଜନାଦୃତ ଓ ସାମଗ୍ରିକ ବିକାଶ କରି ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ନିମନ୍ତେ ଏକ ବିକାଶମୂଳକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ।
*****
SM/MB
(रिलीज़ आईडी: 2001575)
आगंतुक पटल : 153
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
हिन्दी
,
Nepali
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam