ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲାକ୍ଷାଦ୍ୱୀପରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

Posted On: 03 JAN 2024 1:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ହୋଇଥିବା କଥାବାର୍ତ୍ତାର ଝଲକ ବାଣ୍ଟିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଲାକ୍ଷାଦ୍ୱୀପରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବା ବେଶ୍ ଆନନ୍ଦଦାୟକ ଥିଲା । ଏକ ମହିଳା ଗୋଷ୍ଠୀ ରେଷ୍ଟୁରାଣ୍ଟ ଆରମ୍ଭ କରିବା ଦିଗରେ କିପରି କାର୍ଯ୍ୟ କଲେ ଏବଂ କିପରି ଆତ୍ମନିର୍ଭରଶୀଳ ହେଲେ ସେ ବିଷୟରେ ଆଲୋଚନା କଲେ: ହୃଦ୍‌ରୋଗର ଚିକିତ୍ସାରେ କିପରି ଆୟୁଷ୍ମାନ ଭାରତ ସହାୟକ ହେଲା ତାହା ଜଣେ ବୃଦ୍ଧ ସେୟାର କରିଥିଲେ ଏବଂ ପିଏମ୍‌-କିଷାନ୍ ଯୋଜନାରୁ କିପରି ଜଣେ ମହିଳା ଚାଷୀଙ୍କ ଜୀବନ ବଦଳିଗଲା ତାହା ସେୟାର କରିଥିଲେ । ଅନ୍ୟମାନେ ମାଗଣା ରାସନ, ଦିବ୍ୟାଙ୍ଗଙ୍କ ପାଇଁ ଉପଲବ୍ଧ ସୁବିଧା, ପିଏମ୍‌-ଆବାସ, କିଷାନ କ୍ରେଡିଟ୍ କାର୍ଡ, ଉଜ୍ଜ୍ୱଳା ଯୋଜନା ଏବଂ ଅନ୍ୟ ବାବଦରେ ଆଲୋଚନା କରିଥିଲେ । ବିକାଶର ଲାଭ ବିଭିନ୍ନ ବର୍ଗର ଲୋକ ଏପରିକି ଅତି ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚୁଛି ଦେଖି ସନ୍ତୋଷଜନକ ଲାଗିଲା ।’

 

  SR

 

 


(Release ID: 1992986) Visitor Counter : 130