ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏକ ଦଶନ୍ଧି ପୂର୍ବେ ଭାରତ 'ଦୁର୍ବଳ ପାଂଚ' ଦେଶ ମଧ୍ୟରେ ଥିବା ବେଳେ ଏବେ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି : ପ୍ରଧାନମନ୍ତ୍ରୀ

Posted On: 21 DEC 2023 8:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ତାଙ୍କର ସାକ୍ଷାତକାର ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଫାଇନାନ୍ସିଆଲ ଟାଇମ ସହ ଏହି ବିସ୍ତୃତ ସାକ୍ଷାତକାରରେ ମୁଁ ଉଭୟ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛି ।

ମୁଁ ଭାରତରେ ବିକାଶର ଅଗ୍ରଗତି, ଭାରତ କିପରି ରେକର୍ଡ ଗତିରେ ଅଭିବୃଦ୍ଧି ହାସଲ କରୁଛି, ଷ୍ଟାର୍ଟଅପରେ ଦ୍ରୁତ ବୃଦ୍ଧି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଅନନ୍ୟ ଜନଶକ୍ତିଶାଳୀ ଜନ ଆନ୍ଦୋଳନ ଏବଂ ଆହୁରି ଅନେକ ବିଷୟରେ ଆଲୋଚନା କରିଛି । ଏକ ଦଶନ୍ଧି ପୂର୍ବେ ଭାରତର 'ଦୁର୍ବଳ ପାଂଚ’ ରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି, ଯାହା ଭାରତକୁ ବିଶ୍ୱ ସମୃଦ୍ଧିକୁ ଆଗକୁ ବଢ଼ାଇବାରେ ଏକ ଆଶାର କିରଣ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖୁଛି ।

***

SSP

 



(Release ID: 1990039) Visitor Counter : 47