ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିକଶିତ ଭାରତ ଆଟ୍ ୨୦୪୭: ଭଏସ୍ ଅଫ୍ ୟୁଥ୍‌ରେ ସଭିଏଁ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ


ବିକଶିତ ଭାରତ @ ୨୦୪୭: ଭଏସ୍ ଅଫ୍ ୟୁଥ୍‌କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 11 DEC 2023 10:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିକଶିତ ଭାରତ @ ୨୦୪୭: ଭଏସ୍ ଅଫ୍ ୟୁଥ୍ ଅଭିଯାନରେ ଯୋଗ ଦେଇ ଏକ ବିକଶିତ ଭାରତ ଗଠନ ଦିଗରେ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ଏକ ବିକଶିତ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଭାରତର ଯୁବଶକ୍ତି ଉପରେ ତାଙ୍କର ବହୁତ ବିଶ୍ୱାସ ଥିବା ଶ୍ରୀ ମୋଦୀ କହିଛନ୍ତି । ପୂର୍ବାହ୍ନ ୧୦.୩୦ରେ ସେ ଏହି ଅଭିଯାନକୁ ସମ୍ବୋଧିତ କରିବେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବିକଶିତ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ଭାରତର ଯୁବଶକ୍ତି ଉପରେ ମୋର ବହୁତ ବିଶ୍ୱାସ ଅଛି । ଏକ ବିକଶିତ ଭାରତ ଗଠନ ଦିଗରେ ଆମ ଯୁବକମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ୧୦.୩୦ରେ  ‘ବିକଶିତ ଭାରତ@ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଅଭିଯାନକୁ ସମ୍ବୋଧିତ କରିବି । ବହୁସଂଖ୍ୟାରେ ନାଗରିକ ଏଥିରେ ଯୋଗଦେବାକୁ ସମସ୍ତଙ୍କୁ ଅନୁରୋଧ ।’

 

  SR



(Release ID: 1984987) Visitor Counter : 59