ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 02 NOV 2023 9:25PM by PIB Bhubaneshwar

୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ୫୫ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏକ ଅବିଶ୍ୱସନୀୟ ସଫଳତା!

 

୧୫ତମ ଏସୀୟ ସୁଟିଂ ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ ସୁଟରମାନଙ୍କୁ ଅଭିନନ୍ଦନ ।

 

ସେମାନେ ୬ଟି ପ୍ୟାରିସ ୨୦୨୪ କୋଟା ସହ ୨୧ଟି ସ୍ୱର୍ଣ୍ଣ ମିଶାଇ ୫୫ ପଦକ ଘରକୁ ଆଣିଛନ୍ତି ।

 

ସେମାନଙ୍କ ଦକ୍ଷତା, ନିଷ୍ଠା ଏବଂ ନିରନ୍ତର ଉଦ୍ୟମ ବାସ୍ତବରେ ଦେଶକୁ ଗର୍ବିତ କରିଛି ।’

 

 SR


(रिलीज़ आईडी: 1974379) आगंतुक पटल : 105
इस विज्ञप्ति को इन भाषाओं में पढ़ें: Marathi , Tamil , Telugu , Kannada , Manipuri , English , Urdu , हिन्दी , Assamese , Bengali , Punjabi , Gujarati , Malayalam