ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାର ଓ ତରୁଣ ଧିଲୋନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

Posted On: 27 OCT 2023 7:39PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସଏଲ୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଆଗାମୀ ଆଥଲେଟ୍ ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ବ୍ୟାଡମିଣ୍ଟନ - ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ସେମାନଙ୍କ ଦଳଗତ କାର୍ଯ୍ୟ ଏବଂ ପ୍ରତିଭା ଆଗାମୀ ଆଥଲେଟମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ପାଇଁ ଭାରତ ଗର୍ବିତ।

 

BS

 



(Release ID: 1972345) Visitor Counter : 77