ପୋଷ୍ଟ କରାଯିବା ଦିନାଙ୍କ:
26 OCT 2023 11:48AM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମିକ୍ସଡ ୫୦ ମିଟର ରାଇଫଲ୍ସ ପ୍ରୋନ୍ ଏସଏଚ-୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସିଦ୍ଧାର୍ଥ ବାବୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ମିକ୍ସଡ୍ ୫୦ ମିଟର ରାଇଫଲ୍ସ ପ୍ରୋନ୍ ଏସଏଚ-୧ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପାଇଁ ଆମ ପାରା ଶୁଟର ସିଦ୍ଧାର୍ଥ ବାବୁଙ୍କୁ ଅଭିନନ୍ଦନ!
ଏହି ସ୍ୱର୍ଣ୍ଣ ପଦକ ତାଙ୍କ ଠିକ୍ ଲକ୍ଷ୍ୟ, ଅତୁଳନୀୟ ପ୍ରତିଭା ଏବଂ ନିରନ୍ତର ନିଷ୍ଠାର ପ୍ରମାଣ । ଭାରତ ବେଶ୍ ଆନନ୍ଦିତ ।’
SR