ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ ମିକ୍ସଡ ୫୦ ମିଟର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 23 OCT 2023 5:43PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମିକ୍ସଡ ୫୦ ମିଟର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମିକ୍ସଡ ୫୦ ମିଟର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଏବଂ କୌଶଳ ବାସ୍ତବରେ ପ୍ରଶଂସନୀୟ ଯାହା କି ମହାତ୍ତ୍ୱାକାଂକ୍ଷୀ ଆଥଲେଟମାନଙ୍କ ପାଇଁ ମାନଦଣ୍ଡ ସ୍ଥିର କରେ । ଭାରତ ତାଙ୍କ ସଫଳତାରେ ଗର୍ବର ସହ ଖୁସି ମନାଉଛି ।’ତାଙ୍କୁ ଏପରି ନିରନ୍ତର ସଫଳତା ମିଳୁ ଏବଂ ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା ।’

 

SR



(Release ID: 1970616) Visitor Counter : 51