ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅନେକ ଲୋକ ମନ୍ କୀ ବାତ ଉପରେ ଗବେଷଣା କରିଛନ୍ତି, ସେମାନଙ୍କ ଅନୁସନ୍ଧାନକୁ ଜନସାଧରଣଙ୍କୁ ସେୟାର କରିଛନ୍ତି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2023 5:26PM by PIB Bhubaneswar

ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଉପରେ ଅନେକ ଲୋକ ବ୍ୟାପକ ଗବେଷଣା କରିଥିବା ଏବଂ ସେମାନଙ୍କର ଅନୁସନ୍ଧାନକୁ ଜନସାଧାରଣଙ୍କ ସହ ବାଣ୍ଟିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି।

 

ସେ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ’ ଶୀର୍ଷକ ଏକ ପୁସ୍ତକ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ମନ୍ କି ବାତ୍ କିପରି ସାମାଜିକ ପରିବର୍ତ୍ତନ ପାଇଁ ଏକ ମାଧ୍ୟମ ପାଲଟିଛି ତାହା ଦର୍ଶାଯାଇଛି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

"ମୁଁ ଖୁସି ଯେ ବର୍ଷ ବର୍ଷ ଧରି ଅନେକ ଲୋକ ମନ କି ବାତ୍ ଉପରେ ବ୍ୟାପକ ଅନୁସନ୍ଧାନ କରିଛନ୍ତି ଏବଂ ସେମାନଙ୍କର ଅନୁସନ୍ଧାନ ତଥ୍ୟକୁ ଲୋକଙ୍କ ସହ ବାଣ୍ଟିଛନ୍ତି। ଅନ୍ୟ ଏକ ପ୍ରୟାସ ହେଉଛି ବ୍ଲୁ କ୍ରାଫ୍ଟ ଡିଜିଟାଲ ଫାଉଣ୍ଡେସନ ଦ୍ୱାରା 'ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ' ପୁସ୍ତକ, ଯାହା ଦର୍ଶାଇଛି ଯେ ଏହି କାର୍ଯ୍ୟକ୍ରମ କିପରି ସାମାଜିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି। ଏହି କାମ ପାଇଁ ସେମାନଙ୍କୁ ଅଭିନନ୍ଦନ |"

 

 

SR


(ରିଲିଜ ଆଡି: 1969877) ପରିଦର୍ଶକ କାଉଣ୍ଟର : 120